fbpx

ନକଲି ପୋଲିସ ଅଧିକାରୀ ଗିରଫ, ବିଳାପୂର୍ଣ୍ଣ ହୋଟେଲରେ କରୁଥିଲା ମଉଜମସ୍ତି, ବିଲ୍ ଦେବା ନାଁ କରୁଥିଲା ସାଇବର ଠକେଇ

ଭୁବନେଶ୍ୱର (ଭାସ୍କର ନ୍ୟୁଜ୍‌): ନିଜକୁ ଜଣେ ପୋଲିସ ଅଧିକାରୀ ପରିଚୟ ଦେଇ ବିଭିନ୍ନ ତାରକା ହୋଟେଲରେ ମଉଜମସ୍ତି କରୁଥିଲା । ମାତ୍ର ବିଲ୍‌ ଦେବା ବେଳକୁ ଅନ୍‌ଲାଇନ୍‌ ପେମେଣ୍ଟ ଆଳରେ ଠକେଇ କରୁଥିଲା । ଏଭଳି ଜଣେ ସାଇବର ଠକକୁ ଚନ୍ଦ୍ରଶେଖରପୁର ଥାନା ପୋଲିସ ସ୍ଥାନୀୟ ଏକ ତାରକା ହୋଟେଲରୁ ଗିରଫ କରିଛି । ଗିରଫ ଠକ ଜଣକ ହେଲା ଆନ୍ଧ୍ର ପ୍ରଦେଶ ୱାଲଟିୟରର ବୋରୋଦା ସୁଧୀର (୨୨) । ବୋରୋଦା ଭୁବନେଶ୍ୱର ଆସି ପୋଲିସ ଅଧିକାରୀ ପରିଚୟ ଦେଇ ବିଭିନ୍ନ ତାରକା ହୋଟେଲରେ ରହୁଥିଲା । ଅର୍ଥ ଦେବାବେଳେ ଅନ୍‌ଲାଇନ୍‌ ପେମେଣ୍ଟ୍‌ ଆଳରେ ସେ ସମ୍ପୃକ୍ତ ହୋଟେଲକୁ ଠକୁଥିଲା । ସେ ଗତ ୧୦ ଦିନ ମଧ୍ୟରେ ପୃଥକ ପୃଥକ ହୋଟେଲରେ ରହି ଠକେଇ କରିଥିବା ପୋଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି ।

Get real time updates directly on you device, subscribe now.