ଓଡ଼ିଶା ବଜାରରେ ବିକ୍ରି ହେଉଛି ନକଲି ସମ୍ବଲପୁରୀ ଶାଢ଼ି

ଭୁବନେଶ୍ୱର: ପଶ୍ଚିମ ଓଡ଼ିଶାର ପ୍ରସିଦ୍ଧ ସମ୍ବଲପୁରୀ ଶାଢି ବର୍ତ୍ତମାନ ଓଡ଼ିଶା ବଜାରରେ ନକଲି ଭାବେ ବିକ୍ରି ହେଉଛି। ଏହି ନକଲି ଶାଢି ଓଡ଼ିଶା ବଜାରରେ ବିକ୍ରି ହେବା ବୁଣାକାରମାନଙ୍କ ଉପରେ ପ୍ରଭାବ ପଡୁଛି। ତେବେ ଏନେଇ ହସ୍ତତନ୍ତ ଓ ବୟନ ଶିଳ୍ପ ମନ୍ତ୍ରୀ କହିଛନ୍ତି ଯେ, ସରକାର ଏଥିପ୍ରତି ନଜର ରଖିଛନ୍ତି। ନକଲି ସମ୍ବଲପୁରୀ ଶାଢ଼ି ବିକ୍ରି ଅଭିଯୋଗ ପରେ ଏହି ତତ୍ପରତା ଦେଖିବାକୁ ମିଳିଛି। ଏହି ନକଲି ସମ୍ବଲପୁରୀ ଶାଢ଼ି ବିକ୍ରି କରୁଥିବା ବ୍ୟବସାୟୀଙ୍କ ନାମରେ କେସ୍ ସହ କୋର୍ଟଙ୍କୁ ସମନ କରିଛନ୍ତି ସରକାର।

ସମ୍ବଲପୁରୀ କପଡାରେ ପ୍ରସ୍ତୁତ ପୋଷାକରେ ମଡେଲ୍ ମାନେ ରାମ୍ପ ଶୋ କରୁଛନ୍ତି। ଭଳିକି ଭଳି ଡିଜାଇନର ଡ୍ରେସ୍ ଓ ଶାଢ଼ୀ ପିନ୍ଧି ରାମ୍ପ ସୋରେ ରାଜ୍ୟ ବାହାରର ମଡେଲ୍ ପିନ୍ଧୁଛନ୍ତି। ସମ୍ବଲପୁରୀ ବସ୍ତ୍ରର ପ୍ରଚାର ଓ ପ୍ରସାର ପାଇଁ ସରକାରଙ୍କ ତରଫରୁ ଫ୍ୟାସନ୍ ସୋ’ର ଆୟୋଜନ କରାଯାଉଛି। ଯେଉଁଥିରେ ଓଡିଶାର ହସ୍ତକଳା ବସ୍ତ୍ର ପରିଧାନ କରି ଶୋ ପ୍ରଦର୍ଶନ କରୁଛନ୍ତି ମଡେଲ୍ । ସମ୍ବଲପୁରୀର ପୋଷାକ ଠାରୁ ଶାଢ଼ୀ ପର୍ଯ୍ୟନ୍ତ ସବୁର ଚାହିଦା କେବଳ ଓଡିଶାରେ ନୁଁହେ ଦେଶ-ବିଦେଶରେ ମଧ୍ୟ ଦେଖିବାକୁ ମିଳୁଛି। ତେବେ ଏହାରି ମଧ୍ୟରେ ଓଡ଼ିଶାର ବଜାରରେ ନକଲି ସମ୍ବଲପୁରୀ ଶାଢ଼ୀ ମିଳିବା ହସ୍ତତନ୍ତିଙ୍କର ଚିନ୍ତା ବଢ଼ାଇଛି ।