fbpx

ବିଚ୍ଛେଦ ପରେ ପୁଣି ଥରେ ପ୍ରେମରେ ପଡିଛନ୍ତି କି ? ତେବେ ଏହି କଥା ଉପରେ ଧ୍ୟାନ ଦିଅନ୍ତୁ

ଆଜିକାଲି ଆଧୁନିକ ଦୁନିଆରେ ଭଲପାଇବା ପରେ ବ୍ରେକଅପ୍ ଘଟୁଛି । ବିବାହ ବା ଲିଭଇନ ସଂପର୍କରେ ଛାଡପତ୍ର ବା ଅଲଗା ହେବାକୁ ବ୍ରେକଅପ କୁହାଯାଉଛି । ପ୍ରେମ ମଣିଷକୁ ଯେତିକି ଶକ୍ତି ଏବଂ ଖୁସି ଦିଏ ବ୍ରେକଅପ ସେତିକି ଦୁର୍ବଳ ଏବଂ ଦୁଃଖ ଦେଇଥାଏ । ତେବେ ବ୍ରେକଅପ୍ ପରେ ଅନେକ ମଣିଷ ନିଜକୁ ସମ୍ଭାଳି ନିଅନ୍ତି ହେଲେ ଅନେକ ଲୋକ ଏହାକୁ ସହ୍ୟ ନକରି ପାରି ଭୁଲ ନିଷ୍ପତ୍ତିରେ ପହଁଚିଯାଆନ୍ତି । ସମ୍ପର୍କ ଟିଏ ଭାଙ୍ଗିଗଲେ କଷ୍ଟ ହେବ ସ୍ୱାଭାବିକ । ଖାସ କରି ପ୍ରେମ ସମ୍ପର୍କରେ ବ୍ରେକଅପ ହେବାପରେ କିଛି ଲୋକ ଭାଙ୍ଗିପଡୁଥିବା ବେଳେ ଆଉକିଛି ଏହାକୁ ଦୃଢ଼ତାର ସହ ସାମ୍ନା କରନ୍ତି ।

ଗୋଟିଏ ସମ୍ପର୍କର ତିକ୍ତତା ମନରୁ ଅପସାରି ଦେଇ ନୂଆ ସମ୍ପର୍କ ଗଢିବା ଦିଗରେ ନିଜକୁ ପ୍ରସ୍ତୁତ କରନ୍ତି । ତେବେ ଆପଣ ଯଦି ବ୍ରେକପରେ ନୂଆ ସମ୍ପର୍କ ଗଢିବାକୁ ନିଷ୍ପତ୍ତି ନେଇଛନ୍ତି, ତେବେ ତାହା ପୂର୍ବରୁ ଧ୍ୟାନରେ ରଖନ୍ତୁ ଏହିସବୁ କଥା…

 

ଅତୀତକୁ ଭୁଲିଯା’ନ୍ତୁ :
ପୂର୍ବ ସମ୍ପର୍କରେ ଯଦି ଆମ ସହ କିଛି ଖରାପ ଘଟିଥାଏ, ତେବେ ମନରେ ଡ଼ର ଥାଏ କି ଏସମ୍ପର୍କରେ ବୋଧହୁଏ ପୁଣି ସେହିଭଳି କିଛି ଘଟଣା ଘଟିବ । କିନ୍ତୁ ଏମିତି ଭାବିବା ଭୁଲ ଅଟେ । ପୂର୍ବେ ସମ୍ପର୍କରେ ଆପଣଙ୍କ ଅନୁଭୁତି ଖରାପ ଥାଇପାରେ କିନ୍ତୁ ଆସନ୍ତା ସମୟ ପାଇଁ ଆପଣ ସକାରାତ୍ମକ ଚିନ୍ତାଧାରା ରଖନ୍ତୁ । ନିଶ୍ଚୟ କିଛି ନା କିଛି ଭଲ ହବ ।

ତୁଳନା କରନ୍ତୁ ନାହିଁ :
ଆମେ ସମସ୍ତେ କେବେ ନା କେବେ ନିଜ ଅତୀତ କୁ ନିଜ ବର୍ତ୍ତମାନ ସହ ତୁଳନା କରିଥାଉ କିନ୍ତୁ ଏହା କରିବା ଭୁଲ ଅଟେ । ପ୍ରାୟତଃ ଲୋକ ନିଜ ବର୍ତ୍ତମାନ ପାର୍ଟନରକୁ ନିଜ ଏକ୍ସ ପାର୍ଟନର ସହ ତୁଳନା କରନ୍ତି ଏହା ସଂପୂର୍ଣ୍ଣ ରୂପରେ ଭୁଲ ଅଟେ । କାହିଁକିନା ପ୍ରତ୍ୟେକ ବ୍ୟକ୍ତିର ସ୍ଵଭାବ ଅଲଗା ହୋଇଥାଏ । ତୁଳନାତ୍ମକ ଚିନ୍ତାଧାରା ନେଇ ସମ୍ପର୍କ ଗଢିଲେ ଆମେ କେବେ ନିଜ ଜୀବନରେ ଆଗକୁ ବଢି ପାରିବା ନାହିଁ ।

ଭାବିଚିନ୍ତି ନିଷ୍ପତ୍ତି ନିଅନ୍ତୁ:
ବ୍ରେକପ ପରେ ମନ ଭିତରେ ବହୁତ ପ୍ରକାର ନକାରାତ୍ମକତା ଚିନ୍ତା ଆସିଯାଇଥାଏ । ଯାହା ଦ୍ଵାରା ଆମ ନୂଆ ସମ୍ବନ୍ଧ ପ୍ରଭାବିତ ହୋଇଥାଏ । ସେଥିପାଇଁ ନୂଆ ସମ୍ବନ୍ଧ ରେ କିଛି ବି ତରତର ହୋଇ କରିବା ଉଚିତ ନୁହେଁ । କୌଣସି ପଦକ୍ଷେପ ନେବା ପୂର୍ବରୁ ଭଲଭାବେ ଭାବିଚିନ୍ତି ପଦକ୍ଷେପ ନିଅନ୍ତୁ ।

ପୁରୁଣା ସମ୍ବନ୍ଧ ରେ ଫେରିବା କଥା ଭାବନ୍ତୁ ନାହିଁ :
ପୁରୁଣା ସମ୍ପର୍କକୁ ଭୁଲିଯିବା ଏତେ ସହଜ ନୁହେଁ । ଆପଣଙ୍କ ସମ୍ପର୍କ ଭାଙ୍ଗିଯିବା ପରେ ଅନେକ ସମୟ ଇଚ୍ଛା ହୁଏ ପୁରୁଣା ସମ୍ବନ୍ଧକୁ ଫେରି ଯିବା ପାଇଁ । ଯଦି ଆପଣଙ୍କ ମନକୁ ମଧ୍ୟ ଏଭଳି ଚିନ୍ତାଧାରା ଆସୁଛି ତେବେ ନିଜ ମନକୁ ପଚାରନ୍ତୁ, ଆପଣ କାହିଁକି ସେ ସମ୍ପର୍କକୁ ଭାଙ୍ଗିଥିଲେ ? ଭାବନ୍ତୁ ଯଦି ସେହି ସମ୍ବନ୍ଧ ଠିକ ଥିଲା ତାହେଲେ ଆପଣ ତାକୁ ଭାଙ୍ଗିଲେ କାହିଁକି ଏବଂ କଣ ଆପଣ ପୁଣି ସେହି ଲୋକ ସହ ଖୁସି ରେ ରହିପାରିବେ କି ନାହିଁ? ଯଦି ସବୁ ଭାବିଚିନ୍ତି ବ୍ରେକପ କରିଛନ୍ତି ତାହେଲେ ପଛକୁ ଫେରିବା ଆବଶ୍ୟକ ନାହିଁ।

ନୂଆ ସମ୍ବନ୍ଧ ଉପରେ ଧ୍ୟାନ ଦିଅନ୍ତୁ :
ନିଜ ନୂଆ ସମ୍ବନ୍ଧ କୁ ସୁଖମୟ କରିବାକୁ ଚେଷ୍ଟା କରନ୍ତୁ, ନିଜ ପାର୍ଟନର ସହ ସମୟ ବିତାନ୍ତୁ । ନୂଆ ସମ୍ବନ୍ଧରେ ଖୁସି ଖୋଜନ୍ତୁ । ଦେଖିବେ ଧୀରେଧୀରେ ସବୁକିଛି ଠିକ ହୋଇଯିବ ।

Get real time updates directly on you device, subscribe now.