୧୪ ବର୍ଷ ଝିଅର ଜୋର ଜବରଦସ୍ତି ବାଲ୍ୟବିବାହ କରିଦେଉଥିଲେ ପରିବାର, ପହଞ୍ଚିଲା ପ୍ରଶାସନ ଆଉ…

ପାଠ ପଢିବା ବୟସରେ ବାହାଘର।

ପିପିଲି: ଆଜିକା ଦିନରେ ବି ଚାଲିଛି କୁପ୍ରଥା। ପାଠ ପଢିବା ବୟସରେ ଛୋଟ ଛୋଟ ପିଲାଙ୍କୁ ଚାପ ପକାଇ କରିଦିଆଯାଉଛି ବାହାଘର। ତାହା ପୁଣି ନାବାଳିକା ଥିବା ସମୟରେ।

ଆଜି ଭଳି ଶିକ୍ଷିତ ସମାଜରେ ବି ଏପରି କୁପ୍ରଥା ବଞ୍ଚି ରହିଛି। ଯାହାକୁ କୁହାଯାଉଛି ବାଲ୍ୟ ବିବାହ। ହଁ ଆଜ୍ଞା ଏ ଘଟଣା ଆଉ କେଉଁଠିକାର ନୁହେଁ ବରଂ ଆମ ଓଡ଼ିଶାର ପିପିଲିର ଲକ୍ଷ୍ମୀନାରାୟଣପୁର ପଞ୍ଚାୟତର।

ଜଣେ ୧୪ ବର୍ଷର ଛୋଟ ଝିଅଟିଏ। ବୟସ ତାର ପାଠ ପଢିବାର। ହେଲେ ପାଠ ପଢିବା ବୟସରେ ତା ପରିବାର ଝିଅଟିର ବାଲ୍ୟ ବିବାହ କରିଦେଉଥିଲେ।

ଖବର ପାଇବା ପରେ ଘଟଣା ସ୍ଥଳରେ ପହଞ୍ଚିଥିଲା ପ୍ରଶାସନ ଆଉ ବାହାଘରକୁ ବନ୍ଦ କରିଥିଲା। ବୟସ ନ ହେଇଥିବାର ଝିଅର ବାହାଘର ବନ୍ଦ କଲେ ପିପିଲି ସିଡିପିଓ।  ତାଙ୍କ ସାଙ୍ଗରେ ଥିଲେ ପଞ୍ଚାୟତ କାର୍ଯ୍ୟନିର୍ବାହୀ ଅଧିକାରୀ।