ବାଲିଗୁଡ଼ା: ବାଲିଗୁଡ଼ାରେ ଦେଖିବାକୁ ମିଳିଛି ହୃଦୟ ବିଦାରକ ଘଟଣା । ମହାପ୍ରୟାଣ ଗାଡ଼ି ନ ମିଳିଲାନି ବୋଲି ଶବକୁ କାନ୍ଧରେ ବୋହି ବୋହି ନେଲେ ପରିବାର ଲୋକ ।
ଗୋଟିଏ କି ଦୁଇ କିଲୋମିଟର ନୁହେଁ ବରଂ ୭ କିଲୋମିଟର ବାଟ ପରିବାର ଲୋକ କାନ୍ଧରେ ଶବ ବୋହି ନେଇଥିବା ଘଟଣା ସାମ୍ନାକୁ ଆସିଛି । ଦାରିଙ୍ଗବାଡ଼ି ବଜାରରେ ବୋହିନେଲେ ପରିବାର ।
ଗର୍ଭବତୀଙ୍କ ମୃତ୍ୟୁ ହୋଇଯିବା ପରେ ଶବ ନେବା ପାଇଁ ମିଳି ନ ଥିଲା ଗାଡ଼ି । ଯାହାଫଳରେ ପରିବାର ଲୋକେ ଶବକୁ କାନ୍ଧରେ ବୋହି ନେବାକୁ ବାଧ୍ୟ ହୋଇଥିଲେ ।