fbpx

ପ୍ରସିଦ୍ଧ ଗଜଲ ଗାୟକ ଭୂପିନ୍ଦର ସିଂହଙ୍କ ପରଲୋକ, ଶୋକରେ ବଲିଉଡ

ମୁମ୍ବାଇ: ଦିଗ୍ଗଜ ଗଜଲ ଗାୟକ ଭୂପିନ୍ଦର ସିଂହଙ୍କ ପରଲୋକ ହୋଇଛି । ମୁମ୍ବାଇର କ୍ରିଟୀ କେୟାର ହସ୍ପିଟାଲରେ ଚିକିତ୍ସାଧୀ ହସ୍ପିଟାଲରେ ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୮୨ ବର୍ଷ ହୋଇଥିଲା । ତାଙ୍କ ପତ୍ନୀ ମିଥାଲୀ ସିଂହ ପରଲୋକ ନେଇ ସୂଚନା ଦେଇଛନ୍ତି । ୧୦ ଦିନ ପୂର୍ବରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କୁହାଯାଉଛି ତାଙ୍କର ଅନ୍ତନଳୀରେ କ୍ୟାନ୍ସର ହୋଇଥିଲା । ତାଙ୍କୁ କୋଭିଡ ମଧ୍ୟ ହୋଇଯାଇଥିଲା ଫଳରେ ତାଙ୍କର ସ୍ୱାସ୍ଥ୍ୟବସ୍ଥାରେ ଅବନ୍ନତି ଦେଖାଦେଇଥିଲା । ଏହାରି ମଧ୍ୟରେ ସୋମବାର ସନ୍ଧ୍ୟା ୭:୩୦ ରେ ସେ ଶେଷ ନିଶ୍ୱାସ ତ୍ୟାଗ କରିଥିଲେ ।

ସୂଚନାଯୋଗ୍ୟ, ଗଜଲ ଗାୟକ ଭୂପିନ୍ଦର ସିଂହ ନିଜ ଜୀବନରେ ଅନେକ ସଂଘର୍ଷ ପରେ ସଫଳତା ପାଇଥିଲେ । ‘ହୋକେ ମଜବୁର୍ ମୁଝେ, ଉସେ ବୁଲାୟା ହୋଗା, ଦିଲ୍ ଧୁଣ୍ଡତା ହେ, ଦୁକି ପେ ଦୁକି ହୋ ୟା ସତ୍ତେ ପେ ସତ୍ତା’ ଭଳି ବହୁ ଗୀତ ଲୋକପ୍ରିୟ ହୋଇଥିଲା ଏବଂ ତାଙ୍କର ବହୁତ ପ୍ରଶଂସକ ଥିଲେ  ।

ଭୂପିନ୍ଦର ଜନ୍ମ ୬ ଜାନୁଆରୀ ୧୯୪୦ ରେ ପଞ୍ଜାବର ଅମତୃସରରେ ହୋଇଥିଲା । ତାଙ୍କ ବାପା ଜଣେ ପ୍ରଫେସର ଥିଲେ ଏବଂ ଜଣେ ଓକିଲ ମଧ୍ୟ ଥଲେ । ତାଙ୍କ ପିତା ହିଁ ତାଙ୍କୁ ଗାଇବାର ଟ୍ରେନିଂ ଦେଇଥିଲେ । ନିଜ କ୍ୟାରିୟରର ଆରମ୍ଭ ଭୂପିନ୍ଦର ସିଂହ ଦିଲ୍ଲୀର ଅଲ୍ ଇଣ୍ଡିଆ ରେଡିଓରେ ଆରମ୍ଭ କରିଥିଲେ । ସେ ଗିଟାର ଏବଂ ଭାୟୋଲିନ୍ ବଜାଇବା ଶିଖିଥିଲେ । ୧୯୬୨ ରେ ମ୍ୟୁଜିକ୍ ଡାଇରେକ୍ଟର ମଦନ ମୋହନ ଅଲ୍ ଇଣ୍ଡିଆ ରେଡିଓର ପ୍ରଡ୍ୟୁସ ସତୀଶ ଭାଟିଆଙ୍କ ଡିନର ପାର୍ଟୀରେ ଗୀତ ଗାଇଥିଲେ । ଏହାପରେ ଭୂପିନ୍ଦରଙ୍କୁ ମୁମ୍ବାଇ ଡାକିଥିଲେ ଏବଂ ମୋହମ୍ମଦ ରଫୀ, ତଲତ ମହମୁଦ ଏବଂ ମନ୍ନା ଡେ ଙ୍କ ସହ େ ‘ହୋକେ ମଜବୁର ଉସନେ ମୁଝେ ବୁଲାୟା’ ଗୀତରେ ଗାଇବାକୁ ସୁଯୋଗ ଦେଇଥିଲେ । ଯାହାକୁ ଦର୍ଶକ ଖୁବ୍ ପସନ୍ଦ ମଧ୍ୟ କରିଥିଲେ । ଏହିପରି ଭାବରେ ତାଙ୍କର ବଲିଉଡ ଯାତ୍ରା ଆରମ୍ଭ ହୋଇଥିଲା ।

Get real time updates directly on you device, subscribe now.