fbpx

ବହୁ ଚର୍ଚ୍ଚିତ ହନିଟ୍ରାପ ମାମଲା: ଜେଲରୁ ମୁକୁଳିଲେ ବ୍ଲାକମେଲ କ୍ୱୀନ ଅର୍ଚ୍ଚନା ନାଗ

ଭୁବନେଶ୍ୱର: ଶେଷରେ ଆଜି ଜେଲରୁ ବାହାରିଛନ୍ତି ଅର୍ଚ୍ଚନା ନାଗ । ବହୁଚର୍ଚ୍ଚିତ ହନିଟ୍ରାପ ଅଭିଯୋଗ ମାମଲାରେ ସେ ଝାରପଡ଼ା ଜେଲରେ ଥିଲେ । ତେବେ ଆଜି ଦୀର୍ଘ ୧୪ ମାସ ପରେ ବାହାରକୁ ଆସିଛନ୍ତି ଅର୍ଚ୍ଚନା । ଇଡି ମାମଲାରେ ହାଇକୋର୍ଟରୁ ଜାମିନ ମିଳିବା ପରେ ଅର୍ଚ୍ଚନା ଜେଲରୁ ମୁକୁଳିଛନ୍ତି । ତେବେ ହାଇକୋର୍ଟରୁ ବେଲ ମିଳିବାର ୭ ଦିନ ପରେ ସେ ଜେଲରୁ ମୁକୁଳିଛନ୍ତି । ତେବେ ତାଙ୍କୁ ନେବାକୁ ସେଠାକୁ ତାଙ୍କ ସ୍ୱାମୀ ଜଗବନ୍ଧୁ ଚାନ୍ଦ ସେଠାକୁ ଆସିଥିଲେ ।

ଜେଲରୁ ବାହାରିବା ପରେ ଗଣମାଧ୍ୟମ ଆଗରେ ନିଜର ପ୍ରତିକ୍ରିୟା ରଖିଛନ୍ତି ଅର୍ଚ୍ଚନା ନାଗ । ତେବେ ଗଣମାଧ୍ୟମକୁ ନିଜର ପ୍ରତିକ୍ରିୟା ଦେଇ ସେ କହିଛନ୍ତି ଯେ ସେ ଖୁବ ଶୀଘ୍ର କୋର୍ଟର ଦ୍ୱାରସ୍ଥ ହେବେ । ଏହା ସହିତ ସମସ୍ତ ତଥ୍ୟ ଏବଂ ପ୍ରମାଣ ମଧ୍ୟ କୋର୍ଟରେ ଦାଖଲ କରିବେ ବୋଲି ସେ କହିଛନ୍ତି । ଏହା ସହିତ ତାଙ୍କର କୋର୍ଟ ତଦନ୍ତ ଏବଂ ଶୁଣାଣି ଉପରେ ଭରସା ଥିବା ସେ କହିଛନ୍ତି । ଏପରିକି ସେ କୋର୍ଟର ତଦନ୍ତରେ ସମ୍ପୂର୍ଣ୍ଣ ସହଯୋଗ କରିବେ ବୋଲି ମଧ୍ୟ କହିଛନ୍ତି । ତେବେ ତାଙ୍କର ଜାମିନରେ ବାହାରିବା ନେଇ ମଧ୍ୟ ଅନେକ ସର୍ତ୍ତ ମଧ୍ୟ ରହିଛି । ସେ କୋର୍ଟରେ ନିଜର ପାସପୋର୍ଟ ଜମା କରିବା ନେଇ କୋର୍ଟ ସର୍ତ୍ତ ରଖିଛନ୍ତି ।

ସୂଚନାଯୋଗ୍ୟ, ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ଅନେକ ଜଣାଶୁଣା ତଥା ବଡ଼ବଡ଼ିଆ ନେତା ଓ ମନ୍ତ୍ରୀଙ୍କୁ ତାଙ୍କର ହନିଟ୍ରାପ ଜାଲରେ ଛନ୍ଦି ବ୍ଲାକମେଲ କରୁଥିବା ଅଭିଯୋଗ ହୋଇଥିଲା । ତେବେ ଏ ନେଇ ତଦନ୍ତ ହେବା ପରେ ଏହି ମାମଲାରେ ଅନେକ ରାଜନେତା, ବ୍ୟବସାୟୀ ଏବଂ ସିନେ ଜଗତର ବ୍ୟକ୍ତିବିଶେଷଙ୍କର ସମ୍ପୃକ୍ତି ଥିବା ନେଇ ଅଭିଯୋଗ ହୋଇଥିଲା । ଏପରରିକି ସେମାନଙ୍କର ଅର୍ଚ୍ଚନାଙ୍କ ସହିତ ଫଟୋ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହୋଇଥିଲା । ଏପରିକି ଏହି ଘଟଣାକୁ ନେଇ ଅନେକ ରାଗନୈତିକ ଝଡ଼ ମଧ୍ୟ ସୃଷ୍ଟି ହୋଇଥିଲା । ଶେଷରେ ୨୦୨୨ ମସିହା ଅକ୍ଟୋବର ମାସରେ ଅର୍ଚ୍ଚନାଙ୍କୁ ଗିରଫ କରାଯାଇଥିଲା ।

Get real time updates directly on you device, subscribe now.