fbpx

SCBରେ ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍

କଟକ: ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍‌। କଟକ ଏସସିବି ମେଡିକାଲର ସର୍ଜରୀ ବିଭାଗରେ ଛାତରୁ ଖସିଛି ଫ୍ୟାନ୍‌। ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥାରେ ଫ୍ୟାନଟି ଜଣେ ମହିଳା ରୋଗୀଙ୍କ ଉପରେ ଛିଡି ପଡିଥିବା ଜଣାପଡିଛି । ଫ୍ୟାନ ପଡିବାରୁ ମହିଳା ରୋଗୀ ଜଣଙ୍କ ଗୁରୁତର ଆହତ ହୋଇଛନ୍ତି । ଫଳରେ ତାଙ୍କୁ ଆଇସିୟୁରେ ଭର୍ତ୍ତି କରାଯାଇଛି ।

ତେବେ ଗତ ୪ ଦିନ ତଳେ ଯାଜପୁର ଜିଲ୍ଲାର ଜଣେ ମହିଳା ଏସସିବିରେ ଭର୍ତ୍ତି ହୋଇଥିଲେ । ନିଆଁରେ ପୋଡି ଯାଇଥିବାରୁ ସର୍ଜରୀ ବିଭାଗରେ ତାଙ୍କର ଚିକିତ୍ସା ଚାଲିଥିଲା । କିନ୍ତୁ ଫ୍ୟାନ ପଡିବା କାରଣରୁ ମହିଳା ରୋଗୀଙ୍କ ଅବସ୍ଥା ଅଧିକ ଗୁରୁତର ହୋଇଛି । ତେବେ କିଭଳି ଫ୍ୟାନ ଖସି ପଡ଼ିଲା ତାହା ଜଣା ପଡିନି ।

Get real time updates directly on you device, subscribe now.