fbpx

ରଶ୍ମିକାଙ୍କୁ ଭେଟିବାକୁ ୯୦୦ କିମି ଦୂରରୁ ଆସିଲେ ଫ୍ୟାନ୍, ଭେଟି ନପାରିବାରୁ ଦୁଃଖ ପ୍ରକାଶ କରି ଏପରି କହିଲେ ଅଭିନେତ୍ରୀ

ମୁମ୍ବାଇ: ସାଉଥ୍ ଇଣ୍ଡିଆର ସୁପରଷ୍ଟାର ଓ ନ୍ୟାସନାଲ୍ କ୍ରସ୍ ରଶ୍ମିକା ମନ୍ଦାନା ନିଜ ଲୁକ୍ ଏବଂ ଅଭିନୟ ପାଇଁ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି । ତେବେ ତାଙ୍କୁ ଭାରତର ନ୍ୟାସନାଲ୍ କ୍ରସ୍ ମଧ୍ୟ କୁହାଯାଏ । ଏଥିପାଇଁ ଦେଶର କୋଣ ଅନୁକୋଣରେ ତାଙ୍କ ଫ୍ୟାନ ମାନେ ରହିଛନ୍ତି ଯେଉଁମାନେ ତାଙ୍କୁ ଭେଟିବାକୁ ପାଗଳ ପ୍ରାୟ ହୋଇଯାଆନ୍ତି । ଆଉ ରଶ୍ମିକା ମଧ୍ୟ ସୋସିଆଲ ମିଡିଆରେ ନିଜ ଫ୍ୟାନମାନଙ୍କ ସହିତ ଯୋଡି ହୋଇରହିଛନ୍ତି । ନିକଟରେ ରଶ୍ମିକାଙ୍କ ଜଣେ ଫ୍ୟାନ୍ ଚର୍ଚ୍ଚାରେ ରହିଛନ୍ତି ।

“ଗୀତା ଗୋବିନ୍ଦମ୍” ଫେମ୍ ସାଉଥ୍ ଇଣ୍ଡିଆ ବିୟୁଟି ରଶ୍ମିକା ମନ୍ଦାନା ଗତକାଲି ଅର୍ଥାତ୍ ଜୂନ୍ ୨୭ ତାରିଖରେ ଗୋଟିଏ ଟୁଇଟ୍ କରିଥିଲେ । ସେଥିରେ ସେ କହିଥିଲେ ଯେ, ତାଙ୍କର ଜଣେ ଫ୍ୟାନ୍ ତାଙ୍କୁ ଭେଟିବାକୁ ୯୦୦ କିମି ଦୂରରୁ ଆସିଥିଲା । ଏହି ଟୁଇଟ୍ ଏବେ ଖୁବ୍ ଭାଇରାଲ୍ ହେଉଛି । ତେବେ ଆକାଶ ତ୍ରିପାଠୀ ନାମକ ଜଣେ ଫ୍ୟାନ୍ ମଧ୍ୟ ଗତ ସପ୍ତାହରେ ତେଲେଙ୍ଗାନାରୁ କର୍ଣ୍ଣାଟକର କୋଡାଗୂ ରେ ଥିବା ରଶ୍ମିକାଙ୍କ ଘରେ ଯାଇ ପହଞ୍ଚିଥିଲେ । ଆଉ ଏହି ସମୟରେ ଯେତେବେଳେ ଉକ୍ତ ବ୍ୟକ୍ତି ରଶ୍ମିକାଙ୍କ ଘରର ଠିକଣା ମାଗିଥିଲା ସେତେବେଳେ ଲୋକମାନଙ୍କୁ ସନ୍ଦେହ ହୋଇଥିଲା ।

ଏହାପରେ ସ୍ଥାନୀୟ ଲୋକମାନେ ପୁଲିସ୍ କୁ ଖବର ଦେଇଥିଲେ । ପୁଲିସ୍ ଖବର ପାଇ ଆକାଶଙ୍କ ସହ କଥାବାର୍ତ୍ତା କରିଥିଲେ ଏବଂ ତାଙ୍କୁ ଠିକ୍ ଭାବେ ବୁଝାଇ ଘରକୁ ପଠାଇ ଦେଇଥିଲେ । ତେବେ ଏହି କଥା ଜାଣିବା ପରେ ଅଭିନେତ୍ରୀ ଟୁଇଟ୍ କରି ଏ ସମ୍ପର୍କରେ କହିଥିଲେ । ସେ ଟୁଇଟ୍ କରିଥିଲେ ଯେ, “ବନ୍ଧୁ ମାନେ, ମୁଁ ଏବେ ଜାଣିବାକୁ ପାଇଲି ଯେ, ଆପଣମାନଙ୍କ ମଧ୍ୟରୁ କେହି ଜଣେ ଭେଟିବାକୁ ଆସିଥିଲେ । ହେଲେ ମୁଁ ଅନରୋଧ କରୁଛି ଯେ, ସେପରି କିଛି କରନ୍ତୁ ନାହିଁ । ମୋତେ ଖରାପ ଲାଗୁଛି ଯେ, ମୁଁ ଆପଣଙ୍କୁ ଭେଟି ପାରିଲିନାହିଁ” ।

Get real time updates directly on you device, subscribe now.