fbpx

ପୁନିଥଙ୍କ ମୃତ୍ୟୁରେ ଫ୍ୟାନ୍ସଙ୍କୁ ଲାଗିଛି ଶକ୍ତ ଝଟକା: ଜଣେ ଆତ୍ମହତ୍ୟା କଲେ ତ’ ହାର୍ଟ ଆଟାକରେ ଚାଲିଗଲା ଆଉ ୨ ଜୀବନ

ବେଙ୍ଗାଲୁରୁ: କନ୍ନଡ ଫିଲ୍ମ ଅଭିନେତା ପୁନିଥ୍ ରାଜକୁମାର ଆଉ ଏ ଦୁନିଆରେ ନାହାନ୍ତି । ଗତକାଲି ତାଙ୍କର ଅଚାନକ୍ ମୃତ୍ୟୁ ପରେ ଚଳଚ୍ଚିତ୍ର ଦୁନିଆରେ ଶୋକ ଖେଳିଯାଇଛି । ୪୬ ବର୍ଷ ବୟସରେ ହାର୍ଟ ଆଟାକ୍ କାରଣରୁ ପୁନିଥଙ୍କ ମୃତ୍ୟୁ ହୋଇଛି । ବିକ୍ରମ ମେଡିକାଲର ଆଇସିୟୁରେ ଚିକିତ୍ସିତ ଅବସ୍ଥାରେ ତାଙ୍କର ମୃତ୍ୟୁ ହୋଇଥିବା ବେଳେ ଏହି ଖବରକୁ ହଜମ କରିପାରୁନାହାନ୍ତି ତାଙ୍କ ଫ୍ୟାନ୍ସସ୍ । ପୁନିଥଙ୍କ ମୃତ୍ୟୁରେ ତାଙ୍କର ଜଣେ ପ୍ରଶଂସକ ଆତ୍ମହତ୍ୟା କରିଦେଇଥିବା ବେଳେ ଆଉ ୨ ଜଣଙ୍କୁ ଆର୍ଟ ଆଟାକ୍ ଆସିବାରୁ ମୃତ୍ୟୁ ଘଟିଛି ।

ପୁନିଥଙ୍କ ମୃତ୍ୟୁ ଖବରକୁ ଫ୍ୟାନ୍ସମାନେ ସହ୍ୟ କରିପାରୁ ନାହାନ୍ତି । କର୍ଣ୍ଣାଟକର ଚାମରାଜନଗର ଜିଲ୍ଲାର ହନୁର ତାଲୁକାର ମାରୋ ଗାଁର ଜଣେ ୩୦ ବର୍ଷୀୟ ବ୍ୟକ୍ତି ଯେବେ ଏହି ଖବର ଶୁଣିଥିଲେ, ସେବେ ତାଙ୍କୁ ହାର୍ଟ ଆଟାକ୍ ଆସିଥିଲା । ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଗଲା । ମୃତକଙ୍କ ନାଁ ମୁନିୟପ୍ପା ହୋଇଥିବା ବେଳେ ସେ ଜଣେ କୃଷକ ଥିଲେ ।

ସେହିପରି ପର୍ଶୁରାମ ଦେମତ୍ରାୱର ନାମକ ଜଣେ ବ୍ୟକ୍ତି ପୁନିଥଙ୍କ ମୃତ୍ୟୁ ଖବର ଶୁଣି ବହୁତ ଦୁଃଖୀ ହୋଇଥିଲେ । ଟିଭି ସାମ୍ନାରେ ବସି ଖାଲି କାନ୍ଦିବାରେ ଲାଗିଥିଲେ । ରାତି ୧୧ଟାରେ ହାର୍ଟ ଆଟାକ୍ ଆସିବାରୁ ତାଙ୍କର ବି ମୃତ୍ୟୁ ହୋଇଗଲା ।

ଏହା ସହ ପୁନିଥଙ୍କ ନିଧନ ଖବର ଶୁଣି ଆଉ ଜଣେ ଫ୍ୟାନ୍ସ ଆତ୍ମହତ୍ୟା କରିବାକୁ ପଛାଇ ନାହାନ୍ତି । କର୍ଣ୍ଣାଟକ ବେଲଗାବୀ ଜିଲ୍ଲାର ଅଥାନୀରେ ରାହୁଲ ଗାଦିୱାଦାର ନାମକ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଛନ୍ତି । ସେ ପ୍ରଥମେ ପୁନିଥଙ୍କ ଫଟୋକୁ ଫୁଲରେ ସଜାଇଥିଲେ ଓ ପରେ ସେ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଥିଲେ ।

Get real time updates directly on you device, subscribe now.