fbpx

ବିଦାୟ ନେଲା ବାଘୁଣୀ ସାରା, ୧୯ ବର୍ଷ ବୟସରେ ଆଖିବୁଜିଲା ନନ୍ଦନକାନନର ବାଘୁଣୀ

Advertisement

ଭୁବନେଶ୍ୱର ( ଓଡିଶା ଭାସ୍କର ): ନନ୍ଦନକାନନ ଜାତୀୟ ଉଦ୍ୟାନ ପରିସରରେ ରହୁଥିଲା ଏକ ବାଘୁଣୀ । ନାଁ ଥିଲା “ସାରା’ । ଆଉ ସାରା ଏବେ ବିଦାୟ ନେଇ ସାରିଛି, ୧୯ ବର୍ଷ ବୟସରେ । ୪ ବର୍ଷ ବୟସ ହୋଇଥିବା ସମୟରେ ସାରାକୁ ନନ୍ଦନକାନନ ଅଣାଯାଇଥିଲା । ୨୦୦୯ ମସିହାରେ ସେ ନନ୍ଦନକାନନ ଆସିଥିଲା । ସେଠି ରହୁଥିଲା, ଖାଉଥିଲା, ବୁଲୁଥିଲା ଓ ବାଘୁଣୀ “ସାରା’ ନାଁରେ ପରିଚିତ ଥିଲା । ମାତ୍ର ଆଜି ଆଖି ବୁଜି ସାରିଛି ଏ ବାଘୁଣୀ । ବାଘ ସଫାରୀର ୩୩ ନମ୍ବର ଖୁଆଡରେ ରହୁଥିବା ସାରା ଦୀର୍ଘ ଦିନ ହେବ ଅସୁସ୍ଥ ଥିଲା । ତାକୁ ବଞ୍ଚାଇବା ପାଇଁ ଏକ ଡାକ୍ତରୀ ଦଳ ଉଦ୍ୟମ କରି ବିଫଳ ହୋଇଥିଲେ ଓ ଏବେ “ସାରା’ ବିଦାୟ ନେଇ ସାରିଛି । ଏହି ଦୁଃଖଦ ବିଦାୟ ପରେ ଲାଗୁଛି ଯେମିତି ଲାଗୁଛି ସାରା ନନ୍ଦନକାନନ ଡାକୁଛି “ସାରା ସାରା’ । କିନ୍ତୁ ସେ ବା କେମିତି ଶୁଣିବ ଏ ଡାକ ! ସାରା ତ ଇହଲୋକରୁ ପରଲୋକ ଯାଇ ସାରିଛି ।

 

ସାରାକୁ ୨୦୦୯ ମସିହାରେ ମଧ୍ୟପ୍ରଦେଶର ଚିଡିଆଖାନାରୁ ନନ୍ଦନକାନନ ଅଣାଯାଇଥିଲା । ଧଳା ବାଘ ଋଷି ସହ ତାର ମିଳନ ହୋଇ ସାରା ଗର୍ଭରୁ ତିନି ବାଘୁଣୀ ଜନ୍ମ ହୋଇଥିଲେ । ନନ୍ଦନକାନନରେ ସାରା ଶୋଭା ବଢାଉଥିଲା । ମାତ୍ର ସେ ଗଲାପରେ ଏବେ ନନ୍ଦନକାନନରେ ବାଘ ସଂଖ୍ୟା ୨୬ କୁ ହ୍ରାସ ପାଇଛି । ସାରା ନନ୍ଦନକାନନ ସମେତ ସାରାକୁ ବାଘପ୍ରେମୀ ଓ ଓଡିଶାବାସୀ ଖୋଜୁଛନ୍ତି । ସାରା ଏବେ ବିଦାୟ ନେଇ ସାରିଛି, ତା ସମୟ ଏ ଦୁନିଆରୁ ସରି ସାରିଛି ।

Get real time updates directly on you device, subscribe now.