fbpx

କୃଷି ଆଇନ ପ୍ରତ୍ୟାହାର ବିଲ୍ ପାରିତ

ନୂଆଦିଲ୍ଲୀ: ଲୋକସଭାରେ ପାରିତ ହେଲା କୃଷି ଆଇନ ପ୍ରତ୍ୟାହାର ବିଲ୍ । ସଂସଦରେ ଆଜି ଠାରୁ ଆରମ୍ଭ ହୋଇଥିବା ଶୀତ ଅଧିବେଶନର ପ୍ରଥମ ଦିନରେ ଏହି ବିଲ୍ ପାରିତ ହୋଇଛି । ବିଲ୍ ପାରିତ ସମୟରେ ବିରୋଧୀ ମାନେ ହଟ୍ଟଗୋଳ ଜୋରଦାର କରିଥିଲେ । ହଟ୍ଟଗୋଳ ପରେ ଲୋକସଭାକୁ ଦିନ ୨ଟା ଯାଏଁ ମୁଲତବି ରଖିଲେ ବାଚସ୍ପତି । ଲୋକସଭାରେ ବିରୋଧୀଙ୍କ ନାରାବାଜୀ ଭିତରେ କୃଷି ମନ୍ତ୍ରୀ ନରେନ୍ଦ୍ର ସିଂ ତୋମାର୍ କୃଷି ବିଲ୍ କୁ ପାରିତ କରିଛନ୍ତି ।

Get real time updates directly on you device, subscribe now.