fbpx

ସଉକ ପାଇଁ କିଣିଲେ ବିଏମଡବ୍ଲ୍ୟୁ, ପେଟ୍ରୋଲ ପାଇଁ ଅର୍ଥ ନଥିବାରୁ କଲେ କୁକୁଡ଼ା ଓ ବତକ ଚୋରି

ଏ ଦୁନିଆଁର ପ୍ରତ୍ୟେକ ମଣିଷ ନିଜ ନିଜ ଇଚ୍ଛାରେ ଜୀବନ ବିତାଇବାକୁ ଚାହାନ୍ତି । କିଛି ଲୋକ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଅୟସରେ କାଟିଥାନ୍ତି । ମାତ୍ର ଏହି ଅୟସ ବେଳେବେଳେ ସେମାନଙ୍କ ପାଇଁ କାଳ ସାଜିଥାଏ । ବେଜିଂର ଜଣେ ଯୁବକ ଅୟସ କରିବା ପାଇଁ ଏକ ବିଏମଡବ୍ଲ୍ୟୁ କିଣିଥିଲେ । ମାତ୍ର ପରବର୍ତ୍ତୀ ସମୟରେ ତାଙ୍କର ଅବସ୍ଥା ବହୁତ ଖରାପ ହୋଇଯାଇଥିଲା । ତେଣୁ ବାଧ୍ୟ ହୋଇ ସେ ଗ୍ରାମର ଅନ୍ୟ ଲୋକଙ୍କ ଘରୁ ଚୋରି କରିବା ଭଳି ଅପରାଧିକ କାର୍ଯ୍ୟ କରିବାକୁ ପଛାଇ ନଥିଲେ ।

ବେଜିଂର ଜଣେ ଧନୀ କୃଷକ ସଉକ ପାଇଁ ୨ କୋଟି ଟଙ୍କା ବ୍ୟୟରେ ଏକ ବିଏମଡବ୍ଲ୍ୟୁ କାର କିଣିଥିଲେ । କିଛିଦିନ ପର୍ଯ୍ୟନ୍ତ ସେ ଏହାକୁ ଖୁବ୍ ମଜାରେ ଚଳାଉଥିଲେ । ମାତ୍ର ପରେ ସେ ବାରମ୍ବାର ପେଟ୍ରୋଲ ପକାଇ ଦେବାଳିଆ ହୋଇଯାଇଥିଲେ । ଫଳରେ କାରର ଷ୍ଟାଟସ୍ ମେଣ୍ଟେନ୍ କରିବା ପାଇଁ ସେ ଲୋକଙ୍କ ଘରୁ କୁକୁଡ଼ା ଓ ବତକ ଚୋରି କରିଥିଲେ । ପରେ ଚୋରି ଜନ୍ତୁଗୁଡ଼ିକୁ ବଜାରରେ ବିକ୍ରି କରି ଉକ୍ତ ଅର୍ଥରେ କାରରେ ପେଟ୍ରୋଲ ପକାଉଥିଲେ । ଏହି ଖବର ସୋସିଆଲ ମିଡ଼ିଆରେ ଖୁବ୍ ଭାଇରାଲ୍ ହୋଇଥିଲା । ତେବେ କୃଷକଙ୍କର ଏହି କୁକାର୍ଯ୍ୟରେ ଗ୍ରାମବାସୀ ଅତିଷ୍ଠ ହୋଇ ପୋଲିସରେ ଅଭିଯୋଗ କରିଥିଲେ । ପୋଲିସ ଏନେଇ କୃଷକଙ୍କୁ ପଚରାଉଚରା କରିବା ପରେ ସେ ସବୁ ସତ ମାନିଯାଇଥିଲେ ।

Get real time updates directly on you device, subscribe now.