fbpx

କୃଷି ଆଇନ ବିରୋଧରେ ସୁପ୍ରିମକୋର୍ଟ ଗଲେ ଚାଷୀ

ନୂଆଦିଲ୍ଲୀ, ୧୧।୧୨: କୃଷି ଆଇନ ବିରୁଦ୍ଧ ରେ ଆନ୍ଦୋଳନରତ କୃଷକ ମାନେ ଏବେ ସୁପ୍ରିମକୋର୍ଟ ର ଦ୍ୱାରସ୍ଥ ହୋଇଛନ୍ତି । ଏନେଇ ଏକ ଅଭିଯୋଗ ଦାଖଲ କରି କୃଷକ ବିରୋଧୀ କୃଷି ଆଇନକୁ ରଦ୍ଦ କରିବାକୁ ଅନୁରୋଧ କରାଯାଇଛି । ଭାରତୀୟ କୃଷକ ସଂଗଠନ ଭାନୁ ଗୁଟ ତରଫରୁ ଏହି ମାମଲା ଦାୟର ହୋଇଛି । ଅଭିଯୋଗରେ ୩ ଟି ଯାକ କୃଷି ଆଇନକୁ ଅସମ୍ବିଧାନିକ ଭାବେ ଗ୍ରହଣ କରି ଏହାକୁ ରଦ୍ଦ କରିବାକୁ ଦାବି କରାଯାଇଛି ।

Get real time updates directly on you device, subscribe now.