PM କିଷାନ ସମ୍ମାନ ନିଧି ଯୋଜନା ପୋର୍ଟାଲରେ ବଡ଼ ବ୍ୟତିକ୍ରମ : ଜୀବିତ କୃଷକଙ୍କୁ କହିଲା ମୃତ, ଏବେ ତହସିଲ ଅଫିସ ଚକ୍କର କାଟୁଛନ୍ତି ଚାଷୀ

ବଡ଼ବାନୀ: ମଧ୍ୟପ୍ରଦେଶ ବଡ଼ବାନୀ ଜିଲ୍ଲା ପାନସେମଲ ଜନପଦରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । କୃଷକଙ୍କୁ କିଛି ମାସ ହେବ ପିଏମ୍ କିଷାନ ସମ୍ମାନ ନିଧି ଯୋଜନା ଅନ୍ତର୍ଗତ ଟଙ୍କା ମିଳିବା ବନ୍ଦ ହୋଇଯାଇଛି । ଏହାର କାରଣ ଜାଣିବା ପାଇଁ ସେ ଯେତେବେଳେ କାର୍ଯ୍ୟାଳୟରେ ପହଞ୍ଚନ୍ତି ସେତେବେଳେ ସେ ଜାଣିବାକୁ ପାଇଲେ ଯେ, ପୋର୍ଟାଲରେ ତାଙ୍କୁ ମୃତ ଦେଖାଇଲା । ବର୍ତ୍ତମାନ ସେ ବ୍ଲକ୍ ଅଫିସ ଘେର ମାରୁଛନ୍ତି । ତାଙ୍କୁ ଜୀବିତ ଘୋଷଣା କରିବା ପାଇଁ ମଧ୍ୟ ସେ ଏକ ଆବେଦନ ଅଫିସରଙ୍କୁ ଦେଇଥିବା କହିଛନ୍ତି ।

ପାନସେମଲ ବନ୍ଧାର ଖୁର୍ଦ ପଞ୍ଚୟତ ଅନ୍ତର୍ଗତ କାଲା ଆମ୍ବା ଗ୍ରାମରେ ରହୁଥିବା ସୁଖଲାଲଙ୍କୁ ପିଏମ୍ କିଷାନ ନିଧି ପୋର୍ଟାଲରେ ମୃତ ଘୋଷଣା କରିଦିଆଯାଇଛି । ୨୦୨୧ ମାର୍ଚ୍ଚ ୧୬ରୁ ସେ ପୋର୍ଟାଲରେ ନିଜ ନାମ ରେଜିଷ୍ଟର କରିଛନ୍ତି । କିନ୍ତୁ କିଛିମାସ ହେବ ତାଙ୍କୁ ଯୋଜନା ଅର୍ନ୍ତଗତ ସହାୟତା ରାଶି ମିଳିବା ବନ୍ଦ ହୋଇଯାଇଛି । ଯୋଜନା ଟଙ୍କା ଉଠାଇବା ପାଇଁ ସୁଖଲାଲ ବ୍ୟାଙ୍କ ଯାଇଥିଲେ । ମାତ୍ର ସେଠାରେ ତାଙ୍କୁ ଟଙ୍କା ଆସିବା ବନ୍ଦ ହୋଇଯାଇଥିବା ଜାଣିବାକୁ ପାଇଲେ । ଅଭିଯୋଗ ନେଇ ସେ ଏସଡିଏମଙ୍କ କାର୍ଯ୍ୟାଳୟ ପହଞ୍ଚିଛନ୍ତି । ଘଟଣାର ଯାଞ୍ଚ କରି ତୁରନ୍ତ ସମାଧାନ କରାଯିବ ବୋଲି ଏସଡିଏମ କହିଛନ୍ତି ।