fbpx

ଡ୍ରାଗନ୍ ଚାଷ କରି ମାଲାମାଲ ହେଉଛନ୍ତି ଚାଷୀ; ଜାଣନ୍ତୁ ଆପଣ କିପରି ହେବେ ଲକ୍ଷପତି

ନୂଆଦିଲ୍ଲୀ: ଆଜିକାଲି ଦେଶ ତଥା ରାଜ୍ୟରେ ବିଦେଶୀ ଫଳ ଡ୍ରାଗନ୍ ର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଛି । ଅନେକ ଚାଷୀ ଏହାକୁ ଚାଷ କରିବାକୁ ପସନ୍ଦ କରୁଥିବା ବେଳେ ଏହାକୁ ଚାଷ କରି କିଛି ଚାଷୀ ମାଲାମାଲ ହୋଇଛନ୍ତି । କାରଣ କାକଟସ୍ ପ୍ରଜାତିର ଉଦ୍ଭିଦ ଡ୍ରାଗନ୍ ଫ୍ରୁଡ୍ କୁ ଦେଶ ବାହାରେ ହଜାର ହଜାର ଟଙ୍କାରେ ବିକ୍ରୀ କରାଯାଏ ।ଫଳରେ ଅନେକ ଚାଷୀ ଏହାର ଚାଷ କରି ଲକ୍ଷପଦି ହେଉଛିନ୍ତି । ତେବେ ଏହି ଡ୍ରାଗନଫୁଡରେ ଅନେକ ପୋଷକ ତତ୍ତ୍ୱ ରହିଥାଏ । ଫଳରେ ଏହା ବିଭିନ୍ନ ରୋଗରୁ ମୁକ୍ତି ଦେଇଥାଏ । ଯେଉଁଥିପାଇଁ ବିଦେଶ ବଜାରରରେ ଏହାର ଚାହିଦା ଅଧିକ ରହିଥାଏ । ତେବେ ଏହି ଫଳର ଚାଷ ପାଇଁ ସରକାର ମଧ୍ୟ ସାହାଯ୍ୟ କରୁଛନ୍ତି ଯାହାଫଳରେ ଚାଷୀ ଏହି ଚାଷ କରି ଅନେକ ଟଙ୍କା ରୋଜଗାର କରିବା ସହ ଜଣେ ସଫଳ ବ୍ୟବସାୟୀ ଭାବେ ନିଜକୁ ସାମିଲ କରିପାରୁଛନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଏହି ଫଳରେ ଥିବା ଫାଇଦା ଏବଂ ଏହାକୁ ଚାଷ କରିବା ପ୍ରଣାଳୀ ବିଷୟରେ …

ଡ୍ରାଗନ ଫ୍ରୁଡ୍ ର ଫାଇଦା : ଡ୍ରାଗନ ଫ୍ରୁଡ୍ ରେ ଭରପୁର ମାତ୍ରାରେ ଭିଟାମିନ୍, ମିନେରାଲ୍ସ ଏବଂ ଫାଇଟୋନ୍ୟୁଟ୍ରିଏଣ୍ଟସ୍ ଆଦି ଭରପୂର ମାତ୍ରାରେ ରହିଥାଏ । ଏତତ୍ ବ୍ୟତୀତ ଏହି ଡ୍ରାଗନ ଫ୍ରୁଡ୍ ରେ ଆଣ୍ଟିଅକ୍ସିଡାଣ୍ଟ, କାରୋଟିନ୍, ପ୍ରୋଟିନ୍ ଏବଂ ଫ୍ୟାଟି ଏସିଡ୍ ମଧ୍ୟ ରହିଥାଏ । ଯାହାକୁ ନିୟମିତ ଖାଇବା ସ୍ୱାସ୍ଥ୍ୟ ପକ୍ଷେ ଖୁବ୍ ଲାଭ ଦାୟକ ହୋଇଥାଏ । ଏତତ୍ ବ୍ୟତୀତ ଏହି ଫୁଡ୍ ବିଭିନ୍ନ ପ୍ରରୋଗକୁ ମଧ୍ୟ ନିୟନ୍ତ୍ରଣ କରିଥାଏ ।

ମଧୁମେହ: ଡ୍ରାଗନ୍ ଫ୍ରୁଡ୍ ରେ ଫ୍ଲାଭୋନାଏଡ୍, ଫେନୋଲିକ୍ ଏସିଡ୍, ଆସ୍କୋରବିକ୍ ଏସିଡ୍ ଏବଂ ଫାଇବର ରହିଥାଏ । ଏହି ସମସ୍ତ ଉପାଦାନ ରକ୍ତରେ ସର୍କରା ପରିମାଣକୁ ନିୟନ୍ତ୍ରଣ କରିବାରେ ସାହାଯ୍ୟ କରିଥାଏ। ତଥ୍ୟ ଭିତ୍ତିକ ଅଧ୍ୟୟନରୁ ଜଣାପଡିଛି ଯେ ଡ୍ରାଗନ୍ ଫ୍ରୁଡ୍ ଅଗ୍ନାଶୟ ବିଟା କୋଷର ବିକାଶ କରି ମୋଟାପଣର ଆଶଙ୍କା ହ୍ରାସ କରି ମଧୁମେହ ବିରୋଧୀ ପ୍ରଭାବ ସୃଷ୍ଟି କରିଥାଏ।
ହୃଦୟକୁ ସୁସ୍ଥ ରଖେ: ଡ୍ରାଗନ୍ ଫୁଡ୍ ରେ ମିଳୁଥିବା ଛୋଟ ଛୋଟ କଳା ମଞ୍ଜିଗୁଡ଼ିକ ଓମେଗା -୩ ଏବଂ ଓମେଗା -୯ ଫ୍ୟାଟି ଏସିଡ୍ର ଉତ୍ତମ ଉତ୍ସ, ଯାହା ହୃଦୟକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ ।

ମୋଟାପଣ: ଡ୍ରାଗନ୍ ଫୁଡ୍ ରେ ଥିବା ଫାଇବର ଏବଂ ଅନେକ ଭିଟାମିନ୍ ହଜମ ପ୍ରକ୍ରିୟାକୁ ଭଲ ଭାବରେ ବଜାୟ ରଖିବାରେ ସାହାଯ୍ୟ କରେ । ପେଟ ଏବଂ ଅନ୍ତନଳୀରେ ଏକ ଭଲ ମାଇକ୍ରୋବାୟୋମକୁ ପ୍ରୋତ୍ସାହନ ଦେଇ ଏହା ସମ୍ବନ୍ଧୀୟ ଅସୁବିଧାକୁ ଦୂର କରିବାରେ ସାହାଯ୍ୟ କରିଥାଏ । ଡ୍ରାଗନ୍ ଫୁଡ୍ ରେ ଥିବା ବିଟା ସିଆନିନ ପେଟରେ ଭଲ ବ୍ୟାକ୍ଟେରିଆ ବୃଦ୍ଧି କରି ମେଦବହୁଳତା ହ୍ରାସ କରିବାରେ ସାହାଯ୍ୟ କରିଥାଏ।

ଆର୍ଥ୍ରାଇଟିସ୍: ଡ୍ରାଗନ୍ ଫୁଡ୍ ଆଣ୍ଟି -ଇନ୍‌ଫ୍ଲାମେଟୋରୀ ଗୁଣରେ ଭରପୂର ଅଟେ ଯାହା ଆଣ୍ଠୁ ଗଣ୍ଠି ଫୁଲା ଏବଂ ଯନ୍ତ୍ରଣାକୁ ହ୍ରାସ କରିବାରେ ସାହାଯ୍ୟ କରେ। ରିମାଟଏଡ୍ ଆର୍ଥ୍ରାଇଟିସରେ ପୀଡିତ ଲୋକମାନେ ଡ୍ରାଗନ୍ ଫୁଡ୍ ଖାଇ ଯନ୍ତ୍ରଣାକୁ ବହୁ ମାତ୍ରାରେ ହ୍ରାସ କରିପାରିବେ।

ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି: ଡ୍ରାଗନ୍ ଫୁଡ୍ ରେ ଥିବା ଭିଟାମିନ୍-ସି ରୋଗ ପ୍ରତିରୋଧକ ଶକ୍ତି ବଢ଼ାଇ ଶରୀରକୁ ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

ବାର୍ଦ୍ଧକ୍ୟର ପ୍ରଭାବକୁ ହ୍ରାସ କରେ: ଡ୍ରାଗନ୍ ଫୁଡ୍ ଯାହାକି ଭିଟାମିନ୍ ସି ଏବଂ ଆଣ୍ଟିଅକ୍ସିଡାଣ୍ଟ ଗୁଣରେ ଭରପୂର ଅଟେ । ଏଥିରେ ମିଳୁଥିବା ଭିଟାମିନ୍ କ୍ଷତିଗ୍ରସ୍ତ କୋଷଗୁଡ଼ିକୁ ଠିକ କରିଥାଏ ଏବଂ ଚର୍ମକୁ ବାର୍ଦ୍ଧକ୍ୟର ପ୍ରଭାବରୁ ରକ୍ଷା କରିଥାଏ।

କିପରି ହେବେ ମାଲାମାଲ: ତେବେ ଏହି ଡ୍ରାଗନ୍ ଫ୍ରୁଡ୍ ପାଇଁ ସରକାର ଅନେକ ସୁବିଧା ସହ ଅର୍ଥରାଶି ମଧ୍ୟ ଯୋଗାଉଛନ୍ତି । ଫଳରେ ଆପଣ ମଧ୍ୟ ସରକାର ଦେଉଥିବା ସୁବିଧାର ଫାଇଦା ଉଠାଇ ପାରିବେ । ଏଥିସହିତ ଏହି ଫ୍ରୁଡକୁ ଚାଷ କରି ଆପଣ ମଧ୍ୟ ଲକ୍ଷ ଲକ୍ଷ ଟଙ୍କା ଗୋଜଗାର କରି ପାରିବେ । ତେବେ ଉଦ୍ୟାନ ବିଭାଗ ଦ୍ୱାରା ଡ୍ରାଗନ୍ ଫଳର ଚାଷ ପାଇଁ କୃଷକମାନଙ୍କୁ ଅନୁଦାନ ଦିଆଯାଇଛି। ତେବେ ସରକାର ଏକର ପିଛା ମୂଲ୍ୟ ୫ ରୁ ୬ ଲକ୍ଷ ଟଙ୍କା, ଦେଉଛନ୍ତି । ଯାହାକି ୩ ବର୍ଷ ମଧ୍ୟରେ ଚାଷୀଙ୍କୁ ମିଳିବ । ତେବେ ଆଧୁନିକ ଚାଷ ପ୍ରଣାଳୀ ଏବଂ ସଠିକ ପ୍ରଣାଳୀରେ ଏହି ଡ୍ରାଗନ୍ ଫ୍ରୁଡ ଛାଷ କରିବା ଦ୍ୱାରା ଚାଷୀ ଲକ୍ଷ ଲକ୍ଷ ଟଙ୍କା ଲାଭ କରିପାରିବେ।

Get real time updates directly on you device, subscribe now.