fbpx

‘WTO Quit Day’ ପାଳିବ କୃଷକ ମୋର୍ଚ୍ଚା: ଆସନ୍ତାକାଲି ନେସନାଲ-ଷ୍ଟେଟ୍ ହାଇୱେରେ ଟ୍ରାକ୍ଟର ରାଲି

ନୂଆଦିଲ୍ଲୀ: MSPକୁ ନେଇ ଆନ୍ଦୋଳନକୁ ଓହ୍ଲାଇଛି କୃଷକ ମୋର୍ଚ୍ଚା । ପଞ୍ଜାବ-ହରିୟାଣା ସୀମାରେଖାରେ ଆନ୍ଦୋଳନ ଜାରି ରଖିଛନ୍ତି ହଜାର ହଜାର କୃଷକ । ଏହାମଧ୍ୟରେ ଆସନ୍ତାକାଲି(ଫେବୃଆରୀ ୨୬ ତାରିଖରେ) ‘’WTO Quit Day’’ ମାନିବା ପାଇଁ ଘୋଷଣା କରିଛି । କିସାନ ସଂଗଠନ କହିଛି ଯେ, କୃଷି ଏବଂ WTO ଉଭୟକୁ ମିଶାଇବା ଉଚିତ୍ ନୁହେଁ । ଆସନ୍ତାକାଲି କୃଷକ ମୋର୍ଚ୍ଚା ନେସନାଲ ତଥା ଷ୍ଟେଟ ହାଇୱେରେ ଟ୍ରାକ୍ଟର ରାଲି କରିବା ପାଇଁ ଘୋଷଣା କରିଛନ୍ତି । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ରାଲି ଅନୁଷ୍ଠିତ ହେବା ନେଇ କୃଷକ ମୋର୍ଚ୍ଚା ତରଫରୁ ଘୋଷଣା କରାଯାଇଛି ।

ଫେବୃଆରୀ ୨୬ ତାରିଖରୁ ୨୯ ତାରିଖ ପର୍ଯ୍ୟନ୍ତ ଅବୁ ଧାବିରେ ହେବାକୁ ଥିବା ବିଶ୍ୱ ବ୍ୟାପାର ସଂଗଠନର ୧୩ତମ ମନ୍ତ୍ରୀସ୍ତରୀୟ ସମ୍ମିଳନୀରେ କୃଷି ଏବଂ WTO ଉଭୟକୁ ଅଲଗା ରଖିବା ପାଇଁ ବିକଶିତ ଦେଶଗୁଡ଼ିକ ଉପରେ ଚାପ ପକାଯାଉ ବୋଲି କେନ୍ଦ୍ର ସରକାରଙ୍କୁ କହିଛି ସଂଯୁକ୍ତା କିସାନ ମୋର୍ଚ୍ଚା । WTOରେ ବାରମ୍ବାର ଚର୍ଚ୍ଚାର ବିଷୟ ପାଲଟିଛି ଭାରତର ଖାଦ୍ୟ ସୁରକ୍ଷା ଏବଂ ମୂଲ୍ୟ ସମର୍ଥନ କାର୍ଯ୍ୟକ୍ରମ । ପ୍ରମୁଖ କୃଷି ରପ୍ତାନୀକାରୀ ଦେଶଗୁଡିକ ୨୦୩୪ ଶେଷ ସୁଦ୍ଧା କୃଷି ସହାୟତା ପାଇଁ WTO ସଦସ୍ୟଙ୍କ ଅଧିକାରର ବିଶ୍ୱରେ ୫୦% ହ୍ରାସ କରିବାକୁ ପ୍ରସ୍ତାବ ଦେଇଛନ୍ତି । ଏହି ସମସ୍ୟାର ସ୍ଥାୟୀ ସମାଧାନ ପାଇଁ ସାମୂହିକ ଭାବେ ସଂଗ୍ରାମ କରିବାକୁ ଭାରତ ସରକାର କମ୍ ବିକଶିତ ଦେଶମାନଙ୍କଠାରୁ ସମର୍ଥନ ଆଣିବା ଉଚିତ୍ ବୋଲି କହିଛି ସଂଯୁକ୍ତ କିସାନ ମୋର୍ଚ୍ଚା ।

ଏହାଦ୍ୱାରା ବିକାଶଶୀଳ ରାଷ୍ଟ୍ରଗୁଡ଼ିକୁ କାର୍ଯ୍ୟକ୍ରମ ଜାରି ରକିବା ପାଇଁ ଅନୁମତି ଦିଆଯିବା ସହ ସେମାନଙ୍କର କୃଷକ ଏବଂ ସାଧାରଣ ଲୋକଙ୍କୁ ସମର୍ଥନ କରିବା ପାଇଁ ସେମାନଙ୍କୁ ମଜବୁତ କରିବାକୁ ଅନୁମତି ଦିଆଯାଇ ପାରିବ । ଆସନ୍ତାକାଲି(ଫେବୃଆରୀ ୨୬ ତାରିଖରେ) ‘’WTO Quit Day’’ ମାନିବା ପାଇଁ ଘୋଷଣା କରିଛି । ଆସନ୍ତାକାଲି କୃଷକ ମୋର୍ଚ୍ଚା ନେସନାଲ ତଥା ଷ୍ଟେଟ ହାଇୱେରେ ଟ୍ରାକ୍ଟର ରାଲି କରିବା ପାଇଁ ଘୋଷଣା କରିଛନ୍ତି । ମଧ୍ୟାହ୍ନ ୧୨ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଏହି ରାଲି ଅନୁଷ୍ଠିତ ହେବା ନେଇ କୃଷକ ମୋର୍ଚ୍ଚା ତରଫରୁ ଘୋଷଣା କରାଯାଇଛି ।

Get real time updates directly on you device, subscribe now.