fbpx

ଚାଷୀଙ୍କୁ ଦୀପାବଳି ଭେଟି: ଆଜି ଆକାଉଣ୍ଟକୁ ଆସିବ ‘ପିଏମ କିଷାନ’ର ୪ ହଜାର ଟଙ୍କା !

ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନାର ହିତାଧିକାରୀମାନଙ୍କୁ ଆଜି ଏକ ବଡ଼ ଖବର ମିଳିବାକୁ ଯାଉଛି । ପ୍ରଧାନମନ୍ତ୍ରୀ ମୋଦୀ ଆଜି ୧୦ କୋଟିରୁ ଅଧିକ ଚାଷୀଙ୍କ ଆକାଉଣ୍ଟକୁ ୨-୨ ହଜାର ଟଙ୍କା ଟ୍ରାନ୍ସଫର କରିବେ । ଏହି ଟଙ୍କା ହିତାଧିକାରୀଙ୍କୁ ପିଏମ କିଷାନର ଦ୍ୱାଦଶ କିସ୍ତି ଆକାରରେ ଦିଆଯିବ । ଏଥର ଚାଷୀଙ୍କୁ ଦ୍ୱାଦଶ କିସ୍ତି ପାଇଁ ବହୁତ ସମୟ ଅପେକ୍ଷା କରିବାକୁ ପଡ଼ିଛି । ପ୍ରାୟ ସାଢ଼େ ଚାରି ମାସ ପୂର୍ବରୁ ଅର୍ଥାତ୍ ମେ ୩୧ ରେ ଚାଷୀମାନଙ୍କୁ ଏକାଦଶ କିସ୍ତି ଦିଆଯାଇଥିଲା ।

ଏହାପୂର୍ବରୁ ଅଗଷ୍ଟରୁ ନଭେମ୍ବର ପର୍ଯ୍ୟନ୍ତ କିସ୍ତି ୨୦୨୧ ମସିହାରେ ଅଗଷ୍ଟ ୯ ରେ ଚାଷୀଙ୍କ ଆକାଉଣ୍ଟକୁ ଟ୍ରାନ୍ସଫର କରାଯାଇଥିଲା । କୃଷି ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, ୧୭ ଅକ୍ଟୋବରରେ ପୁଷା ସ୍ଥିତ ଭାରତୀୟ କୃଷି ଅନୁସନ୍ଧାନ ପ୍ରତିଷ୍ଠାନ (ଆଇସିଏଆର) ଠାରେ ଆୟୋଜିତ ହେବାକୁ ଥିବା କାର୍ଯ୍ୟକ୍ରମରେ ପିଏମ ମୋଦୀ କୃଷକମାନଙ୍କ ପାଇଁ ଦ୍ୱାଦଶ କିସ୍ତି ଜାରି କରିବେ । ଏହି ସମୟରେ ପ୍ରଧାନମନ୍ତ୍ରୀ ଭାରତୀୟ କୃଷି ଅନୁସନ୍ଧାନ (ଆଇସିଏଆର) ରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ସମ୍ମିଳନୀଙ୍କୁ ଉଦଘାଟନ କରିବେ ।

ଅନେକ ହିତାଧିକାରୀ ଭୁଲ ଉପାୟରେ ପିଏମ କିଷାନର ଲାଭ ଉଠାଉଛନ୍ତି । ଏ ସମ୍ପର୍କରେ ସୂଚନା ପାଇବା ପରେ ସରକାରଙ୍କ ଦ୍ୱାରା ଇ-କେୱାଇସି ପ୍ରକ୍ରିୟା ଆରମ୍ଭ ହୋଇଥିଲା । ବିଭିନ୍ନ ଗଣମାଧ୍ୟମ ରିପୋର୍ଟରେ କୁହାଯାଇଥିଲା କି, ଏଥର ଯେଉଁମାନେ ଇ-କେୱାଇସି କରିନାହାନ୍ତି, ସେମାନେ ପିଏମ କିଷାନ କିସ୍ତି ପାଇବେ ନାହିଁ ।

ପିଏମ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ସରକାର ବାର୍ଷିକ ୬୦୦୦ ଟଙ୍କା ଅର୍ଥାତ୍ ୨୦୦୦ ଟଙ୍କାର ୩ଟି କିସ୍ତି ଚାଷୀଙ୍କ ଆକାଉଣ୍ଟକୁ ପଠାଉଛନ୍ତି । ଏହି ଯୋଜନା ଅଧୀନରେ, ଯେଉଁ କୃଷକଙ୍କ ଆକାଉଣ୍ଟକୁ ପିଏମ କିଷାନର ୧୧ ତମ କିସ୍ତି ଆସିନାହିଁ, ସେମାନେ ବର୍ତ୍ତମାନ ପରବର୍ତ୍ତୀ କିସ୍ତି ସହିତ ପୂର୍ବ ରାଶି ପାଇବେ । ଅର୍ଥାତ୍ କୃଷକମାନେ ବର୍ତ୍ତମାନ ୪୦୦୦ ଟଙ୍କା ପାଇବେ । ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧୀନରେ ବର୍ତ୍ତମାନ ଚାଷୀମାନେ ଦ୍ୱାଦଶ କିସ୍ତି ପାଇଁ ଅପେକ୍ଷା କରିଛନ୍ତି । ବର୍ତ୍ତମାନ ପର୍ଯ୍ୟନ୍ତ ଏହି ଯୋଜନାର ୧୧ ଟି କିସ୍ତି କୃଷକଙ୍କ ଆକାଉଣ୍ଟରେ ଜମା ହୋଇଛି ।

ଲିଷ୍ଟରେ ନିଜ ନାଁ ଦେଖିବାକୁ ଚାଁହୁଥିଲେ ଏପରି କରନ୍ତୁ ଚେକ୍…

– ନାଁ ଚେକ୍ କରିବାକୁ ଆପଣଙ୍କୁ ପ୍ରଥମେ ପିଏମ କିଷାନ ଯୋଜନାର ୱେବସାଇଟ https://pmkisan.gov.inକୁ ଯିବାକୁ ପଡିବ ।

– ଏବେ ଏହାର ହୋମପେଜରେ ଆପଣଙ୍କୁ Farmers Cornerର ଅପସନ୍ ମିଳିବ ।

– Farmers Cornerର ସେକ୍ସନର ଭିତରେ Beneficiaries Listର ଅପସନ୍ ଉପରେ କ୍ଲିକ କରନ୍ତୁ ।

– ଏବେ ଆପଣ ଲିଷ୍ଟରେ ରାଜ୍ୟ, ଜିଲ୍ଲା, ବ୍ଲକ ଓ ଗାଁକୁ ସିଲେକ୍ଟ କରନ୍ତୁ ।

– ପରେ ଆପଣ Get Report ଉପରେ କ୍ଲିକ କରନ୍ତୁ ।

– ଏହା ପରେ ଆବେଦନ କରିଥିବା କୃଷକଙ୍କ ଲିଷ୍ଟ ସାମ୍ନାକୁ ଆସିବ, ଯେଉଁଥିରେ ଆପଣ ନିଜ ନାଁ ଚେକ୍ କରିପାରିବେ ।

Get real time updates directly on you device, subscribe now.