fbpx

‘ରାମ କେବଳ ହିନ୍ଦୁମାନଙ୍କର ନୁହନ୍ତି ବରଂ ସମସ୍ତ ବିଶ୍ୱର…’ ରାମ ମନ୍ଦିର ଉଦ୍‌ଘାଟନକୁ ନେଇ କହିଲେ ଫାରୁକ ଅବଦୁଲ୍ଲା

Advertisement

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ଅଯୋଧ୍ୟାରେ ନିର୍ମିତ ହୋଇଥିବା ଶ୍ରୀ ରାମ ମନ୍ଦିରର ଉଦ୍‌ଘାଟନ ଏବଂ ଶ୍ରୀ ରାମଙ୍କ ପ୍ରାଣ ପ୍ରତିଷ୍ଠାକୁ ନେଇ ସବୁଆଡ଼େ ଚର୍ଚ୍ଚା । ଏହି ଭବ୍ୟ ସମାରୋହ ପାଇଁ ଜୋରସୋରରେ ଚାଲିଛି ପ୍ରସ୍ତୁତି । ଏଥିମଧ୍ୟରେ ୨୨ରେ ମନ୍ଦିରର ଉଦ୍‌ଘାଟନକୁ ନେଇ ଜାମ୍ମୁ କାଶ୍ମୀରର ପୂର୍ବତନ ମୁଖ୍ୟମନ୍ତ୍ରୀ ଫାରୁକ୍ ଅବଦୁଲ୍ଲାଙ୍କ ବୟାନ ସାମ୍ନାକୁ ଆସିଛି ।

ରାମ ମନ୍ଦିର ଉଦ୍‌ଘାଟନକୁ ନେଇ ଫାରୁକ୍ ଶୁଭେଚ୍ଛା ଜଣାଇ କହିଛନ୍ତି, ‘ଭଗବାନ ରାମ କେବଳ ହିନ୍ଦୁମାନଙ୍କର ନୁହନ୍ତି ବରଂ ସମସ୍ତ ବିଶ୍ୱର । ଭଗବାନ ରାମ କେବେ ବି କୌଣସି ନିର୍ଦ୍ଦିଷ୍ଟ ଜାତି, ଧର୍ମ ବା ଭାଷାକୁ ଗୁରୁତ୍ୱ ଦେଇନାହାନ୍ତି ବରଂ ସମସ୍ତଙ୍କୁ ଭାଇଚାରାର ବାର୍ତ୍ତା ବାଣ୍ଟିଛନ୍ତି । ଆଜି ଯେତେବେଳେ ଶ୍ରୀ ରାମ ମନ୍ଦିର ଉଦ୍ଘାଟିତ ହେବାକୁ ଯାଉଛି ଦେଶରୁ ଧିରେ ଧିରେ ଭାଇଚାରା ଅଦୃଶ୍ୟ ହେବାକୁ ଲାଗିଛି ।’ ଏହା ସହ ଜାମୁକାଶ୍ମୀର ସୀମାରେ ଆତଙ୍କବାଦୀ ଆକ୍ରମଣରେ ଶହିଦ ହେଉଥିବା ଜବାନମାନଙ୍କ ପାଇଁ ଯେ ଦୁଃଖ ପ୍ରକାଶ କରିଛନ୍ତି । ପାକିସ୍ତାନକୁ ପଡ଼ୋଶୀ ଦେଶ ସହ ସୁସମ୍ପର୍କ ସ୍ଥାପନ କରିବା ପାଇଁ ପରାମର୍ଶ ଦେଇଛନ୍ତି ।

Get real time updates directly on you device, subscribe now.