fbpx

KYC ବିନା FASTag ହେବ ବ୍ଲାକଲିଷ୍ଟ, ଜାଣନ୍ତୁ କେମିତି କରିବେ ଅପଡେଟ୍

ନୂଆଦିଲ୍ଲୀ: ଖୁବ୍ ଶୀଘ୍ର ନ୍ୟାସନାଲ ହାଇୱେ ଅଥୋରିଟି ଅଫ୍ ଇଣ୍ଡିଆ(NHAI) ଦ୍ୱାରା ଏକ ନୂତନ କାର୍ଯ୍ୟକ୍ରମ ‘One Vehicle, One FASTag’ ଜାରି କରାଯିବ । ଏହି ନୂତନ ପ୍ରୋଗ୍ରାମ ଅନ୍ତର୍ଗତ ଯାନବାହନ ଗୁଡ଼ିକର ଟୋଲ ଟ୍ୟାକ୍ସ ସଂଗ୍ରହ କରିବା ସହଜ ହେବା ସହ ଟୋଲ ପଏଣ୍ଟରେ ଟ୍ରଫିକ୍ ଜାମକୁ ହ୍ରାସ କରି ହେବ । ‘One Vehicle, One FASTag’ର ଅର୍ଥ ହେଉଛି ଗୋଟିଏ FASTag ଏକାଧିକ ଗାଡ଼ି ପାଇଁ ବ୍ୟବହାର କରାଯାଇପାରିବ ନାହିଁ । ଗୋଟିଏ ଗାଡ଼ି ପାଇଁ କେବଳ ଗୋଟିଏ FASTag ବ୍ୟବହାର ହୋଇପାରିବ । ଏହି କାର୍ଯ୍ୟକ୍ରମକୁ ସଫଳ କରିବା ପାଇଁ NHAI FASTag ବ୍ୟବହାରକାରୀଙ୍କୁ ଜାନୁଆରୀ ୩୧ ସୁଦ୍ଧା FASTag କାର୍ଡ଼ର KYCକୁ ସମ୍ପୂର୍ଣ୍ଣ କରିବାକୁ ନିବେଦନ କରିଛନ୍ତି । ଏହି KYC ନିୟମ ଆରବିଆଇ ଦ୍ୱାରା ପ୍ରସ୍ତୁତ କରାଯାଇଛି । ଯେଉଁ FASTag ବ୍ୟବହାରକାରୀଙ୍କ କାର୍ଡ଼ରେ ପର୍ଯ୍ୟାପ୍ତ ବାଲାନ୍ସ ରହିଛି କିନ୍ତୁ KYC ପୂରଣ ହୋଇପାରିବ ନାହିଁ ଏମାନଙ୍କୁ ବ୍ୟାଙ୍କ ଦ୍ୱାରା ଡିଆକ୍ଟିଭେଟ ବା ବ୍ଲାକଲିଷ୍ଟ୍ କରିଦିଆଯିବ । ତେବେ ଟୋଲ ପ୍ଲାଜାରେ କୌଣସି ପ୍ରକାର ଅସୁବିଧାକୁ ଏଡ଼ାଇବା ପାଇଁ ତୁରନ୍ତ FASTag କାର୍ଡ଼ର KYCକୁ ପୂରଣ କରନ୍ତୁ । ଆବଶ୍ୟକ ସ୍ଥଳେ ନିକଟସ୍ଥ ବ୍ୟାଙ୍କ କିମ୍ବା ଟୋଲ- ଫ୍ରି କଷ୍ଟମର କେୟାର ନମ୍ବରରେ ସମ୍ପର୍କ କରିପାରିବେ ।

FASTagରେ KYCକୁ ଅପଡେଟ୍ କରିବା ପାଇଁ ନିମ୍ନଲିଖିତ ଡକ୍ୟୁମେଣ୍ଟ ମଧ୍ୟରୁ ଯେକୌଣସି ଗୋଟିଏ ବୈଧ ପରିଚୟ ପତ୍ର ଆବଶ୍ୟକ ହୋଇଥାଏ :

୧. ପାସପୋର୍ଟ
୨. ଡ୍ରାଇଭିଂ ଲାଇସେନ୍ସ
୩. ଭୋଟର ଆଇଡ଼ି କାର୍ଡ଼
୪. ପାନ୍ କାର୍ଡ଼
୫. ଆଧାର କାର୍ଡ଼
୬. NREGA ୱାର୍କ କାର୍ଡ଼(ରାଜ୍ୟ ସରକାରଙ୍କ ଅଧିକାରୀ ଦ୍ୱାରା ଦସ୍ତଖତ ହୋଇଥିବା)
୭. ଏହା ସହ ଯାନବାହନ ସହ ଜଡ଼ିତ ବିଭିନ୍ନ ରେଜିଷ୍ଟ୍ରେସନ୍ ସାର୍ଟିଫିକେଟ୍

KYC ଅପଡେଟ୍ କରିବା ପାଇଁ ନିର୍ଦ୍ଦେଶବଳୀ:
– FASTagପ୍ରଦାନ କରିଥିବା ବ୍ୟାଙ୍କ ସହ ଯୋଗାଯୋଗ କରନ୍ତୁ
– KYC ଅପଡେଟ୍ ଫର୍ମ ନିଅନ୍ତୁ
– ଫର୍ମ ପୂରଣ କରି ଜମା କରନ୍ତୁ

Get real time updates directly on you device, subscribe now.