fbpx

ସୀମା ଟପି ଗଲା ବର୍ବରତା; ହିନ୍ଦୁ ଯୁବତୀଙ୍କୁ ଚଳନ୍ତା କାର୍ ରେ ଗଣଦୁଷ୍କର୍ମ, ପାଣି ମାଗିବାରୁ ପିଆଇଲେ ପରିସ୍ରା

ଫତେହପୁର:ସବୁ ସୀମା ଟପି ଯାଇଛି ବର୍ବରତା । ଉତ୍ତର ପ୍ରଦେଶର ଫତେହପୁରରେ ଜଣେ ହିନ୍ଦୁ ଯୁବତୀଙ୍କୁ କାର୍ ମଧ୍ୟରେ ଗଣଦୁଷ୍କର୍ମ କରାଯାଇଥିବାର ଖବର ସାମ୍ନାକୁ ଆସିଛି । ପୀଡିତା ଯୁବତୀ କହିଛନ୍ତି ତାଙ୍କୁ ଆବାସ ଯୋଜନାର ଲାଭ ଦେବା ଲାଗି ଅଭିଯୁକ୍ତ ମୋ ଅନିସ୍ ଓ ମୋ ଶମି ନାମକ ୨ ଜଣ ଯୁବକ ପାଖକୁ ଡାକିଥିଲେ । ଏହାପରେ ସେମାନେ ନିଜର ଅନ୍ୟ ୨ ଜଣ ସାଥିଙ୍କ ଜରିଆରେ ତାଙ୍କ ହାତ ଗୋଡ ବାନ୍ଧି ଦେଇ ତାଙ୍କୁ କାର୍ ମଧ୍ୟକୁ ଟାଣି ନେଇ ଗଣ ବଳାକ୍ରାର କରିଥିଲେ । କେବଳ ଏତିକି ନୁହେଁ ଘଟଣା ପରେ ଯେତେବେଳେ ଯୁବତୀ ଯନ୍ତ୍ରଣାରେ ଛଟପଟ ହୋଇ ପିଇବାକୁ ପାଣି ମାଗିଥିଲେ ସେତେବେଳେ ସେମାନେ ତା ପାଟିରେ ପରିସ୍ରା କରି ଏହାର ଭିଡିଓ ଉତ୍ତୋଳନ କରିଥିଲେ । ଯୁବତୀଙ୍କ ଇଜ୍ଜତ ଲୁଟିବା ପରେ ବର୍ବରମାନେ ତାଙ୍କୁୁ ଏହାକେଉଁଠାରେ ପ୍ରକାଶ ନ କରିବାକୁ ଧମକ ଦେଇ ରାସ୍ତାରେ ଫିଙ୍ଗି ଦେଇ ଚାଲିଯାଇଥିଲେ । ଏହାପରେ ଯୁବତୀ ବହୁ କଷ୍ଟରେ ଥାନାକୁ ଯାଇ ଘଟଣା ବିଷୟରେ ପୋଲିସକୁ କହିଥିଲେ ।

କିନ୍ତୁ ସବୁଠାରୁ ବଡ କଥା ଏତେ ବଡ ଘଟଣାରେ ପୋଲିସ କେସ୍ ରୁଜୁ କରି ନ ଥିଲା । ଯୁବତୀ ହାର ନ ମାନି ଅଭିଯୁକ୍ତଙ୍କ ବିରୁଦ୍ଧରେ କୋର୍ଟର ଦ୍ୱାରସ୍ଥ ହୋଇଥିଲେ । କୋର୍ଟ ମାମଲାର ଶୁଣାଣୀ ପରେ ପୋଲିସକୁ କେସ୍ ରୁଜୁ ଲାଗି ନିର୍ଦ୍ଦେଶ ଦେଇଥିଲେ । ଏହାପରେ ବିନ୍ଦକୀ କୋତୱାଲି ପୋଲିସ ଯୁବତୀର ବୟାନ ଆଧାରରେ ୪ ଅଭିଯୁକ୍ତ ମୋ ଅନୀସ ରାଇନ, ମୋ ଶମୀ କୁରେସୀ ସହିତ ଅନ୍ୟ ୨ ଜଣଙ୍କ ବିରୁଦ୍ଧରେ ବିଭିନ୍ନ ଧାରାରେ ମାମଲା ରୁଜୁ କରିବା ସହିତ ପୀଡିତାଙ୍କ ଡାକ୍ତରୀ ମାଇନା ଲାଗି ମେଡିକାଲ୍ ପଠାଇଛି ।

ବିନ୍ଦକୀ କୋତୱାଲୀ ଅଞ୍ଚଳରେ ରହୁଥିବା ପୀଡିତାଙ୍କ କହିବା ଅନୁଯାୟୀ ତାଙ୍କର ମାତା ପିତାଙ୍କର ମୃତ୍ୟୁ ହୋଇଯାଇଛି । ସେ ଘର ଘର ବୁଲି କପଡା ବିକି ନିଜର ଗୁଜୁରାଣ ମେଣ୍ଟାଉଥିଲେ । ଏକଦା ତାଙ୍କର ପରିଚୟ ହଥଗାଓଁ ଥାନା କ୍ଷେତ୍ରର ମୋ ଅନୀସ ଓ ମୋ ଶମୀ ସହ ହୋଇଥିଲା । ଅଭିଯୁକ୍ତ ମାନେ ତାଙ୍କୁ ଆବାସ ଯୋଜନାର ଲାଭ ପାଇବା ଦିଗରେ ସହଯୋଗ କରିବାକୁ କହିଥିଲେ । ଏମାନେ ତାକୁ ଅଧିକାରୀଙ୍କ ସହ ଭେଟାଇବାକୁ କହି ଫୋନ୍ କରି ଡକାଇଥିଲେ । ସେ ସେମାନଙ୍କ ପାଖରେ ପହଞ୍ଚିବା ପରେ ଅଭିଯୁକ୍ତମାନେ ତାଙ୍କୁ କାର୍ରେ ବସାଇ କିଛି ଦୂରରେ ଏକ ଶୂନଶାନ୍ ରାସ୍ତାରେ ଗାଡି ଅଟକାଇ ଗଣ ଦୁଷ୍କର୍ମ କରିଥିଲେ ।

Get real time updates directly on you device, subscribe now.