Breaking: ଛେଳି ଚରାଇବାକୁ ନ ଯିବାରୁ, ପୁଅକୁ ହାଣିଦେଲା ବାପା

ନିର୍ଦୟ ବାପା। ଛେଳି ଚରାଇବାକୁ ଯିବାପାଇଁ ମନା କରିବାରୁ ରାଗିଯାଇଥିଲା ବାପା। ଫଳରେ ପୁଅକୁ ଟାଙ୍ଗିଆରେ ହାଣିଦେଲା।

ରେଢ଼ାଖୋଲ: ବାପାର ଟାଙ୍ଗିଆ ଚୋଟରେ ପୁଅ ଘାଇଲା। ଛେଳି ଚରାଇବାକୁ ନ ଯିବାରୁ ପୁଅକୁ ହାଣିଦେଲା ବାପା। ପାରିବାରିକ କଳହକୁ ନେଇ ପୁଅକୁ ଟାଙ୍ଗିଆ ଚୋଟ। ଗୁରୁତର ଅବସ୍ଥାରେ ବୁର୍ଲା ମେଡିକାଲ ସ୍ଥାନାନ୍ତର।

ଏପରି ଏକ ଅଭାବନୀୟ ଘଟଣା ଘଟିଛି ରେଢାଖୋଲର ଘୁଙ୍ଗିନାଳୀରେ। ସକାଳେ ପୁଅକୁ ଛେଳି ଚରାଇ ନେବାକୁ କହିଥିଲେ ବାପା। ହେଲେ ଛେଳି ଚରାଇବାକୁ ମନା କରିଦେଲା ପୁଅ।

ଆଉ ଏହି ସାମାନ୍ୟ କଥାରେ ଉତ୍ୟକ୍ତ ହୋଇ ଟାଙ୍ଗିଆରେ ପୁଅକୁ ଚୋଟ ମାରିଥିଲେ ନିର୍ଦୟ ବାପା। ପରେ ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ପିଲାଟିକୁ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲ ନେଇଥିଲେ। ହେଲେ ସେଠାରୁ ତାଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି।