ଭାଉଜ କରିଦେଲେ ଖୁଲାସା…ସ୍ବାମୀଙ୍କ ସହ ନଥିଲା ଶାରୀରିକ ସମ୍ପର୍କ, ବାପ ସହ ପାପ ସମ୍ପର୍କ ପରେ ଛୁଆକୁ ଜନ୍ମ ଦେଲେ ମହିଳା (Video)

ଭୁବନେଶ୍ବର: ଦାଣ୍ଡରେ ପଡି ହାଟରେ ଗଡିଲାଣି ଘରୋଇ କଳି । ସ୍ୱାମୀ ସହିତ ଦୀର୍ଘ ୩ ବର୍ଷ ଧରି ସ୍ତ୍ରୀର ସମ୍ପର୍କ ନରଖି ବି ଜନ୍ମ ହେଲା ଛୁଆ । ପଟ୍ଟାମୁଣ୍ଡାଇରୁ ସାମ୍ନାକୁ ଆସିଛି ଏହି ଆଶ୍ଚର୍ଯ୍ୟକର ଘଟଣା । ତେବେ ଏହି ଘଟଣାରେ ବର୍ତ୍ତମାନ ଖୁଲାସା କରିଦେଲେ ଭାଉଜ । ଶ୍ବଶୁର ସହିତ ନଣନ୍ଦଙ୍କର ସମ୍ପର୍କ ରହିଥିବା କଥା କହିଦେଇଛନ୍ତି ବୋହୂ ।

ଅନ୍ୟ କେହି ନୁହଁନ୍ତି ବରଂ ଜନ୍ମ କଲା ବାପା ହିଁ ଝିଅକୁ ଗର୍ଭବତୀ କରିଛନ୍ତି । କେବଳ ସେତିକି ନୁହେଁ ଦୁହିଁଙ୍କର ଏକ ପୁତ୍ର ସନ୍ତାମ ମଧ୍ୟ ଜନ୍ମ ହୋଇଛି ଯାହାକୁ ପୁରା ଗାଁରେ ଏବେ ଚର୍ଚ୍ଚା ହେଉଛି । ଏନେଇ ସ୍ବାମୀ ମଧ୍ୟ ଅଭିଯୋଗ ଆଣିଛନ୍ତି ।

କାହିଁକି ବିବାହିତ ଝିଅକୁ କେବେ ବି ଶାଶୁଘରେ ରହିବାକୁ ଦେଉ ନଥିଲେ ବାପା, ବାରମ୍ବାର ବିଭନ୍ନ ପ୍ରକାରର ବାହାନ କରି ଝିଅକୁ ଶାଶୁଘରୁ ଡାକି ଆଣୁଥିଲେ । ଜ୍ବାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ବେ ସେ ଝିଅକୁ ଛାଡୁନଥିଲେ । ଏପଟେ ଘରେ ସେମାନଙ୍କ ସମ୍ପର୍କ କାଳେ ବୋହୂ କାହାକୁ କହିଦେବ ଭାବି ନାନା ପ୍ରକାରର ଅତ୍ୟାଚାର ଦେଉଥିଲେ ।

ଭାଉଜର ଅଭିଯୋଗ ଅନୁସାରେ, ଘରେ ଏକ ରହୁଥିଲେ ବାପା ଆଉ ଝିଅ । ଯାହାର ସୁଯୋଗ ନେଇ ବାପା ଝିଅଙ୍କ ଭିତରେ ଗଢି ଉଠିଥିଲା ଅନୈତିକ ସମ୍ପର୍କ । କେହି କାହାକୁ ଟିକେ ବି ଛାଡି ରହି ପାରୁ ନଥିଲେ । ଏକାଠି ଖାଇବା ଏକାଠି ବସିବା ଏମିତିକି ବିବାହିତ ଝିଅ ସାଙ୍ଗରେ ଧରି ଗୋଟିଏ ବେଡରେ ଶୋଉଥିଲେ ବାପା ଯାହାର ପରିଣାମ ସ୍ବରୂପ ଏକ ଛୁଆ ଜନ୍ମ ହୋଇଥିବା କଥା ଭାଉଜ କହିଛନ୍ତି । ଏହାକୁ ନିନ୍ଦନୀୟ ବିଷୟ ବୋଲି ଗ୍ରାମରେ ଚର୍ଚ୍ଚାର ବିଷୟ ପାଲଟିଛି ।