ଆଜି ବି ନ୍ୟାୟ ପାଇଁ କାନ୍ଦୁଛି ବାପା, 17 ବର୍ଷ ତଳେ ହୋଇଥିଲା ପୁଅର ହତ୍ୟା

ଓଡିଶା ଭାସ୍କର: ନ୍ୟାୟ ପାଇଁ ୧୭ବର୍ଷର ଅପେକ୍ଷା, ତଥାପି ବି ମିଳିନି ନ୍ୟାୟ। ପୁଅ ହତ୍ୟାର ନ୍ୟାୟ ପାଇଁ ୧୭ ବର୍ଷ ହେଲା ଲଢ଼ୁଛନ୍ତି ବାପା। ୨୦୦୮ରେ ୨୮ ବର୍ଷୀୟ ପୁଅ ଆଶିଷ ତ୍ରିପାଠୀଙ୍କୁ ହରାଇଥିଲେ ବ୍ରହ୍ମପୁର ରଘୁପତିନଗରର ନାରାୟଣ ତ୍ରିପାଠୀ। ହେଲେ ୧୭ବର୍ଷ ବିତିଗଲାଣି କିନ୍ତୁ ତାଙ୍କୁ ନ୍ୟାୟ ମିଳିନି।

୨୦୦୮ ନଭେମ୍ବର ୨୧ତାରିଖରେ ଆଶିଷ ନିଜ ସହପାଠିନୀଙ୍କ ସହ ଗୋପାଳପୁର ବେଳାଭୂମିକୁ ବୁଲିବାକୁ ଯାଇଥିଲେ। ଏହି ସମୟରେ ୮ ଜଣ ଯୁବକ ଉକ୍ତ ଯୁବତୀଙ୍କୁ ଅସଦାଚରଣ କରିବାରୁ ଆଶିଷ ଏହାକୁ ପ୍ରତିବାଦ କରିଥିଲେ।

ଏହାପରେ ଦୁର୍ବୃତ୍ତଙ୍କ ଆକ୍ରମଣରେ ଆଶିଷଙ୍କ ମୃତ୍ୟୁ ହୋଇଥିଲା। କିନ୍ତୁ ଦେଖୁ ଦେଖୁ ୧୭ ବର୍ଷ ବିତିଗଲା। ଏହି ସମ୍ବେଦନଶୀଳ ମାମଲାରେ ୭ ଜଣ ଅଭିଯୁକ୍ତ ଦୁଇବର୍ଷ ପୂର୍ବେ ନିର୍ଦ୍ଦୋଷରେ ଖଲାସ ମଧ୍ୟ ହୋଇସାରିଛନ୍ତି।

ପୁଲିସ ରେକର୍ଡ଼ରେ ଆଉ ଜଣେ ଅଭିଯୁକ୍ତ ଏବେ ବି ଫେରାର। କିନ୍ତୁ ଏବେ ବି ୭୬ ବର୍ଷ ବୟସରେ ପୁଅକୁ ନ୍ୟାୟ ଦେବା ପାଇଁ ଲଢ଼ୁଛନ୍ତି ଆଶିଷଙ୍କ ବାପା ନାରାୟଣ ତ୍ରିପାଠୀ।