fbpx

ବେଡରୁମରେ ପ୍ରେମିକ ସହ ରାସଲୀଳା କରୁଥିଲେ ବୋହୂ: ଶବ୍ଦ ଶୁଣି କବାଟ ଖୋଲିଦେଲେ ଶ୍ୱଶୁର, ଆଉ ତା’ପରେ…

ମହାରାଜଗଞ୍ଜ: ଉତ୍ତରପ୍ରଦେଶର ମହାରାଜଗଞ୍ଜ ଜିଲ୍ଲାର ଏକ ଗାଁରୁ ଆସିଛି ଏକ ଲଜ୍ଜାଜନକ ଘଟଣା । ବେଡରୁମରେ ନିଜ ପ୍ରେମିକ ସହ ରାସଲୀଳା କରୁଥିବା ବୋହୂକୁ ଧରିପକାଇଲେ ଶ୍ୱଶୁର । ଏହି ମାମଲାକୁ ନେଇ ସ୍ଥାନୀୟ ଅଞ୍ଚଳରେ ଚର୍ଚ୍ଚା ଲାଗିରହିଛି । ଶ୍ୱଶୁରଙ୍କ କହିବା ମୁତାବକ, ‘ତାଙ୍କ ପୁଅ ସହରରେ ରହି ଚାକିରି କରୁଛି । କିନ୍ତୁ ଗାଁରେ ଏହାର ଫାଇଦା ଉଠାଇ ତା’ସ୍ତ୍ରୀ ପ୍ରେମିକ ସହ ମଜା କରୁଛି ।’ ଏହି ଘଟଣା ସମଗ୍ର ଗାଁରେ ବିଜୁଳି ପରି ବ୍ୟାପିବାରେ ଲାଗିଛି ।

ଶ୍ୱଶୁରଙ୍କ ମୁତାବକ, ବୋହୂର ରୁମରୁ ଅଜବ ଶବ୍ଦ ଶୁଣିବାକୁ ମିଳିଥିଲା । ସେ ମୁଖିଆ ସହିତ ଗାଁର କିଛି ଲୋକଙ୍କୁ ଡାକିଥିଲେ । ସମସ୍ତେ ମିଶି ବୋହୂର କବାଟ ଖୋଲିବାକୁ ଆଶ୍ଚର୍ଯ୍ୟ ହୋଇଗଲେ । ବୋହୂ ନିଜ ପ୍ରେମିକ ସହ ଆପତ୍ତିଜନକ ପରିସ୍ଥିତିରେ ଥିଲେ । ଗାଁଲୋକମାନେ ତୁରନ୍ତ ଏହାର ଖବର ପୋଲିସକୁ ଦେଇଥିଲେ । ଏହା ପରେ ପୋଲିସ ଦୁହିଁଙ୍କୁ ଧରି ଥାନାକୁ ନେଇଥିଲେ । ମହିଳାଙ୍କ ସ୍ୱାମୀଙ୍କୁ ଫୋନରେ ସବୁ କଥା ଜଣାଇ ଦିଆଯାଇଥିଲା ।

ପତ୍ନୀର ଧୋକା ଫଳରେ ସ୍ୱାମୀ ବହୁତ ହତାଶ ହୋଇପଡ଼ିଛନ୍ତି । ଘଟଣା ପରେ ମହିଳା ନିଜ ପ୍ରେମିକ ସହ ରହିବାକୁ ଜିଦି ଧରିଥିଲେ । କିଛି ବି ପରିସ୍ଥିତିରେ ସେ ନିଜ ପ୍ରେମିକୁ ଛାଡ଼ିବାକୁ ନାରାଜ । ଏହି ମାମଲାର ସମାଧାନ କରିବାକୁ ଚେଷ୍ଟା କରାଯାଉଛି । ପ୍ରେମିକକୁ ମହିଳା ନିଜେ ଡାକିଥିବାରୁ କୌଣସି ବଡ଼ ମାମଲା ହୋଇନାହିଁ ।

Get real time updates directly on you device, subscribe now.