ଜ୍ୱାଇଁକୁ କୋର୍ଟରେ ଶ୍ୱଶୁରଙ୍କ ଗୁଳିମାଡ଼

ନୂଆଦିଲ୍ଲୀ: ପଞ୍ଜାବ ଚଣ୍ଡିଗଡ଼ ଜିଲା କୋର୍ଟରେ ଘଟିଛି ଜଘନ୍ୟ ଗୁଳିକାଣ୍ଡ। ଜ୍ବାଇଁଙ୍କୁ ଶ୍ବଶୁର ଗୁଳି କରି ହତ୍ୟା କରିଛି । ପଞ୍ଜାବ ପୁଲିସର ନିଲମ୍ବିତ ଏଆଇଜି ତଥା ଶ୍ବଶୁର ନିଜ ଜ୍ବାଇଁଙ୍କୁ ଗୁଳି କରି ହତ୍ୟା କରିଥିଲା। ଝିଅ ଜ୍ୱାଇଁର ଛାଡ଼ପତ୍ର ମାମଲାର ଶୁଣାଣିବେଳେ ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି।