ଟ୍ରାକ୍ଟରବାଲା ପ୍ରେମରେ ପଡ଼ିଲା ଝିଅ, ପ୍ରେମୀ ଯୁଗଳଙ୍କ ଜୀବନ ନେଇଗଲା ବାପା

ଝିଅକୁ ପ୍ରେମରେ ଖୁସି ନ ଥିଲେ ବାପା । ଧାରୁଆ ହତିଆରରେ ନେଇଗଲେ ପ୍ରାଣ ।

ଅମୃତସର: ଝିଅ ଏବଂ ତା’ ପ୍ରେମିକକୁ ହତ୍ୟା ଅଭିଯୋଗରେ ୫୫ ବର୍ଷୀୟ ଗୁରଦିଆଲ ସିଂଙ୍କୁ ପୋଲିସ ଗିରଫ କରିଛି । ଗୁରଦିଆଲ ଝିଅ ସୁଖବୀର କୌର (୨୨)ପ୍ରେମିକ ଜୋବନଦୀପ ସିଂହ(୨୫)କୁ ଗଳା କାଟି ହତ୍ୟା କରିଥିବା ପୋଲିସ କହିଛି ।

ଜୋବନଦୀପ ଅନୁସୂଚିତଜାତି ବର୍ଗର ହୋଇଥିବାବେଳେ ଝିଅ ସହ ତା’ ସମ୍ପର୍କକୁ ବାପା ଗୁରଦିଆଲ ସହି ପାରୁ ନ ଥିଲା ।

ମଙ୍ଗଳବାର ଦିନ ଦ୍ୱିପ୍ରହର ୨ଟାବେଳେ ଏ ହତ୍ୟାକାଣ୍ଡ ବୋପାରାଇ ବାଜ୍ ସିଂ ଗ୍ରାମରେ ଘଟିଛି । ହତ୍ୟାକାଣ୍ଡ ନେଇ ଜୋବନଦୀପଙ୍କ ବାପା ଲକ୍ଷୱିନ୍ଦର ଅଭିଯୋଗ କରିବା ପରେ ଘଟଣା ସାମ୍ନାକୁ ଆସିଥିବା ରାଜା ସାନନ୍ସି ଡିଏସପି କହିଛନ୍ତି ।

ଜୋବନଦୀପ ପେଶାରେ ଜଣେ ଟ୍ରାକ୍ଟର ଡ୍ରାଇଭର ହୋଇଥିବାବେଳେ ନୀଚ ଜାତିର ଥିଲେ । ଯାହାକୁ ଗୁରଦିଆଲ ପସନ୍ଦ କରୁ ନ ଥିଲା । ତାହାକୁ କେନ୍ଦ୍ର କରି ସେ ଉଭୟଙ୍କୁ ହତ୍ୟା କରିଥିବା ସ୍ୱୀକାର କରିଛି ।

କିଛିଦିନ ପୂର୍ବେ ପାରିବାରିକ କଳହକୁ କେନ୍ଦ୍ର କରି ଗୁରଦିଆଲଙ୍କ ସ୍ତ୍ରୀ ତାଙ୍କ ଛାଡ଼ି ଚାଲିଯାଇଥିବା ଜଣାପଡ଼ିଛି । ସ୍ୱତନ୍ତ୍ର ପୋଲିସ ଟିମ୍ ପକ୍ଷରୁ ଘଟଣାର ତଦନ୍ତ ଜାରି ରହିଛି ।