fbpx

୧୫ ବର୍ଷ ଲିଭ୍-ଇନରେ ରହିଲା: ଏକ ସଙ୍ଗେ ୩ ପ୍ରେମିକାଙ୍କୁ ବିବାହ କଲା ୬ଟି ସନ୍ତାନର ରସିକିଆ ପିତା

ନୂଆଦିଲ୍ଲୀ: ପ୍ରଥମେ ପ୍ରେମ, ତା’ପରେ ଲିଭ-ଇନ୍, ଶେଷରେ ଧୋକ୍କା । ଆଜିକାଲି ପ୍ରେମ ବ୍ୟାପାରକୁ ନେଇ ଏପରି ଅନେକ କଳାକାରନାମା ଦେଖିବାକୁ ମିଳୁଛି । କିଛିଦିନ ଲିଭ୍-ଇନରେ ରହିବା ପରେ କିଛି ଯୁବକ ଓ ଯୁବତୀ ଅନ୍ୟତ୍ର ବିବାହ କରୁଥିବା ଦେଖାଯାଉଛି । ତେବେ ଏହା ମଧ୍ୟରେ ମଧ୍ୟପ୍ରଦେଶରେ ଏକ ନୂଆ ଘଟଣା ଦେଖିବାକୁ ମିଳିଛି । ଆଦିବାସୀ ବହୁଳ ଅଲୀରାଜପୁର ଅଞ୍ଚଳରେ ଜଣେ ପ୍ରେମିକ ୩ ଜଣ ପ୍ରେମିକଙ୍କୁ ବିବାହ କରିଛି ।

ଜଣାପଡ଼ିଛି ଯେ, ସମରଥ ମୌର୍ଯ୍ୟା ନାମକ ଜଣେ ଯୁବକ ପୂର୍ବରୁ ୩ ଜଣ ପ୍ରେମିକାଙ୍କ ସହ ଲିଭ୍-ଇନରେ ରହିଥିଲେ । ସମରଥ ୧୫ ବର୍ଷ ପୂର୍ବରୁ ଗରିବ ଥିଲେ, ତେଣୁ ସେମାନଙ୍କୁ ବିବାହ କରିପାରି ନଥିଲେ ବୋଲି ସମରଥ କହିଛନ୍ତି । ଏହି ବିବାହ ଉତ୍ସବରେ ବହୁ ସ୍ଥାନୀୟ ଲୋକ ଯୋଗ ଦେଇଥିବା ବେଳେ ସମରଥ ଡ୍ୟାନ୍ସ କରିଥିଲେ । ତେବେ ୧୫ ବର୍ଷ ମଧ୍ୟରେ ସମରଥ ୩ ଜଣ ଯୁବତୀଙ୍କ ପ୍ରେମରେ ପଡ଼ିଥିଲେ । ଏହାପରେ ଗୋଟିଏ ପରେ ଗୋଟିଏ ପ୍ରେମିକାଙ୍କୁ ଘରକୁ ଆଣି ପତ୍ନୀ ଭାବେ ରଖିଥିଲେ ।

ଆଦିବାସୀ ସମ୍ପ୍ରଦାୟର ଲୋକମାନେ ଯେ ପର୍ଯ୍ୟନ୍ତ ବିଧି ବିଧାନ ଅନୁଯାୟୀ ବିବାହ ନ କରିବେ, ସେ ପର୍ଯ୍ୟନ୍ତ ସେମାନେ କୌଣସି ସାମାଜିକ ମଙ୍ଗଳ କାର୍ଯ୍ୟରେ ଯୋଗଦେଇ ପାରିବେ ନାହିଁ । ଏଭଳି କିଛି ନିୟମ ଆଦିବାସୀ ସମ୍ପ୍ରଦାୟର ଲୋକେ ମାନିବାକୁ ବାଧ୍ୟ । ତେଣୁ ପ୍ରେମିକାଙ୍କ ସହ ୧୫ ବର୍ଷ ରହିବା ଓ ୬ଟି ସନ୍ତାନର ଜନକ ହେବା ପରେ ସମରଥ ବିବାହ କରିବାକୁ ବାଧ୍ୟ ହୋଇଥିଲେ । ତେବେ ଭାରତୀୟ ସମ୍ବିଧାନର ୩୪୨ ଅନୁଚ୍ଛେଦ ଅନୁଯାୟୀ, ଜଣେ ଆଦିବାସୀ ଯୁବକ ଏକ ସଙ୍ଗେ ତିନି ଯୁବତୀଙ୍କୁ ବିବାହ କରିବା ଆଇନ ବିରୋଧ ନୁହେଁ ।

Get real time updates directly on you device, subscribe now.