ସମ୍ପର୍କରେ ପାପ, ଦେଢ଼ ବର୍ଷର ଝିଅକୁ ରେପ୍ କରି ରକ୍ତ ଜୁଡୁବୁଡୁ ଅବସ୍ଥାରେ ଛାଡି ଫେରାର ହୋଇଗଲା ବାପା
ସ୍ୱାମୀ ନାଁରେ ଅଭିଯୋଗ କରିଛନ୍ତି ସ୍ତ୍ରୀ। ତାଙ୍କ ଝିଅକୁ ତାଙ୍କ ସ୍ୱାମୀ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି।
ରାଜସ୍ଥାନ: ବାପାମାନେ ତାଙ୍କ ଝିଅଙ୍କ ପାଇଁ ସବୁବେଳେ ସୁପରହିରୋ ହୋଇଥାନ୍ତି। ବାପା, ଝିଅର ସମ୍ପର୍କ ଦୁନିଆର ସବୁଠୁ ପବିତ୍ର। ସବୁଠୁ ଅଧିକ ଗୋଟେ ଝିଅ ତା ବାପା ପାଖରେ ସୁରକ୍ଷିତ ଥାଏ।
ରାଜସ୍ଥାନ ଜୟପୁରରେ ଝିଅ ସହ ବାପା ଏପରି କାମ କରିଛି। ଯାହାକୁ ଶୁଣିଲେ ଆପଣଙ୍କ ପାଦତଳୁ ମାଟି ଖସିଯିବ।
ରାଜସ୍ଥାନର ଜୟପୁରରେ ଦେଢ଼ ବର୍ଷର ଝିଅକୁ ଦୁଷ୍କର୍ମ କରିଛି ବାପା। କାମନାର ସୁଖ ପାଇବା ପାଇଁ ଶେଷରେ ଦେଢ଼ ବର୍ଷର ଝିଅକୁ ଦୁଷ୍କର୍ମ କରିଛି ବାପା। ଏନେଇ ଥାନାରେ ସ୍ୱାମୀ ନାଁରେ ଅଭିଯୋଗ କରିଛନ୍ତି ସ୍ତ୍ରୀ। ତାଙ୍କ ଝିଅକୁ ତାଙ୍କ ସ୍ୱାମୀ ବଳାତ୍କାର କରିଥିବା ଅଭିଯୋଗ କରିଛନ୍ତି।
ଝିଅକୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ଏବଂ ତାଙ୍କର ଡାକ୍ତରୀ ପରୀକ୍ଷା କରାଯାଉଛି। ଝିଅକୁ ବଳାତ୍କାର କରିବା ପରେ ଅଭିଯୁକ୍ତ ବାପା ଖସି ପଳାଇଛି, ଯାହା ପରେ ମହିଳା ଜଣକ ଥାନାରେ ପହଞ୍ଚି ତାଙ୍କ ସ୍ୱାମୀଙ୍କ ବିରୋଧରେ ରିପୋର୍ଟ ଦାଖଲ କରିଛନ୍ତି। ବର୍ତ୍ତମାନ ପୋଲିସ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି।
ଏହି ମାମଲା ମୁହାନା ଥାନା ଅଞ୍ଚଳରୁ ସାମ୍ନାକୁ ଆସିଛି, ଯେଉଁଠାରେ ୨୮ ଜୁଲାଇରେ ଜଣେ ମହିଳା ମୁହାନା ଥାନାରେ ପହଞ୍ଚି ତାଙ୍କ ସ୍ୱାମୀଙ୍କ ବିରୋଧରେ ମାମଲା ରୁଜୁ କରିଛନ୍ତି।
ମହିଳା ଅଭିଯୋଗ କରିଛନ୍ତି ଯେ ୨୦ ଜୁଲାଇରେ ସେ ଝିଅକୁ ତାଙ୍କ ସ୍ୱାମୀଙ୍କ ପାଖରେ ଛାଡି କିଛି ସମୟ ପାଇଁ ପଡ଼ୋଶୀ ଘରକୁ ଯାଇଥିଲେ। ଝିଅକୁ ଏକା ଦେଖି ସ୍ୱାମୀ ଝିଅକୁ ଦୁଷ୍କର୍ମ କରିଥିଲା।
ଯେତେବେଳେ ଝିଅଟି ଜୋରରେ କାନ୍ଦିବାକୁ ଲାଗିଲା, ମହିଳା ତୁରନ୍ତ ଘରକୁ ଫେରି ଆସିଲେ। ଯେତେବେଳେ ସେ ଫେରି ଦେଖିଲେ, ଝିଅଟି ରକ୍ତ ଜୁଡୁବୁଡୁ ଅବସ୍ଥାରେ ପଡ଼ିଛି।
ରକ୍ତରେ ବୁଡ଼ି ରହିଥିବା ଝିଅଟିକୁ ଦେଖିବା ମାତ୍ରେ ମହିଳା ଜଣକ ତାଙ୍କ ଚେତା ହରାଇ ବସିଲେ। ପଡ଼ୋଶୀମାନଙ୍କ ସହାୟତାରେ ସେ ତୁରନ୍ତ ଝିଅଟିକୁ ଡାକ୍ତରଖାନାକୁ ନେଇଗଲେ, ଯେଉଁଠାରେ ଝିଅଟିର ଚିକିତ୍ସା କରାଯାଉଛି।
ଘଟଣାର ତିନି ଦିନ ପରେ, ମହିଳା ଜଣକ ଥାନାରେ ପହଞ୍ଚି ତାଙ୍କ ସ୍ୱାମୀଙ୍କ ବିରୋଧରେ ତାଙ୍କ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗ କରି ମାମଲା ରୁଜୁ କରିଥିଲେ। ମହିଳାଙ୍କ ଅଭିଯୋଗ ପରେ, ପୋଲିସ ପକ୍ସୋ ଆଇନ ଅନୁଯାୟୀ ମାମଲା ରୁଜୁ କରିଥିଲା।
ପୀଡିତା ଝିଅର ଡାକ୍ତରୀ ପରୀକ୍ଷା କରାଯାଉଛି। ପୋଲିସ ଅଭିଯୁକ୍ତଙ୍କୁ ଖୋଜିବା ଆରମ୍ଭ କରିଛି। ଏହି ମାମଲା ବିଷୟରେ ଅତିରିକ୍ତ ଡିସିପି ପୁନମ ଚାନ୍ଦ ବିଷ୍ଣୋଇ କହିଛନ୍ତି ଯେ ୨୮ ଜୁଲାଇରେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କ ବିରୋଧରେ ତାଙ୍କ ଝିଅକୁ ବଳାତ୍କାର କରିଥିବା ଅଭିଯୋଗ ଆଣିଥିଲେ।
ଏକ ମାମଲା ରୁଜୁ ହୋଇଛି। ଅଭିଯୁକ୍ତ ଫେରାର୍ ଅଛି, ତାକୁ ଖୁବ୍ ଶୀଘ୍ର ଗିରଫ କରାଯିବ ଏବଂ ପଚରାଉଚରା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।