fbpx

ବାପାଙ୍କ Death ହୋଇଯାଇଛି, ଦୟା କରି ପାସ୍ କରାଇ ଦିଅନ୍ତୁ… ବୋର୍ଡ ପରୀକ୍ଷାରେ ଅଦ୍ଭୁତ ଉତ୍ତର

ନୂଆଦିଲ୍ଲୀ: ବୋର୍ଡ ପରୀକ୍ଷାରେ ଭଲ ମାର୍କ ରଖିବା ପାଇଁ ଅଜବ ପ୍ରକାରର ଉପାୟ ଆଣାଇଛନ୍ତି ଜଣେ ଛାତ୍ରୀ । ପରୀକ୍ଷା ଖାତାରେ ଅଦ୍ଭୁତ ଉତ୍ତର ଲେଖି ସେ ପାସ୍ କରାଇ ଦେବା ପାଇଁ ଗୁହାରି କରିଛନ୍ତି । ଏହି ଉତ୍ତରଖାତାର ଏକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ପରୀକ୍ଷା ଖାତାରେ ବାପାଙ୍କ ମୃତ୍ୟୁ ହୋଇଯାଇଥିବା ନେଇ ଲେଖିଛନ୍ତି ଛାତ୍ରୀ । ସେଥିପାଇଁ ସେ ଅଧିକ ସମୟ ପାଠ ପଢି ପାରି ନାହାନ୍ତି ଏବଂ ଶିକ୍ଷକଙ୍କୁ ପାସ୍ କରାଇଦେବା ପାଇଁ ଅନୁରୋଧ କରିଛନ୍ତି ।

Bihar Board Viral Answer Sheet

ବିହାର ବୋର୍ଡ ପରୀକ୍ଷାର କପି ଯାଞ୍ଚ କାର୍ୟ୍ୟ ସମାପ୍ତ ହୋଇଛି। ବିହାରର ଜାମୁଇ ଅଞ୍ଚଳର ଦୁଇଟି କେନ୍ଦ୍ରରେ ଇଣ୍ଟର ପରୀକ୍ଷଣର ମୂଲ୍ୟାଙ୍କନ କରାଯାଉଥିବା ବେଳେ ଜଣେ ଛାତ୍ରୀଙ୍କ ପରୀକ୍ଷା ଖାତାରେ ଶିକ୍ଷକମାନେ ଭୁଲ ଲେଖା ଥିବା ଦେଖିଥିଲେ। ତାଙ୍କ ପରିସ୍ଥିତିକୁ ବର୍ଣ୍ଣନା କରି ଛାତ୍ରୀ ଲେଖିଛନ୍ତି ଯେ, ଏହା କହିବା ମୋ ପାଇଁ ଅତ୍ୟନ୍ତ ଆବଶ୍ୟକ, “ମୁଁ ଜାଣେ ମୋ କଥା ଆପଣମାନେ ସମସ୍ତେ ବିଶ୍ୱାସ କରିବେ ନାହିଁ । ସାର୍, ମୋ ବାପାଙ୍କର ମୃତ୍ୟୁ ହୋଇଯାଇଛି । ଦଶ ଦିନ ବିତିଗଲାଣି ଏବଂ ମୁଁ କିଛି ପାଠ ପଢି ପାରିନାହିଁ । ଏହା ବ୍ୟତୀତ ମୁଁ ଅସୁସ୍ଥ ମଧ୍ୟ ଅଛି, ତଥାପି ମୁଁ ହାଜର ହେବାକୁ ଆସିଛି ଦୟାକରି ସାର୍ ମୋତେ ମାର୍କ ଦିଅନ୍ତୁ । ସାର୍ ମୋର ଅବସ୍ଥା ବହୁତ ଖରାପ, ମୁଁ ଆଶା କରୁଛି ଆପଣ ସବୁ କିଛି ବୁଝିପାରିବେ ଏବଂ ମୋତେ ପାସ୍ କରାଇଦେବେ ।

Bihar Board Viral Answer Sheet

ଛାତ୍ରୀଙ୍କ ପରୀକ୍ଷା ଖାତାରେ ଏସବୁ ଲେଖା ଦେଖି ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଛନ୍ତି । ଏହା ବ୍ୟତୀତ ବିଜ୍ଞାନ ପେପରରେ ଥିବା ପ୍ରଶ୍ନର ଉତ୍ତରରେ ଛାତ୍ରୀ ପ୍ରେମ ବିଷୟରେ କଥା ଲେଖିଛନ୍ତି। ଏକ ପ୍ରଶ୍ନର ଉତ୍ତରରେ ଛାତ୍ରୀ ଜଣକ ଲେଖିଛନ୍ତି ଯେ, ଯେପରି ଆମେ ଜାଣୁ ଯେ ପ୍ରେମ ଶୀଘ୍ର ହୁଏ ନାହିଁ, କିନ୍ତୁ ଯେତେବେଳେ ଏହା ହୁଏ, ଏହା ବହୁତ ଶକ୍ତିଶାଳୀ ହୋଇଥାଏ, ତେଣୁ ଏହାକୁ ଏକ ଓମୀୟ କୁହାଯାଏ । ଏହା ବ୍ୟତୀତ ଛାତ୍ରୀ ମଧ୍ୟ ଆଗକୁ ଭଲ ଭାବରେ ପାଠ ପଢିବେ ବୋଲି ବୋଲି ପ୍ରତିଶ୍ରୁତି ଦେଇଛନ୍ତି। ସେ ଲେଖିଛନ୍ତି ଯେ, ଯିଏ ମୋ ଖାତା ଯାଞ୍ଚ କରିବେ, ଦୟାକରି ମୋତେ ଭଲ ମାର୍କ ଦିଅନ୍ତୁ, ଯାହାଫଳରେ ମୁଁ ଅଧିକ ସାହସୀ ଝି ହେବି । ଏହି ଖାତାର କିଛି ପଟୋ ଏବେ ସୋସିଆଲ ମିଡିଆରେ କୁବ ଭାଇରାଲ ହେଉଛି ।

Get real time updates directly on you device, subscribe now.