fbpx

ଡୋନାଲ୍ଡ ଟ୍ରମ୍ପଙ୍କ ଘରେ FBI , ଚାଲିଛି ତନାଘନା…

ୱାଶିଂଟନ:ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଘରେ ରେଡ । ରେଡ କରିଲା ଗୁଇନ୍ଦାସଂସ୍ଥା ଏଫବିଆଇ । ଫ୍ଲୋରିଡାସ୍ଥିତ ମାର-ଏ-ଲାଗୋ ବାସଭବନ ରେ ରେଡ କରାଯାଇଛି । ଟ୍ରମ୍ପଙ୍କ ବାସଭବନ,ରିସର୍ଟ ଏବଂ ଗେଷ୍ଟ ହାଉସରେ ରେଡ ଚାଲିଛି । ତେବେ ଏହାର ସୂଚନା ଡୋନାଲ୍ଡ ନିଜେ ଦେଇଛନ୍ତି ।

ସୂଚନାମୁତାବକ ଡୋନାଲ୍ଡ ହ୍ୱାଇଡ ହାଉସର କିଛି ଗୁରୁତ୍ୱପୂର୍ଣ୍ଣ କାଗଜପତ୍ର ନେଇ ଯାଇଥିବା ଆଶାଙ୍କାରେ ତାଙ୍କ ଘରେ ତନାଘନାଚାଲିଛି । ସେପଟେ ଡୋନାଲ୍ଡଙ୍କ କହିବା କଥା ଏହା ହେଉଛି ଏକ ପ୍ରକାରର ଚକ୍ରାନ୍ତ । ମୋତେ ୨୦୨୪ ନିର୍ବାଚନରେ ଲଢ଼ିବା ପାଇଁ ରୋକିବାର  ଏହା ଏକ ଷଡଯନ୍ତ୍ର ବୋଲି ଡୋନାଲ୍ଡ ପ୍ରକାଶ କରିଛନ୍ତି ।

ବର୍ତ୍ତମାନ ଏଫବିଆଇ (ଫେଡେରାଲ ବ୍ୟୁରୋ ଅଫ ଇନଭେଷ୍ଟିଗେସନ) ତରଫରୁ କିଛି ପ୍ରାଥମିକ ସୂଚନା ମିଳିନାହିଁ । କିନ୍ତୁ ଟ୍ରମ୍ପ ଯାହା ଟ୍ୱିଟ କରିଛନ୍ତି ତାହା ହେଉଛି : ମୋର ସୁନ୍ଦର ଗୃହ ବର୍ତ୍ତମାନ ଏଫବିଆଇ ଦ୍ୱାରା କବ୍ଚା କରାଯାଇଛି । ଏହା ପୂର୍ବରୁ କୌଣସି ଆମେରିକୀୟ ରାଷ୍ଟ୍ରପତିଙ୍କ ସହ ଏଭଳି ହୋଇ ନଥିଲା । ଏହା କେବଳ, ମୋତେ ୨୦୨୪ ନିର୍ବାଚନରୁ ରୋକିବା ପାଇଁ ଏକ ଷଡଯନ୍ତ୍ର ବୋଲି ଟ୍ରମ୍ପ ପ୍ରକାଶ କରିଛନ୍ତି । ସେ ଆହୁରି ମଧ୍ୟ କହିଛନ୍ତି ବର୍ତ୍ତମାନ ଆମେରିକାର ସ୍ଥିତି ବହୁତ ତଳକୁ ଖସିଗଲାଣି । ଏଭଳି ର୍ଦୁନୀତି ଆଗରୁ କେବେ ହୋଇ ନାହିଁ । ସେମାନେ ଦେଶର ୪୫ତମ ରାଷ୍ଟ୍ରପତିଙ୍କ ଘରେ ପଶିବେ ବୋଲି ମୁଁ କେବେ ଆଶା ମଧ୍ୟ କରି ନଥିଲି ।

Get real time updates directly on you device, subscribe now.