ଡାଇବେଟିସର ଏହି ମେଡିସିନ୍ ହାର୍ଟ ଆଟାକ ଓ ଷ୍ଟ୍ରୋକରୁ ବଞ୍ଚାଇବାରେ ହେବ ସହାୟକ: ନୂଆ ଷ୍ଟଡୀରୁ ଆସିଲା ଖୁସି ଖବର
ମଧୁମେହ ପାଇଁ ପ୍ରସ୍ତୁତ ନୂଆ ମେଡ଼ିସିନ ହୃଦଘାତ ଏବଂ ଷ୍ଟ୍ରୋକ ହେବାର ଆଶଙ୍କାକୁ ହ୍ରାସ କରିପାରିବ
ମଧୁମେହ ହୃଦଘାତର ଆଶଙ୍କା ବଢ଼ାଇଥାଏ । ଏହାକୁ ଦୃଷ୍ଟିରେ ରଖି ସୁଗାର ରୋଗୀଙ୍କୁ ସ୍ୱାସ୍ଥ୍ୟର ଯତ୍ନ ନେବାକୁ ଏବଂ ସମୟ ସମୟରେ ଯାଞ୍ଚ କରିବାକୁ ପରାମର୍ଶ ଦିଆଯାଇଛି । ଆଜିର ଯୁଗରେ ଅନେକ ମଧୁମେହ ମେଡିସିନ୍ ଉପଲବ୍ଧ, ଯାହାକୁ ରୋଗୀର ସ୍ୱାସ୍ଥ୍ୟ ଅନୁସାରେ ଡାକ୍ତର ଲେଖନ୍ତି ।
ନିକଟରେ ଆମେରିକୀୟ ଏଫଡିଏ ଟାଇପ୍ ୨ ମଧୁମେହ ଚିକିତ୍ସା ପାଇଁ ଏକ ନୂତନ ମେଡିସିନକୁ ଅନୁମୋଦନ କରିଛି । ଏହି ମେଡିସିନ ସୁଗାରକୁ ନିୟନ୍ତ୍ରଣ କରିବା ସହିତ ହୃଦ୍ ରୋଗରୁ ରକ୍ଷା କରିବାରେ ପ୍ରଭାବଶାଳୀ ହୋଇପାରେ । ରିସର୍ଚ୍ଚରେ ଏହାର ଖୁଲାସା ହୋଇଛି ।
ବୈଜ୍ଞାନିକ ଦୀପକ ଏଲ ଭଟ୍ଟଙ୍କ ନେତୃତ୍ୱରେ ହୋଇଥିବା ଏକ ଆନ୍ତର୍ଜାତୀୟ ଗବେଷଣାରେ ଜଣାପଡିଲା କି, US FDA ଦ୍ଵାରା ହୋଇଥିବା ଅନୁମୋଦିତ ହୋଇଥିବା ମେଡ଼ିସିନ ସୋଟାଲାଇଫ୍ଲୋଜ୍(Sotagliflozin) କେବଳ ମଧୁମେହର ଚିକିତ୍ସାରେ ପ୍ରଭାବଶାଳୀ ନୁହେଁ, ବରଂ ଏହି ମେଡିସିନ ହୃଦଘାତ ଏବଂ ଷ୍ଟ୍ରୋକ୍ ବିପଦକୁ ମଧ୍ୟ ହ୍ରାସ କରିପାରେ । ଏହି ଅଧ୍ୟୟନ ୧୦,୦୦୦ ରୁ ଅଧିକ ଲୋକଙ୍କ ଉପରେ କରାଯାଇଥିଲା ଏବଂ ଏହାର ଫଳାଫଳଗୁଡିକ ଅତ୍ୟନ୍ତ ପ୍ରଭାବଶାଳୀ ଥିଲା ।
ରିସର୍ଚ୍ଚରେ ସାମିଲ ମେଡିସିନ ସୋଟାଲାଇଫ୍ଲୋଜ୍ ଏକ ଏସଜିଏଲଟି (ପ୍ରୋଟିନ୍-ଗ୍ଲୁକୋଜ) ପ୍ରତିବନ୍ଧକ ଭାବରେ କାମ କରୁଛି । ଏହା ଶରୀରରେ ଗ୍ଲୁକୋଜ ଏବଂ ସୋଡିୟମର ପ୍ରବାହ ନିୟନ୍ତ୍ରଣକୁ ନେଇପାରେ । ବୈଜ୍ଞାନିକମାନଙ୍କ ଅନୁଯାୟୀ, ବ୍ଲଡ ସୁଗାର ନିୟନ୍ତ୍ରଣ କରିବାରେ ଏହି ମେଡିସିନ ବହୁତ ପ୍ରଭାବଶାଳୀ ।