fbpx
BSKY SKY
BSKY SKY

ଓଡ଼ିଶାରେ ଭୟ ବଢାଉଛି ନୂଆ ଭାଇରସ: ‘ସ୍କ୍ରବ ଟାଇଫସ’ରେ ଆଉ ୧୦ ଜଣ ପଜିଟିଭ ଚିହ୍ନଟ

BSKY

ସୁନ୍ଦରଗଡ଼: ସାରା ରାଜ୍ୟରେ ବର୍ତ୍ତମାନ ‘ସ୍କ୍ରବ ଟାଇଫସ’କୁ ନେଇ ଆତଙ୍କ ବ୍ୟାପିବାରେ ଲାଗିଛି । ବିଶେଷ କରି ସୁନ୍ଦରଗଡ଼ ଜିଲ୍ଲା ଏହି ଭାଇରସର ଏକ ହବ୍ ପାଲଟିଯାଇଛି । ପ୍ରତିଦିନ ଅଧିକ ସଂଖ୍ୟାରେ ପଜିଟିଭ ସଂଖ୍ୟା ଏବେ ସ୍ୱାସ୍ଥ୍ୟ ବିଭାଗ ଚିନ୍ତା ବଢାଇ ଦେଇଛି । ସୁନ୍ଦରଗଡ଼ରୁ ପୁଣି ଏହି ଭାଇରସରେ ୧୦ ଜଣ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏ ନେଇ ଜିଲ୍ଲା ମୁଖ୍ୟ ଚିକିତ୍ସା ଅଧିକାରୀ ସୂଚନା ଦେଇଛନ୍ତି । ସମଗ୍ର ଜିଲ୍ଲାରେ ଏବେ ସଂକ୍ରମିତଙ୍କ ସଂଖ୍ୟା ୧୯୩ରେ ପହଞ୍ଚି ସାରିଲାଣି । ତେଣୁ ଜିଲ୍ଲାରେ ବଢୁଥିବା ଏହି ସଂକ୍ରମଣକୁ ନେଇ ସମସ୍ତେ ଭୟଭୀତ ହୋଇ ରହିଛନ୍ତି ।

ତେବେ ସୁନ୍ଦରଗଡ ଓ ବରଗଡରେ ଏହା ଆତଙ୍କଜନକ ପରିସ୍ଥିତି ସୃଷ୍ଟି କରିଛି । ଏହି ଦୁଇଟି ଜିଲ୍ଲାରୁ ସ୍କ୍ରବ୍ ଟାଇଫସ୍ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ରବିବାର ୧୧ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ସୋମବାର ମଧ୍ୟ ଆଉ ୩ଜଣ ଚିହ୍ନଟ ହୋଇଥିଲେ । ଏହାପରେ ଆଜି ନୂଆ ୧୦ ଜଣ ଆକ୍ରାନ୍ତଙ୍କୁ ମିଶାଇ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୯୩ରେ ପହଞô୍ଚଛି । ଯାହାକୁ ନେଇ ଜିଲ୍ଲାବାସୀଙ୍କ ମନରେ ଭାଇରସକୁ ନେଇ ଆତଙ୍କ ଦେଖା ଦେଇଛି । ଅନ୍ୟପକ୍ଷରେ ଏହି ରୋଗର ନିରାକରଣ ପାଇଁ ସୁନ୍ଦରଗଡ ଓ ବରଗଡ ଜିଲ୍ଲାକୁ ସ୍ୱତନ୍ତ୍ର ସ୍ୱାସ୍ଥ୍ୟ ଟିମ୍ ପଠାଯାଇଛି । ସୁନ୍ଦରଗଡର ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ କହିଛନ୍ତି ଯେ, ହସ୍ପିଟାଲରେ ପର୍ୟ୍ୟାପ୍ତ ଔଷଧ ମହଜୁଦ ରଖାଯାଇଛି । ସ୍ୱତନ୍ତ୍ର ଡାକ୍ତରୀ ଦଳ ମଧ୍ୟ ପ୍ରସ୍ତୁତ ହୋଇ ରହିଛନ୍ତି । ତେଣୁ ଭୟଭୀତ ନ ହେବାକୁ ସେ ପରାମର୍ଶ ଦେଇଛନ୍ତି ।

ଏହି ଜୀବାଣୁ ଚାଷ ଜମି ଓ ଜଙ୍ଗଲରେ ରହିଥାନ୍ତି । ଲାର୍ଭା ମାଇଟ୍ସ ନାମକ ପୋକ କାମୁଡିବା ଫଳରେ ଏହା ଭୂତାଣୁ ଶରୀରର ଚର୍ମକୁ ଚାଲିଯାଇଥାଏ । ପୋକଟି ଯେଉଁଠି କାମୁଡିଥାଏ ସେଠାରେ ପ୍ରଥମେ ଗୋଟିଏ ଛୋଟିଆ ବ୍ରଣ ଭଳି ହୋଇଥାଏ । ପରେ ଏହା ଘା’ ହୋଇଯାଇଥାଏ । ଲମ୍ବା ସମୟ ଧରି ଜ୍ୱର ସହିତ ହାତ, ଗୋଡ ଓ ତଣ୍ଟି ବିନ୍ଧା ଲାଗିରହିଥାଏ । ଏପରିକି ଝାଡା ଓ କାଶ ମଧ୍ୟ ହୋଇଥାଏ । ତେବେ ପ୍ରାଥମିକ ଚିକିତ୍ସା କଲେ ଏହି ରୋଗ ଭଲ ହୋଇଥାଏ । ଏହି ରୋଗରେ ଆକ୍ରାନ୍ତ ଯଦି ଗୁରୁତର ହୋଇଥାନ୍ତି, ତେବେ ଦେହରେ ସେପ୍ଟି ସେମିଆ ଓ ନିମୋନିଆ ଭଳି ରୋଗ ଦେଖାଦେଇଥାଏ ।

Get real time updates directly on you device, subscribe now.