fbpx

ତାଲିବାନ ଭୟ ! ବିଶ୍ଵ କପ୍ ପରେ ବି ଘରକୁ ଫେରି ପାରୁ ନାହାନ୍ତି ଆଫଗାନ ଖେଳାଳି

ନୂଆଦିଲ୍ଲୀ: ନିକଟରେ ଓ୍ଵେଷ୍ଟଇଣ୍ଡିଜରେ ସଂପନ୍ନ ୧୯ ବର୍ଷରୁ କମ ବିଶ୍ଵ କପ୍ କ୍ରିକେଟରେ ଚାମ୍ପିଅନ ଆଖ୍ୟା ଅର୍ଜନ କରିଛି ଭାରତୀୟ ଦଳ। ଦଳର ଯୁବ ଖେଳାଳି ପଞ୍ଚମ ଥର ବିଶ୍ଵ କପ୍ ଜିତିବାରେ ସଫଳ ହୋଇଛନ୍ତି। ବିଶ୍ଵ କପ୍ ସରିବା ପରେ ଏବେ ଦଳଗୁଡିକର ଘର ବାହୁଡା ଆରମ୍ଭ ହୋଇ ଯାଇଛି। କିନ୍ତୁ ଆଫଗାନିସ୍ତାନର ଅଣ୍ଡର-୧୯ ଦଳ ନିଜ ଦେଶକୁ ଫେରି ପାରୁ ନାହାନ୍ତି।

ଆଫଗାନିସ୍ତାନ ଦଳର ଖେଳାଳି ଓ୍ଵେଷ୍ଟଇଣ୍ଡିଜରୁ ଫେରିବା ପରେ ବର୍ତ୍ତମାନ ଇଂଲଣ୍ଡରେ ଅଛନ୍ତି। କିଛି ଖେଳାଳି ନିଜ ଦେଶକୁ ଫେରିବାକୁ ଚାହୁଁ ନାହାନ୍ତି। ଏହାର କାରଣ ଆଫଗାନିସ୍ତାନରେ ସାଂପ୍ରତିକ ସ୍ଥିତି ଠିକ୍ ନାହିଁ। ତାଲିବାନର ଦୌରାତ୍ମ୍ୟ ଦେଶରେ ବଢିବାରେ ଲାଗିଛି। ତେଣୁ ଖେଳାଳି ଆଫଗାନିସ୍ତାନ ଯିବାକୁ ଅମଙ୍ଗ ପ୍ରକାଶ କରିଛନ୍ତି। ଅନେକ ଖେଳାଳି ଦାବି କରିଛନ୍ତି ଯେ, ସେମାନଙ୍କୁ ୟୁକେରେ ଶରଣ ଦିଆଯାଉ।

ଚଳିତ ୧୯ ବର୍ଷରୁ କମ ବିଶ୍ଵ କପରେ ଆଫଗାନିସ୍ତାନ ଦଳର ପ୍ରଦର୍ଶନ ଦମଦାର ରହିଛି। ଦଳ ଚତୁର୍ଥ ସ୍ଥାନରେ ରହି ଅଭିଯାନ ଶେଷ କରିଛି। ଏ ପର‌୍ୟ୍ୟନ୍ତ ଦଳର ବିଶ୍ଵ କପରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ। ମାତ୍ର ଏହି ଖୁସିର ଅବସରରେ ମଧ୍ୟ ଖେଳାଳି ନିଜ ଘରକୁ ଫେରି ପାରୁ ନାହାନ୍ତି।

ଆଫଗାନ ମିଡିଆ ଅନୁଯାୟୀ, ଦଳର କିଛି ଖେଳାଳି, ବୋର୍ଡର କିଛି ଅନ୍ୟ ସଦସ୍ୟ ଓ୍ଵେଷ୍ଟଇଣ୍ଡିଜରୁ ଇଂଲଣ୍ଡ ବିମାନ ବନ୍ଦର ପହଞ୍ଚିବା ପରେ କାବୁଲ ଫ୍ଲାଇଟ୍ ଧରିବାକୁ ମନା କରି ଦେଇଥିଲେ। ଅନେକ ଖେଳାଳି ଏବଂ ଷ୍ଟାଫ ୟୁକେରେ ଶରଣ ପାଇଁ ଆବେଦନ କରିଛନ୍ତି।

୧୯ ବର୍ଷରୁ କମ ବିଶ୍ଵ କପରେ ଆଫଗାନିସ୍ତାନର ଯାତ୍ରା

ପପୁଆ ନ୍ୟୁ ଗିନିକୁ ୧୩୫ ରନରେ ହରାଇଲା

ପାକିସ୍ତାନକୁ ୨୪ ରନରେ ହରାଇଲା

ଜିମ୍ବାଓ୍ଵେକୁ ୧୦୯ ରନରେ ହରାଇଲା

ଶ୍ରୀଲଙ୍କାକୁ ୪ ରନରେ ହରାଇଲା

ଇଂଲଣ୍ଡ ନିକଟରୁ ସେମି ଫାଇନାଲରେ ୧୫ ରନରେ ପରାସ୍ତ

ଅଷ୍ଟ୍ରେଲିଆ ହାତରୁ ୨ ଓ୍ଵିକେଟରେ ପରାସ୍ତ

 

Get real time updates directly on you device, subscribe now.