fbpx

(Video) ସରକାରୀ ସ୍କୁଲରେ ଶିକ୍ଷୟିତ୍ରୀଙ୍କ ଭୟ: ପିଲାଙ୍କୁ ପଢ଼ାଇବା ବଦଳରେ କରାଉଥିଲେ ଏପରି କାମ

Advertisement

ହରଦୋଇ: ଉତ୍ତରପ୍ରଦେଶର ହରଦୋଇରେ ସରକାରୀ ସ୍କୁଲର ଜଣେ ଶିକ୍ଷୟିତ୍ରୀଙ୍କୁ କ୍ଲାସରୁମରେ ପିଲାଙ୍କୁ ହାତ ମୋଡ଼ାଇବା ମହଙ୍ଗା ପଡିଛି । ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଉତ୍ତେଜନା ଆରମ୍ଭ ହୋଇଛି । ଅଧିକାରୀମାନେ ଏହାକୁ ଗୁରୁତ୍ୱର ସହ ନେଇ ଯାଞ୍ଚ କରୁଛନ୍ତି । ଭିଡିଓର ସତ୍ୟତା ଜଣାପହିବା ପରେ ଶିକ୍ଷୟିତ୍ରୀଙ୍କୁ ଚାକିରିରୁ ସସପେଣ୍ଡ କରାଯାଇଥିବା ସୂଚନା ମିଳିଛି । କେବଳ ଏତିକି ନୁହେଁ, ମହିଳାଙ୍କ ବିରୋଧରେ ଅନ୍ୟ କାର୍ଯ୍ୟାନୁଷ୍ଠାନ ମଧ୍ୟ ହେବ ବୋଲି କୁହାଯାଇଛି ।

ତେବେ ସରକାରର ସ୍କୁଲରେ ଦିଦି ପିଲାଙ୍କୁ ଡରାଇ ଧମକାଇ କ୍ଲାସ୍ ରୁମ୍ରେ ସେବା କରୁଥିବା ବେଳର ଭିଡିଓ ଏବେ ଭାଇରାଲ ହେଉଛି । ରିପୋର୍ଟ ମୁତାବକ, ପ୍ରାଥମିକ ସ୍କୁଲରେ ମୁତୟନ ସହାୟକ ଶିକ୍ଷୟିତ୍ରୀ ଉର୍ମିଳା ସିଂହ ଏକ ଛୁଆକୁ ନିଜ ହାତ ମାଲିସ କରାଉଥିବାର ଦେଖାଯାଇଛି । ଚଳିତ ମାସରେ ସ୍କୁଲ ନିରୀକ୍ଷଣ ବେଳେ ସେ ୨ ଥର ଅନୁପସ୍ଥିତ ଥିବା ଜଣାଯାଇଛି । ୧୪ ତାରିଖରେ ସ୍କୁଲର ପ୍ରଧାନଶିକ୍ଷକ ତାଙ୍କ ବିରୋଧରେ ଅନ୍ୟ କର୍ମଚାରୀଙ୍କୁ ଖରାପ ବ୍ୟବହାର ଓ ଅନିୟମିତତା କରୁଥିବା ନେଇ ବିଇଓଙ୍କୁ ଅଭିଯୋଗ କରିଥିଲେ ।

ଏହି ଶିକ୍ଷୟିତ୍ରୀଙ୍କ ବିରୋଧରେ ପୂର୍ବରୁ ମଧ୍ୟ ପିଲାଙ୍କ ସହ ଦୁର୍ବ୍ୟବହାର କରିଥିବା ନେଇ ଅଭିଯୋଗ ଆସିଥିଲା । ଭାଇରାଲ ହେଉଥିବା ଭିଡିଓରେ ଦେଖାଯାଇଛି ଯେ କ୍ଲାସ ରୁମ୍ରେ ଶିକ୍ଷୟିତ୍ରୀ ଜଣକ ଆରାମରେ ବସିଛନ୍ତି । ସେ ହାତରେ ଏକ ପାଣି ବୋତଲ ଧରିଛନ୍ତି ଓ ପଛରେ ଜଣେ ଛାତ୍ର ଠିଆ ହୋଇ ତାଙ୍କ ହାତ ଘଷୁଛି । ମଝିରେ ମଝିରେ ଶିକ୍ଷୟିତ୍ରୀ ନିଜ ଦବ୍ଦବା ଜାହିର କରିବାକୁ ପିଲାଙ୍କୁ ଧମକାଉଥିବା ଦେଖାଯାଇଛି । ଏହି ଭିଡିଓ ଭାଇରାଲ ହେବା ପରେ ସମ୍ପୃକ୍ତ ଶିକ୍ଷୟିତ୍ରୀଙ୍କୁ ନିଲମ୍ବିତ କରାଯାଇଛି ।

ତେବେ ଦିଦି କ୍ଲାସ୍ ରୁମ୍ ଭିତରେ ହିଁ ଖାଇସାରିବା ପରେ ହାତ ଗୋଡ଼ ଧୋଇଥାନ୍ତି । ତା’ ପରେ ପିଲାଙ୍କୁ ତାଙ୍କ ଗୋଡ଼ ଘଷି ମୋଡ଼ି ଦେବାକୁ ନିର୍ଦ୍ଦେଶ ଦେଇଥାନ୍ତି । ପିଲାମାନଙ୍କୁ ସେ ପ୍ରାୟତଃ ମାରପିଟ୍ ବି କରନ୍ତି । କେହି ଜଣେ ଏହି ସମୟର ଭିଡିଓ ଉତ୍ତୋଳନ କରି ଭାଇରାଲ କରି ଦେଇଛି । ସେ ପିଲାଙ୍କୁ ଧମକାଇ ଏପରି କରାନ୍ତି ବୋଲି ଜଣେ ଛାତ୍ରୀ କହିଛନ୍ତି ।

Get real time updates directly on you device, subscribe now.