ପାଦ ଦେଉଛି ବଡ଼ ରୋଗର ସତର୍କ ସୂଚନା! ଏହି ୬ ଟି ସଙ୍କେତକୁ କରନ୍ତୁନି ଅଣଦେଖା

ଆମ ପାଦ ସାରା ଦିନ ଆମର ଓଜନ ଓଠାଉଛି, କିନ୍ତୁ ଆମେ ପ୍ରାୟତଃ ତାହାର ଯତ୍ନରେ ଅବହେଳା କରୁଛୁ । ପାଦରେ କିଛି ସାଧାରଣ ସମସ୍ୟା ପ୍ରକୃତରେ ଶରୀରରେ ଲୁଚି ରହିଥିବା ବଡ଼ ରୋଗର ଲକ୍ଷଣ ହୋଇପାରେ । ଏଗୁଡ଼ିକ ମାଧ୍ୟମରେ ପାଦ ଭିତରର ଅସୁସ୍ଥତା ବିଷୟରେ କହିଥାଏ । ଯଦି ଏଗୁଡ଼ିକୁ ଅଣଦେଖା କରାଯାଏ, ତେବେ ଭବିଷ୍ୟତରେ ଏଗୁଡ଼ିକ ଗମ୍ଭୀର ରୂପ ନେଇପାରେ । ଆସନ୍ତୁ ଜାଣିବା ସେହି ଲକ୍ଷଣ ବିଷୟରେ…

୧. ଗୋଡରେ ଲଗାତାର ଫୁଲା
ଯଦି ଆପଣଙ୍କର ପାଦ, ଗୋଇଠି କିମ୍ବା ଆଙ୍ଗୁଠିରେ ପ୍ରାୟତଃ ଫୁଲା ପଡୁଛି, ତେବେ ଏହା ହୃଦୟ, ବୃକକ୍ କିମ୍ବା ଯକୃତ ରୋଗର ଲକ୍ଷଣ ହୋଇପାରେ । ଶରୀରରେ ତରଳ ପଦାର୍ଥ ଜମା ହେବା ଯୋଗୁଁ ଏହି ଫୁଲା ହୁଏ । ବିଶେଷକରି ଯଦି ଫୁଲା ସହିତ ନିଶ୍ୱାସ ନେବାରେ ସମସ୍ୟ।। କିମ୍ବା ଥକ୍କାପଣ ଅନୁଭବ ହୁଏ, ତେବେ ତୁରନ୍ତ ଆପଣଙ୍କ ଡାକ୍ତରଙ୍କ ସହିତ ଯୋଗାଯୋଗ କରନ୍ତୁ ।

୨. ଗୋଡରେ ଜଳାପୋଡ଼ା କିମ୍ବା ଝିମ୍‌ଝିମ୍ ଅନୁଭବ

ଲଗାତାର ଝିମ୍ଝିମ୍ ହେବା କିମ୍ବା ଜଳାପୋଡ଼ା ଅନୁଭବ ହେବା ଡାଏବେଟିକ୍ ନ୍ୟୁରୋପାଥିର ଏକ ଲକ୍ଷଣ ହୋଇପାରେ । ମଧୁମେହ ଯୋଗୁଁ ସ୍ନାୟୁ କ୍ଷତିଗ୍ରସ୍ତ ହେଲେ ଏହି ଅବସ୍ଥା ହୁଏ । ଯଦି ଆପଣଙ୍କ ପାଦ ପ୍ରାୟତଃ ଶୂନ୍ୟ ହୋଇଯାଏ କିମ୍ବା ଆପଣ ସେଥିରେ ଛୁଞ୍ଚି ପରି ଯନ୍ତ୍ରଣା ଅନୁଭବ କରନ୍ତି, ତେବେ ଆପଣ ବ୍ଏହ ସୁଗାର ଯାଞ୍ଚ କରନ୍ତୁ ।

୩. ପାଦ ସ୍କିନର ରଙ୍ଗରେ ପରିବର୍ତ୍ତନ

ଯଦି ଆପଣଙ୍କ ପାଦରେ ସ୍କିନ୍ ନୀଳ, ବାଇଗଣୀ କିମ୍ବା ହଳଦିଆ ପଡୁଛି, ତେବେ ଏହା ରକ୍ତ ସଞ୍ଚାଳନ ହ୍ରାସ କିମ୍ବା ରକ୍ତ ଜମାଟ ବାନ୍ଧିବାର ଲକ୍ଷଣ ହୋଇପାରେ । ଏପରି ପରିସ୍ଥିତିରେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରିବା ଗୁରୁତ୍ୱପୂର୍ଣ୍ଣ, କାରଣ ଏହି ଅବସ୍ଥା ଘାତକ ମଧ୍ୟ ହୋଇପାରେ ।

୪. ପାଦର ନଖ ମୋଟା କିମ୍ବା ରଙ୍ଗ ବଦଳିବା :

ଯଦି ଆପଣଙ୍କର ନଖ ହଳଦିଆ, ମାଟିଆ କିମ୍ବା କଳା ହେଉଛି ଏବଂ ସେଥିରୁ ଦୁର୍ଗନ୍ଧ ଆସୁଛି କିମ୍ବା ଘନ ହେଉଛି, ତେବେ ଏହା ଫଙ୍ଗାଲ୍ ସଂକ୍ରମଣର ଲକ୍ଷଣ ହୋଇପାରେ, କିନ୍ତୁ କେତେକ ସମୟରେ ଏହା ମଧୁମେହ କିମ୍ବା ଉଚ୍ଚ କୋଲେଷ୍ଟ୍ରଲର ଲକ୍ଷଣ ମଧ୍ୟ ହୋଇପାରେ ।

୫. ବାରମ୍ବାର ଗୋଡ଼ ଯନ୍ତ୍ରଣା:

ଯଦି ରାତିରେ ଆପଣଙ୍କର ବାରମ୍ବାର ଗୋଡ଼ରେ ଯନ୍ତ୍ରଣା ହୁଏ, ତେବେ ଏହା ପୋଟାସିୟମ୍, କ୍ୟାଲସିୟମ୍ କିମ୍ବା ମ୍ୟାଗ୍ନେସିୟମ୍ ଅଭାବ, ଡିହାଇଡ୍ରେସନ୍ କିମ୍ବା ରକ୍ତ ସଞ୍ଚାଳନ ସମସ୍ୟାର ଲକ୍ଷଣ ହୋଇପାରେ ।

୬. ପାଦ ଥଣ୍ଡା କିମ୍ବା ନିସ୍ତେଜ ଅନୁଭବ:

ଯଦି ଆପଣଙ୍କ ପାଦ ସବୁବେଳେ ଥଣ୍ଡା ଏବଂ ଶରୀରର ଅନ୍ୟ ଅଂଶ ସ୍ୱାଭାବିକ ଥାଏ, ତେବେ ଏହା ଥାଇରଏଡ୍ ବ୍ୟାଧି, ସ୍ନାୟୁ ଦୁର୍ବଳତା କିମ୍ବା ମଧୁମେହର ଲକ୍ଷଣ ହୋଇପାରେ । ଯଦି ଗ୍ରୀଷ୍ମ ଋତୁରେ ଏହା ଘଟେ, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।