ବାଲେଶ୍ୱର: ମହିଳା କନଷ୍ଟେବଳଙ୍କ ମୃତଦେହ ଉଦ୍ଧାର କରାଯାଇଛି । ବାଲେଶ୍ୱର ସହରରେ ଥିବା ପୋଲିସ ବାରାକ୍ ଭିତରୁ ମୃତଦେହ ଉଦ୍ଧାର ହୋଇଛି । କେଉଁ ପରିସ୍ଥିତିରେ ମହିଳା କନଷ୍ଟେବଳଙ୍କ ମୃତ୍ୟୁ ହୋଇଛି କାରଣ ଅସ୍ପଷ୍ଟ ରହିଛି ।
ମହିଳା କନଷ୍ଟେବଳ ଆତ୍ମହତ୍ୟା କରିଛନ୍ତି ନାଁ ତାଙ୍କୁ ହତ୍ୟା କରାଯାଇଛି ଏହାର କାରଣ ଖୋଜୁଛି ପୋଲିସ । ମୃତଦେହ ଉଦ୍ଧାର କରି ତଦନ୍ତ ଜାରି ରଖିଛି ପୋଲିସ ।