ଅପରେଶନ ଗଙ୍ଗାରେ ଭାରତୀୟ ଛାତ୍ରଙ୍କୁ ଉଦ୍ଧାର କଲେ ଶିବାନୀ ଲାକ୍ରା: ସାହାସିକତା ପାଇଁ ଏମିତି ପ୍ରଶଂସା କରୁଛନ୍ତି ଦେଶବାସୀ

ନୂଆଦିଲ୍ଲୀ: ବର୍ତ୍ତମାନ ଋଷ୍ ଓ ୟୁକ୍ରେନ୍ ମଧ୍ୟରେ ଚାଲିଛି ଯୁଦ୍ଧ । ଏହାର ମଧ୍ୟରେ ଏକ ଭିଡିଓ ବହୁ ମାତ୍ରାରେ ଭାଇରାଲ ହେବାର ଲାଗିଛି । ଏହି ଭିଡିଓ ଯିଏବି ଥରେ ଦେଖୁଛି ଭାରତର ପ୍ରଶଂସା ନକରି ରହିପାରୁନାହିଁ । ଏହି ଭିଡିଓଟି ହେଉଛି ସେହି ସମୟର ଯେଉଁ ସମୟରେ ୟୁକ୍ରେନରେ ଫସି ରହିଥିଲେ ଅନେକ ଭାରତୀୟ ଛାତ୍ର ଛାତ୍ରୀ ଏବଂ ଯାହାପାଇଁ ଆରମ୍ଭ ହୋଇଥିଲା ଅପରେସନ୍ ଗଙ୍ଗା । ଏହି ଅପରେସନ୍ରେ ଭାରତୀୟ ବାୟୁ ସେନାର ପାଇଲଟ କ୍ୟାପଟେନ୍ ଶିବାନି କଲ୍ରା ନିଜର ସାହାସିକତାର ପରିଚୟ ଦେଇଥଲେ । ଏଥି ସହିତ ଦେଶପ୍ରତି ଥିବା ତାଙ୍କର ଭଲପାଇବା କର୍ତ୍ତବ୍ୟକୁ ମଧ୍ୟ ପ୍ରମାଣିତ କରିଥିଲେ । କ୍ୟାପଟେନ୍ କଲ୍ରାଙ୍କ ପରିବାର ତାଙ୍କ ଭାଇଙ୍କ ବିଭାହ ପ୍ରସ୍ତୁତି କରୁଥଲେ ସେହି ସମୟରେ କ୍ୟାପଟେନ ୨୫୦ ଭାରତୀୟ ଛାତ୍ର ଛାତ୍ରୀଙ୍କୁ ଉଦ୍ଧାର କରିବାରେ ବ୍ୟସ୍ତଥିଲେ ।

ଯେଉଁମାନେ ୟୁକ୍ରେନ ଛାଡି ହଙ୍ଗେରୀରେ ଫସିଥିଲେ । ଯାହାଙ୍କୁ ସୁରକ୍ଷିତ ଭାବେ ସେମାନଙ୍କ ଘରେ ଛାଡିଥିଲେ । ବର୍ତ୍ତମାନ ଭାଉରାଲ ହୋଇଥିବା ଭିଡିଓରେ ଲାକ୍ରା ବୁଦାପେଷ୍ଟରୁ ଏକ ବିମାନ ଉଡାଣ କରୁଥିବା ଦେଖାଯାଇଛି । କିନ୍ତୁ ଲାକ୍ରା ଯେତେବେଳେ ଅପରେସନ୍ ଗଙ୍ଗା ପାଇଁ ରାଜି ହୋଇଥିଲେ ସେତେବେଳେ ତାଙ୍କ ପରିବାର ଲୋକେ ଲାକ୍ରାଙ୍କ ପାଇଁ ଚିନ୍ତିତ ଥିଲେ ମଧ୍ୟ ତାଙ୍କୁ ଅଟକାଇ ନଥିଲେ । ଫଳରେ ସେ ୨୫୦ ଭାରତୀୟ ଛାତ୍ର ଛାତ୍ରୀଙ୍କୁ ସୁରକ୍ଷିତ ଭାବରେ ଭାରତକୁ ଫେରାଇ ଆଣିଥିଲେ ।