fbpx
BSKY SKY
BSKY SKY

(Video) ମହିଳା ସ୍ନାଇପର; ଗୁଳିରେ ଉଡ଼ାଇ ଦିଅନ୍ତି ଶତ୍ରୁଙ୍କ ମୁଣ୍ଡ, ସୀମାରେ ଛାନିଆ ହୁଏ ପାକିସ୍ତାନ ସେନା

BSKY

ନୂଆଦିଲ୍ଲୀ: ଏହି ସୁନ୍ଦରିଙ୍କର ଗୁଳି ପୁରା ମୁଣ୍ଡରେ ବାଜେ । ବନ୍ଧୁକରୁ ଗୁଳି ବାହାରିଲେ ମିସ୍ ହୁଏନି । ସୀମାରେ ଛାନିଆ ହୁଏ ପାକିସ୍ତାନର ସେନା । ବନ୍ଧୁକରୁ ଥରେ ଗୁଳି ବାହାରିଲେ ଶତ୍ରୁଙ୍କ ଜୀବନ ନେବାଟା ସୁନିଶ୍ଚି । ଛାତି ହେଉ କି ମୁଣ୍ଡ ବିନା ଶବ୍ଦରେ ଗୁଳି ଆସି ପୁରା ଭେଦ କରି ଚାଲିଯାଏ । ୫ କିଲୋମିଟର ଦୁରରୁ ବି ଲକ୍ଷ୍ୟ ବିଫଳ ହୁଏ ନାହିଁ । ଶତ୍ରୁ ଠାରୁ ଲୁଚି କରନ୍ତି ଆକ୍ରମଣ । ହଁ ଆଜ୍ଞା ସ୍ନାଇପର । ଯିଏ ଦୁରରୁ ଥାଇ ଶତ୍ରୁ ମାନଙ୍କୁ ଆକ୍ରମଣ କରିବାରେ ପୁରା ମାହିର । ଯିଏ ଭାରତୀୟ ଯବାନ ମାନଙ୍କର ଦେଖାଯାଉ ନଥିବା ଅସ୍ତ୍ର । ଯାହାର ଭୁମିକ ଯୁଦ୍ଧରେ ବହୁତ ଗୁରୁତ୍ୱପୂର୍ଣ୍ଣ । ଯିଏ ନଥିଲେ ଯୁଦ୍ଧକୁ ଜିତିବା କଷ୍ଟସାଧ୍ୟ ହୋଇପଟେ । ଏ ସୁନ୍ଦରି ହେଉଛନ୍ତି ଏମିତି ଜଣେ ଅସ୍ତ୍ର ଯାହାଙ୍କର ସବୁବେଳେ ଆବଶ୍ୟକତା ପଡ଼ିଥାଏ । ଶତ୍ରୁ ମାନଙ୍କର ମୁଣ୍ଡକୁ ପୁରା ଗୁଳିରେ ଉଡ଼ାଇ ଦିଅନ୍ତି । ଏ ହେଉଛନ୍ତି ବର୍ଡର ସିକ୍ୟୁଯିଟି ପୋର୍ସର ମହିଳା ସ୍ନାଇପର ସୁମନ କୁମାରୀ ।

ଏ ହେଉଛନ୍ତି ସେହି ମହିଳା ଯିଏ ସବୁବେଳେ ଶତ୍ରୁ ମାନଙ୍କ ଠାରୁ ଲୁଚିକି ରୁହନ୍ତି । ଶତ୍ରୁ ଆଙ୍କୁ କେତେବେଳେ ଦେଖିପାରେ ନାହିଁ । କିନ୍ତୁ ଗୋଟିଏ ବି ଶତ୍ରୁ ସୁମନଙ୍କ ଆଖିକୁ ଧୋକା ଦେଇ ପାରନ୍ତି ନାହିଁ । ଭାରତ ଉପରକୁ ଯିଏ ଆକ୍ରମଣ କରିବ ସେ ସୁମନଙ୍କ ଗୁଳିର ଶିକାର ହେବାଟା ଥୟ । ଏ ହେଉଛନ୍ତି ସୀମା ସୁରକ୍ଷା ବଳର ପ୍ରଥମ ମହିଳା ସ୍ନାଇପର । ନିକଟରେ ଇନ୍ଦୋରର ସେଣ୍ଟ୍ରାଲ ସସ୍କୁଲ ଅଫ୍ ୱିପନସ୍ ଆଣ୍ଡ ଟାକ୍‌ଟିସ୍‌ରେ ୮ ସପ୍ତାହ ଧରି ସ୍‌ନାଇପର ପ୍ରଶିକ୍ଷଣ ହୋଇଥିଲା । ଏହି ପ୍ରଶିକ୍ଷଣ ଶିବିରରେ ୫୬ଜଣ ବିଏସ୍ଏଫ୍ ଅଧିକାରୀ ସାମିଲ ହୋଇଥିଲେ। ସେମାନଙ୍କ ମଧ୍ୟରେ ସୁମନ କୁମାରୀ ଏକମାତ୍ର ମହିଳା ଅଧିକାରୀ ଭାବେ ଯୋଗ ଦେଇଥିଲେ। ଏହି କଷ୍ଟସାଧ୍ୟ ପ୍ରଶିକ୍ଷଣରେ ସୁମନ ନିଜର ପାରଦର୍ଶିତା ଦେଖାଇ ସଫଳ ଭାବେ ଉତ୍ତୀର୍ଣ୍ଣ ହୋଇଛନ୍ତି। ହିମାଚଳ ପ୍ରଦେଶର ମଣ୍ଡି ଜିଲ୍ଲାରେ ଜନ୍ମିତ ସୁମନ କୁମାରୀ ୨୦୨୧ରେ ବିଏସ୍ଏଫ୍ରେ ଯୋଗ ଦେଇଥିଲେ।

ଭାରତୀୟ ସେନାରେ ସ୍ନାଇପର ମାନେ ହେଉଛନ୍ତି ଅଦେଖା ଶକ୍ତି । ଯଦୁ ଯବାନଙ୍କ ପଛରେ ଯୁଦ୍ଧ ସମୟରେ ଏମାନେ ଛିଡ଼ା ହୋଇଛି ରକ୍ଷକ ସାଜିଥାନ୍ତି । ଯେଉଁଥିପାଇଁ ଯୁଦ୍ଧକୁ ଜିତିବା ସହଜ ହୋଇଯାଏ । ତେବେ ସ୍ନାଇପର ପ୍ରଶିକ୍ଷଣ ନେବା ପୂର୍ବରୁ ଶତ୍ରୁ ମାନଙ୍କ ଆକ୍ରମଣରେ ଗୁଳିର ଶିକାର ହୋଇଥିଲେ ସୁମନ । ପଞ୍ଜାପ ପାକିସ୍ତାନ ସୀମାରେ ପାଟ୍ରୋଲିଂ କରୁତିବା ବେଳେ ସ୍ନାଇପର ଦ୍ୱାରା ଆକ୍ରମଣ କରିଥିଲେ ସୁମନଙ୍କ ଉପରକୁ । ଯାହା ପରେସେ ଚିନ୍ତା କରିଥିଳେ କି ସ୍ନାଇପର ହେବେ ବୋଲି । ସ୍ନାଇପର ଭାବେ ପ୍ରଶିକ୍ଷଣ ନେବାକୁ ଇଚ୍ଛାପ୍ରକାଶ କରି ନିଜର ଉପରିସ୍ଥ ଅଧିକାରୀଙ୍କୁ ସୁମନ ଲେଖିଥିଲେ। ସିଏସ୍ଡବ୍ଲୁଟି ଆଇଜି ଭାସ୍କର ସିଂହ ରାୱତ କହିଛନ୍ତି ଯେ ଯେଉଁମାନେ ଉତ୍କୃଷ୍ଟ ଲକ୍ଷ୍ୟଭେଦ କରିପାରନ୍ତି ସେମାନଙ୍କୁ ଆଲ୍ଫା ଓ ବ୍ରାଭୋ ବର୍ଗ ପ୍ରଦାନ କରାଯାଏ। ପ୍ରଶିକ୍ଷଣ ବର୍ଗ ପାଇଁ ଏକ ସ୍ବତନ୍ତ୍ର ପ୍ରଶିକ୍ଷଣ ହୋଇଥାଏ। ଏହି ପ୍ରଶିକ୍ଷଣ ବର୍ଗରେ ସୁମନ କୁମାରୀ ଉତ୍ତୀର୍ଣ୍ଣ ହୋଇଛନ୍ତି।

Get real time updates directly on you device, subscribe now.