fbpx

କାଶ ସିରପରୁ ମୃତ୍ୟୁ ଅଭିଯୋଗ ମଧ୍ୟରେ ଅନେକ କମ୍ପାନୀର ଜ୍ୱର ମେଡିସିନ୍ ବି ଟେଷ୍ଟରେ ଫେଲ୍: ଖାଇବା ପୂର୍ବରୁ ଦେଖିଦିଅନ୍ତୁ ଏହି ଲିଷ୍ଟ୍

Advertisement

ନୂଆଦିଲ୍ଲୀ: ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନୀର କାଶ ସିରପ ପିଇ ଆଫ୍ରିକୀୟ ଦେଶରେ ଜାମ୍ବିଆରେ ୬୬ ଟି ଶିଶୁଙ୍କର ଏକ ମୃତ୍ୟୁ ହୋଇଥିବା ଅଭିଯୋଗ ମଧ୍ୟରେ ଅନ୍ୟ କେତେକ ଫାର୍ମାସ୍ୟୁଟିକାଲ୍ କମ୍ପାନୀର ନମୁନା ଦେଶରେ ଫେଲ୍ ହୋଇଛି । ଗତ ମାସରେ ସେଣ୍ଟ୍ରାଲ୍ ଡ୍ରଗ୍ ଷ୍ଟାଣ୍ଡାର୍ଡ କଣ୍ଟ୍ରୋଲ୍ ଅର୍ଗାନାଇଜେସନ୍ (ସିଡିଏଲ୍ସିଓ) ଦ୍ୱାରା ପ୍ରକାଶିତ ରିପୋର୍ଟ ଅନୁଯାୟୀ, ପ୍ରାୟ ୪୫ ଟି ମେଡିସିନ ନମୁନା ଗୁଣବତ୍ତା ଖରାପ ଥିବା ଜଣାପଡିଛି ।

ଫେଲ୍ ନମୁନା ମଧ୍ୟରୁ ୧୩ ଟି ହିମାଚଳ ପ୍ରଦେଶରେ ସ୍ଥିତ ଉତ୍ପାଦନ ୟୁନିଟରୁ ଆସିଛି । ଯେଉଁ ମେଡିସିସର ନମୁନା ଫେଲ୍ ହୋଇଛି, ସେଥିରେ ପାରାସିଟାମୋଲ ମଧ୍ୟ ସାମିଲ ରହିଛି । ଏହି ମେଡିସିନ୍ ଅତି ସହଜରେ ସମସ୍ତେ ଖାଆନ୍ତ ଓ ଅତ୍ୟଧିକ ପରିମାଣରେ ବ୍ୟବହାର କରାଯାଏ ।

‘ଦି ଟ୍ରିବ୍ୟୁନ୍’ର ଏକ ରିପୋର୍ଟ ଅନୁଯାୟୀ, ଚଳିତ ବର୍ଷ ମେ ମାସରେ ଆସିଷ୍ଟାଣ୍ଟ ଡ୍ରଗ୍ କଣ୍ଟ୍ରୋଲର୍ ଏବଂ ଲାଇସେନ୍ସ ଅଥରିଟି, ଗ୍ଲେନ୍ ମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଏବଂ ଡ୍ରଗ୍ସ ଏବଂ କସମେଟିକ୍ସ ଅନ୍ତର୍ଗତ ଗ୍ଲେନମାର୍କ ଫାର୍ମାସ୍ୟୁଟିକାଲ୍ସ ଲିମିଟେଡ୍ ଏବଂ ଏହାର ଅନ୍ୟତମ ମେଡିସିନ୍ ଟେଲମିସାର୍ଟାନ୍ (ରକ୍ତଚାପରେ ବ୍ୟବହୃତ) ବିରୋଧରେ ତଦନ୍ତ ଆରମ୍ଭ କରିଥିଲା । ମୋହାଲି ଭିତ୍ତିକ ଫାର୍ମାସ୍ୟୁଟିକାଲ୍ କମ୍ପାନୀର ଅଫଲୋକ୍ସାସିନ୍ ଏବଂ ଅର୍ନିଡାଜୋଲ୍ ଆଣ୍ଟିବାୟୋଟିକ୍ ନମୁନା ମଧ୍ୟ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇନାହାଁନ୍ତି ।

ଚଣ୍ଡିଗଡ଼ ଭିତ୍ତିକ ଫାର୍ମାସ୍ୟୁଟିକାଲ୍ କମ୍ପାନୀ ଦ୍ୱାରା ନିର୍ମିତ ଆଣ୍ଟିବାୟୋଟିକ୍ ଜେଣ୍ଟାମାଇସିନ୍ ଇଞ୍ଜେକ୍ସନ୍ ବ୍ୟାକ୍ଟେରିଆ ଏଣ୍ଡୋଟୋକିନ୍ ଏବଂ ବନ୍ଧ୍ୟାକରଣ ପରୀକ୍ଷାରେ ବିଫଳ ହୋଇଥିଲା । ରିପୋର୍ଟ ଅନୁଯାୟୀ କେଉଁ ମେଡିସିସର ନମୁନା ଟେଷ୍ଟରେ ଫେଲ୍ ହୋଇଥିଲା, ଦେଖନ୍ତୁ ଲିଷ୍ଟ…

Methycobalamin, Alpha Lipoic acid- USV Pvt Ltd. Baddi

Paracetamol Tablets – T&G Medicare, Baddi

Paracetamol Tablets- Alco Formulation, Faridabad

Paracetamol Tablets- ANG Lifesciences, Solan

Chlordiazepoxide- Wockhardt, Nalagarh

Amoxicillin-Potassium Clavulanate- Mediwell Bioteh solan

Vitamin D3 Chewable tablets- Maxtar Biogenics, Nalagarh

Ofloxacin and Ornidazole tablets- Amkon Pharmaceuticals, Mohali

Lvermectin dispersible Tablets- Plena Remedies, Baddi

Itraconazole Capsules- Theon Pharmaceuticals, Baddi

Gentamicin Injection- BM Pharmaceuticals, Chandigharh

Mefenamic acid tablets- Navkar Lifesciences, Baddi

Aluminium hydroxide- Biogenetic Drugs Pvt Ltd. Baddi

Get real time updates directly on you device, subscribe now.