fbpx

ସବୁ ପରେ ମଧ୍ୟ ହେଇପାରୁନାହାନ୍ତି ସଫଳ, ଆପଣାନ୍ତୁ ଏହି ଉପାୟ, ସଫଳତା ଚୁମିବ ପାଦ

ଆପଣ ଅନେକ ପରିଶ୍ରମ କରୁଛନ୍ତି, ଦକ୍ଷତା ଓ ସଚ୍ଚୋଟତା ସହ କାମ କରୁଛନ୍ତି । ସବୁ ପରେ ମଧ୍ୟ ହାତକୁ ଆସୁଛି ବିଫଳତା । ନିଜଠାରୁ କମ ଶିକ୍ଷା, ଦିକ୍ଷାର ବ୍ୟକ୍ତି ସହଜରେ ଓ ଶଳ୍ପ ସମୟରେ ସଫଳତାର ଶୀର୍ଷରେ ପହଞ୍ଚି ଯାଉଥିଲେ ମଧ୍ୟ ଆପଣଙ୍କ କ୍ଷେତ୍ରରେ ସମ୍ଭବ ହେଉନାହିଁ । ତେବେ ଏହା ପଛରେ ଲୁଚି ରହିଛି ଗୁଢ ରହସ୍ୟ । ରହସ୍ୟ ଉପରୁ ପରଦା ଉଠାଇବା ସହ କେମିତି ସମସ୍ୟାର ସମାଧାନ କରିପାରିବେ, ଆସନ୍ତୁ ଜାଣିବା ।
ଆପଣଙ୍କ ସବୁ ଏଫର୍ଟ ପରେ ବି ସକ୍ସେସ ଆପଣଙ୍କଠାରୁ ବହୁ ଦୂରରେ । ତେବେ ବର୍ତ୍ତମାନ ଶୁଭ ବେଳ ଆସିଛି । କାରଣ ଜାଣିବା ସହ ନିରାକରଣ ଦିଗରେ ଆଗେଇ ଚାଲନ୍ତୁ । ହିନ୍ଦୁ ଶାସ୍ତ୍ରୀ ମୁତାବକ, ପୂର୍ବଜଙ୍କର ଆମ ଜୀବନରେ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି । ପୂର୍ବ ପୁରୁଷ ଖୁସିହେଲେ, ଜୀବନ ସୁଖ ଓ ସମୃଦ୍ଧିରେ ଭରିଯିବ । କିନ୍ତୁ ଯଦି ସେମାନେ ଅସନ୍ତୁଷ୍ଟ ହୁଅନ୍ତି, ଜୀବନ ଯନ୍ତ୍ରଣାଦାୟୀ ରହିବ । ଏହାକୁ ପିତୃଦୋଷ କୁହାଯାଏ । ଏହି ଦୋଷ ଦୂର କରିବାକୁ ଆସିଛି ସମୟ ।

୧୭ ସେପ୍ଟେମ୍ବରରୁ ପିତୃପକ୍ଷ ଆରମ୍ଭ ହୋଇଛି । ୧୫ ଦିନ ଏହି ପକ୍ଷ ରହୁଛି । ଏହି ସମୟ ମଧ୍ୟରେ ପିତୃପୁରୁଷ ଧରାବତରଣ କରିଥିବା ବିଶ୍ୱାସ ରହିଛି । ତେଣୁ ଏହି ସମୟରେ ଏହି ସବୁ କାମ କରି ସେମାନଙ୍କ ଅସନ୍ତୁଷ୍ଟ ଆତ୍ମାକୁ ସନ୍ତୁଷ୍ଟ କରନ୍ତୁ । ଦେଖିବେ, ଜୀବନ ସୁଖ ସମୃଦ୍ଧିରେ ଭରିଯିବ । ତେବେ କଣ କରିବେ ଏଥିପାଇଁ-

ଏହି ପିତୃଦୋଷରୁ ମୁକ୍ତି ପାଇବା ପାଇଁ ତର୍ପଣ, ପିଣ୍ଡଦାନ, ଶ୍ରାଦ୍ଧ କର୍ମ କରିବା ଜରୁରୀ । ଏହା ବ୍ୟତୀତ, ଏହି ସମୟରେ ପିତୃପୁରୁଷଙ୍କ ଉଦ୍ଦେଶ୍ୟରେ ଖାଦ୍ୟ ଓ ଜଳ ସୁଦ୍ଧପୁତ୍ତ ହୋଇ ଘର ବାହାରେ ଅର୍ପଣ କରନ୍ତୁ ଓ ସେମାନଙ୍କୁ ଆବାହନ କରି ସେସବୁ ଗ୍ରହଣ କରିବାକୁ ଅନୁରୋଧ କରନ୍ତୁ ।

Get real time updates directly on you device, subscribe now.