fbpx

ଅକ୍ସିଜେନ୍ ପହଞ୍ଚିବାରେ ହୋଇଗଲା ଟିକେ ବିଳମ୍ବ: ଠପ୍ ହୋଇ ଚାଲିଗଲା ୧୧ ଆକ୍ରାନ୍ତଙ୍କ ଜୀବନ

ହାଇଦ୍ରାବାଦ,୧୧ ।୫: କରୋନା ମହାମାରୀ ଯୋଗୁଁ ଆକ୍ରାନ୍ତଙ୍କ ସଂଖ୍ୟା ସମେତ ମୃତ୍ୟୁ ସଂଖ୍ୟା ବି ବଢିବାରେ ଲାଗିଛି । ଏହାରି ମଧ୍ୟରେ ଅକ୍ସିଜେନ ଅଭାବରୁ ବି ଅନେକ ଗୁରୁତର ରୋଗୀଙ୍କ ଜୀବନ ଚାଲିଯାଉଛି । ସେହିପରି ଆନ୍ଧ୍ରପ୍ରଦେଶର ତିରୁପତିରେ ଅକ୍ସଜେନ ଅଭାବରୁ ୧୧ ଜଣ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି । ଭେଙ୍କେଟେଶ୍ୱର ରାମନାରାୟଣ ରୁଇୟା ସରକାରୀ ଡାକ୍ତରଖାନାରେ ଏହି ଅଘଟଣ ଘଟିଯାଇଛି । ଅକ୍ସିଜେନ୍ ଟ୍ୟାଙ୍କର ବିଳମ୍ବରେ ପହଞ୍ଚିବାରୁ ଆଖିବୁଜିଛନ୍ତି ୧୧ ରୋଗୀ । ମେଡିକାଲରେ ଗ୍ୟାସ୍ ଟ୍ୟାଙ୍କର ପହଞ୍ଚିବାରେ ସାମାନ୍ୟ ବିଳମ୍ବ ହେବାରୁ ଏଭଳି ଅଘଟଣ ଘଟିଛି ।

ଏହାର୍ପୂବରୁ ରାଜ୍ୟର ମୁଖ୍ୟମନ୍ତ୍ରୀ ୟାଇଏସ ଜଗମୋହନ ରେଡ୍ଡି କୋଭିଡ ସ୍ଥିତିକୁ ଦୃଷ୍ଟିରେ ରଖି ସମୀକ୍ଷା ବୈଠକ ଡକାଇଥିଲେ । ତେବେ ବର୍ତ୍ତମାନ ସୁଦ୍ଧା ଆନ୍ଧ୍ରରେ ୧୩ ଲକ୍ଷରୁ ଅଧିକ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି ।

Get real time updates directly on you device, subscribe now.