fbpx

ବିନା ଲାଇସେନ୍ସରେ ବାଇକ୍ ଚଳାଉଥିଲା ନାବାଳକ: ଧରପଡ଼ିବା ପରେ ଗଣିଲା ମୋଟା ଅଙ୍କର ଫାଇନ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବାଇକ୍ ଚଳାଇବା ମହଙ୍ଗା ପଡ଼ିଛି ଜଣେ ନାବାଳିଙ୍କ ପାଇଁ । ଆରଟିଓ ପକ୍ଷରୁ ଗାଡ଼ି ମାଲିକଙ୍କ ନାମରେ ୩୩ ହଜାରରୁ ଅଧିକ ଟଙ୍କାର ଫାଇନ୍ କଟାଯାଇଛି । କେବଳ ଏତିକି ନୁହେଁ, ଜରିମାନା ଆଦାୟ ନ ହେବା ପର୍ଯ୍ୟନ୍ତ ଗାଡ଼ିକୁ ଫେରସ୍ତ ନ କରିବାକୁ ପୋଲିସକୁ କୁହାଯାଇଛି ।

ଜଣାପଡ଼ିଛି ଯେ, ବୌଦ୍ଧ ଜିଲ୍ଲାର ୫୭ ନମ୍ବର ଜାତୀୟ ରାଜପଥ ଓ ୪୨ ନମ୍ବର ରାଜ୍ୟ ରାଜପଥରେ ଅଧିକାଂଶ ସମୟରେ ଛୋଟବଡ଼ ଦୁର୍ଘଟଣା ଘଟିଥାଏ । ତେଣୁ ପରିବହନ ବିଭାଗ ପକ୍ଷରୁ ଉକ୍ତ ଅଞ୍ଚଳରେ ଚେକିଂ ଜୋରଦାର କରାଯାଇଥିଲା । ଏନେଇ ଗତକାଲି ବୌଦ୍ଧ-ମନମୁଣ୍ଡା ରାସ୍ତାରେ ଜଣେ ନାବାଳକ ବାଇକ୍ ଚଳାଉଥିବା ବେଳେ ଧରାପଡ଼ିଥିଲେ । ନାବାଳକଙ୍କ ବୟସ ୧୫ ବର୍ଷ ହୋଇଥିବା ବେଳେ ତାଙ୍କର ଲାଇସେନ୍ସ ନଥିଲା । ଏଥିସହ ପଛରେ ବସିଥିବା ବ୍ୟକ୍ତିଜଣଙ୍କ ହେଲମେଟ ପିନ୍ଧିନଥିଲେ । ଉକ୍ତ ଗାଡ଼ିର ବୀମା ନଥିବା ସହ ବାଇକର ନମ୍ବର ପ୍ଲେଟ ଭାଙ୍ଗି ଯାଇଥିଲା । ଏନେଇ ଏମଭିଆଇ ଗାଡ଼ି ମାଲିକଙ୍କ ନାମରେ ୩୫ ହଜାର ୫୦୦ ଟଙ୍କାର ଫାଇନ୍ ଲାଗୁ କରିଥିଲେ ।

Get real time updates directly on you device, subscribe now.