fbpx

(Video) ଖେଳ ପଡ଼ିଆ ପାଲଟିଲା ଯୁଦ୍ଧକ୍ଷେତ୍ର! ପ୍ୟାରିସ ଅଲମ୍ପିକ୍ସରେ ବଡ଼ ଅଘଟଣ, ପରସ୍ପରକୁ ପିଟିବାରେ ଲାଗିଲେ ଦୁଇ ଟିମର ଖେଳାଳି

ନୂଆଦିଲ୍ଲୀ: ପ୍ୟାରିସ ଅଲିମ୍ପିକ୍ସରେ ଘଟିଯାଇଛି ଏକ ବଡ଼ ଅଘଟଣ । ଫୁଟବଲ ମ୍ୟାଚ ସମୟରେ ବିବାଦ ସୃଷ୍ଟି ହେବାରୁ ଦୁଇ ଟିମର ଖେଳାଳିମାନେ ପରସ୍ପରକୁ ପିଟିବାରେ ଲାଗିଥିଲା । କ୍ଷଣିକ ମଧ୍ୟରେ ଫୁଟବଲ ଖେଳ ପଡ଼ିଆ ପାଲଟି ଯାଇଥିଲା ରଣକ୍ଷେତ୍ର । ଆର୍ଜେଣ୍ଟିନା ଓ ଫ୍ରାନ୍ସ ମଧ୍ୟରେ ଖେଳାଯାଇଥିବା ଫୁଟବଲ ମ୍ୟାଚ ବେଳେ ଏହି ଅଘଟଣ ଘଟିଥିଲା । ଖେଳାଳିମାନେ ପରସ୍ପକୁ ବିଧା, ଗୋଇଧା ଓ ପଞ୍ଚ ମାରିବାରେ ଲାଗିଥିଲା । ଏହି ବିବାଦ ସମୟର ଭିଡିଓ ଭାଇରାଲ ହେବାରେ ଲାଗିଛି ।

ଖବର ମୁତାବକ, ଫ୍ରାନ୍ସ ଓ ଆର୍ଜେଣ୍ଟିନା ମଧ୍ୟରେ ଖେଳାଯାଇଥିବା ଅଣ୍ଡର-୨୩ ମ୍ୟାଚ ସମୟରେ ଏହି ବିବାଦ ସୃଷ୍ଟି ହୋଇଥିଲା । ଉକ୍ତ ମ୍ୟାଚରେ ଫ୍ରାନ୍ସ ପକ୍ଷରୁ ଜୀନ-ଫିଲିପ ମାଟେଟା ଏକମାତ୍ର ଗୋଲ ସ୍କୋର କରିଥିବା ବେଳେ ଉକ୍ତ ମ୍ୟାଚରେ ବିଜୟୀ ହୋଇ ଫାନ୍ସ ସେମିଫାଇନାଲରେ ପ୍ରବେଶ କରିଥିଲା । ଖେଳାଳିମାନେ ପରସ୍ପର ମଧ୍ୟରେ ଲଢ଼ିବା ଦେଖି ସୁରକ୍ଷାକର୍ମୀମାନେ ପଡ଼ିଆ ମଧ୍ୟକୁ ପ୍ରବେଶ କରି ସେମାନଙ୍କୁ ଅଟକାଇଥିଲେ । ଏହି ବିବାଦକୁ ନିୟନ୍ତ୍ରଣ କରିବାକୁ କିଛି ସମୟ ଲାଗି ଯାଇଥିଲା । ୨୦୨୨ ଫିଫା ବିଶ୍ୱକପରେ ଫ୍ୟାନ୍ସର ପରାଜୟ ଓ ନିକଟରେ ଆର୍ଜେଣ୍ଟିନାର ବରିଷ୍ଠ ଖେଳାଳିଙ୍କୁ ନକ୍ସଲବାଦୀ ଟିପ୍ପଣୀକୁ ନେଇ ଏହି ବିବାଦର ସୂତ୍ରପାଦ ହୋଇଥିଲା ।

Get real time updates directly on you device, subscribe now.