fbpx

ଦେଶରେ ୨୦୦ ଛୁଇଁଲା ଓମିକ୍ରନ ମାମଲା, ଜାଣନ୍ତୁ କେଉଁ ରାଜ୍ୟରୁ କେତେ ?

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ଦେଶରେ ମାଡିଚାଲିଛି । ଏହାରି ମଧ୍ୟରେ ଦେଶରେ ଓମିକ୍ରନ ଆକ୍ରାନ୍ତଙ୍କ ସଂଖ୍ୟା ୨୦୦ ଛୁଇଁଛି । ଓମିକ୍ରନ ସଂଖ୍ୟା ୨୦୦ ଛୁଇଁଥିବା ନେଇ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ମହାରାଷ୍ଟ୍ର ଓ ଦିଲ୍ଲୀରୁ ସର୍ବାଧିକ ୫୪ ଲେଖାଏଁ ଓମିକ୍ରନ ଚିହ୍ନଟ ହୋଇଛନ୍ତି ।

ଏହା ସହିତ ତେଲେଙ୍ଗାନାରୁ ୨୦, କର୍ଣ୍ଣାଟକରୁ ୧୯, ରାଜସ୍ଥାନରୁ ୧୮, କେରଳରୁ ୧୫, ଗୁଜରାଟରୁ ୧୪, ଉତ୍ତରପ୍ରଦେଶରୁ ୨, ଆନ୍ଧ୍ରପ୍ରଦେଶ, ଚଣ୍ଡିଗଡ଼, ତାମିଲନାଡୁ ଓ ପଶ୍ଚିମବଙ୍ଗରୁ ଜଣେ ଲେଖାଏଁ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛି ବୋଲି ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ସୂଚନା ଦେଇଛି । ସେମାନଙ୍କ ମଧ୍ୟରୁ ୭୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଅନ୍ୟପଟେ ଓଡ଼ିଶାରେ ଆଜି ୨ ଜଣ ଓମିକ୍ରନ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ବୋଲି ଆଇଏସଏସରୁ ସୂଚନା ମିଳିଛି ।

Get real time updates directly on you device, subscribe now.