fbpx

Fiji Earthquake : ତୁର୍କୀ ପରେ ଆଜି ଫିଜିରେ କମ୍ପନ, ୬.୩ ମ୍ୟାଗ୍ନିଚ୍ୟୁଡର ଭୂକମ୍ପ ଅନୁଭୂତ

ନୂଆଦିଲ୍ଲୀ: ଗତକାଲି ତୁର୍କୀରେ ଭୂକମ୍ପ ଝଟକା ଅନୁଭୂତ ହେବା ପରେ ଆଜି ସକାଳେ ଫିଜିରେ ଶକ୍ତିଶାଳୀ କମ୍ପନ ହୋଇଛି । ରିଚ୍ଟର ସ୍କେଲରେ ଭୂକମ୍ପର ତୀବ୍ରତା ୬.୩ ରେ ମାପ କରାଯାଇଛି । ଭୂମିକମ୍ପର ଏତେ ଶକ୍ତିଶାଳୀ ଥିଲା ଯେ ଲୋକମାନେ ଭୟଭୀତ ହୋଇଯାଇଛନ୍ତି । ନ୍ୟାସନାଲ ସେଣ୍ଟର ଫର ସେସମୋଲୋଜି (ଏନସିଏସ୍) ଦ୍ୱାରା ଏହି ସୂଚନା ଦିଆଯାଇଛି। ମଙ୍ଗଳବାର ଦିନ ପ୍ରାୟ ୧୦ ଟା ସମୟରେ ଏହି ଭୂକମ୍ପ ଘଟିଛି ବୋଲି ଏନସିଏସ କହିଛି। ଏହାର କେନ୍ଦ୍ର ପୃଥିବୀର ୫୬୯ କିଲୋମିଟର ଗଭୀର ଥିଲା ।

ଦକ୍ଷିଣ ପ୍ରଶାନ୍ତର ଏକ ଦେଶ ହେଉଛି ଫିଜି । ଏହା ଏକ ଦ୍ୱୀପପୁଞ୍ଜ । ତେବେ ବିଦେଶୀ ଗଣମାଧ୍ୟମ ଅନୁଯାୟୀ, ଏହି ଭୂକମ୍ପରେ କାହାର କିଛି କ୍ଷତି ହୋଇନାହିଁ । ଏକ ସପ୍ତାହ ମଧ୍ୟରେ ଏହା ହେଉଛି ଦ୍ୱିତୀୟ ଭୂକମ୍ପ । ଏହାପୂର୍ବରୁ ରିକ୍ଟର ସ୍କେଲରେ ୪.୩ ମାପ ବିଶିଷ୍ଟ ଏକ ଭୂକମ୍ପ ଗୁରୁବାର ଦିନ ଫିଜିରେ ଅନୁଭୂତ ହୋଇଥିଲା ।

ସୂଚନାଯୋଗ୍ୟ, ଫେବୃଆରୀ ୬ ରେ ପ୍ରବଳ ଭୂକମ୍ପ ଯୋଗୁଁ ତୁର୍କୀ ଏବଂ ସିରିଆରେ ବିନାଶ ଘଟିଥିଲା। ଏଥିରେ ୫୦ ହଜାରରୁ ଅଧିକ ଲୋକ ପ୍ରାଣ ହରାଇଥିଲେ।

Get real time updates directly on you device, subscribe now.