fbpx

ଶସ୍ତା ହୋଇପାରେ ଫ୍ଲାଇଟ ଭଡା: ଦୀର୍ଘ ଦିନ ପରେ ବିମାନ ଇନ୍ଧନର ଦାମରେ ହ୍ରାସ

ନୂଆଦିଲ୍ଲୀ: ଲଗାତାର ଦରବୃଦ୍ଧି ଏବଂ ଲମ୍ବା ଅପେକ୍ଷା ପରେ ଆଜି ବିମାନ ଇନ୍ଧନର ଦାମରେ ହ୍ରାସ ରେକର୍ଡ ହୋଇଛି । ୨.୨ ପ୍ରତିଶତ କମିଛି ବିମାନ ଇନ୍ଧନର ମୂଲ୍ୟ । ଅନ୍ତରାଷ୍ଟ୍ରୀୟ ମାର୍କେଟରେ ତୈଳ ଦର କମିବା ପରେ ଏହି ହ୍ରାସ ଦେଖିବାକୁ ମିଳିଛି । ସାର୍ବଜନିକ କ୍ଷେତ୍ରରେ ପେଟ୍ରୋଲିୟମ କମ୍ପାନୀର ମୂଲ୍ୟ ଅଦିସୂଚନା ଅନୁଯାୟୀ, କିଲୋଟିର ପିଛା ୩,୦୮୪.୯୪ ଟଙ୍କା ତଥା ୨.୨ ପ୍ରତିଶତ କମ କରାଯାଇଛି । ତେବେ ଏହାପରେ ଇନ୍ଧନର ଦାମ କିଲୋଲିଟର ପିଛା ୧,୩.୧୪୭.୯୩ ଟଙ୍କାରେ ପହଞ୍ଚିଛି ।

ଏଟିଏଫ ଦାମରେ ଚଳିତବର୍ଷ ଏହା ଦ୍ୱିତୀୟ ଥର ପାଇଁ ହ୍ରାସ ପାଇଛି । ଗତମାସରେ ୧,୪.୨୩୨.୮୭ ପ୍ରତି କିଲୋଲିଟର ପର୍ଯ୍ୟନ୍ତ ପହଞ୍ଚିଥିଲା ବିମାନ ଇନ୍ଧନର ଦର । ତେବେ କ୍ରୁଡର ଦାମ ହ୍ରାସ ପାଇବାରୁ ଏହି ଦାମ ମଧ୍ୟ କମିଥିବା କୁହାଯାଇଛି । ଗତ ସପ୍ତାହରୁ କ୍ରୁଡ ୧୦୦ ଡଲାର ପାଖାପାଖି ଟ୍ରେଣ୍ଡ କରୁଛି । ନିକଟରେ ୧୨୦ ଡଲାର ପର୍ଯ୍ୟନ୍ତ ପହଞ୍ଚିଥିଲା କ୍ରୁଡର ଦାମ । କିନ୍ତୁ ଏବେ ମୂଲ୍ୟହ୍ରାସ ହୋଇଥିବା ବେଳେ ଆଗକୁ ମଧ୍ୟ କ୍ରୁଡରେ ଦର କମିବା ନେଇ ଆଶା କରାଯାଉଛି ।

ସୂଚନା ଅନୁସାରେ, ଚଳିତବର୍ଷ ବିମାନ ଇନ୍ଧନର ଦାମ ଲଗାତାର ୧୦ ଥର ବୃଦ୍ଧି ପାଇଛି । ଏହାପରେ ଜୁନ ୧ ତାରିଖରେ ଏହାର ମୂଲ୍ୟରେ ୧.୩ ପ୍ରତିଶତ ହ୍ରାସ ପାଇଥିଲା । ଏହାପରେ ଲଗାତାର ବୃଦ୍ଧି ଘଟି ଚାଲିଥିଲା ଏହି ଦାମ । ତେବେ ଏହା ଦ୍ୱିତୀୟ ଥର ପାଇଁ ଇନ୍ଧଡ଼ର ଦାମରେ ହ୍ରାସ କରାଯାଇଛି ।

ବିମାନ ସଞ୍ଚାଳନରେ ଏଟିଏଫରେ ହେଉଥିବା ଖର୍ଚ୍ଚର ୪୦ ପ୍ରତିଶତ ରହିଥାଏ । ତେଣୁ ଏହା କମିବା ଦ୍ୱାରା ଯାତ୍ରୀମାନଙ୍କ ପାଇଁ ଫ୍ଲାଇଟ ଭଡା ଉପରେ ମଧ୍ୟ ସିଦା ପ୍ରଭାବ ପକାଇଥାଏ । ମାର୍ଚ୍ଚ ୧୬ ତାରିଖରେ କମ୍ପାନୀଗୁଡିକ ଏଟିଏଫରେ ସର୍ବାଧିକ ୧୮.୩ ପ୍ରତିଶତ ବୃଦ୍ଧି ରେକର୍ଡ କରାଯାଇଥିଲା । ଏହାପରେ ଏପ୍ରିଲ ୧୬ ତାରିଖରେ ୦.୨ ପ୍ରତିଶତ ଏବଂ ମେ ୧ ତାରିଖରେ ଏହା ୩.୨୨ ପ୍ରତିଶତ ବୃଦ୍ଧି କରାଯାଇଥିଲା । ଏବେ ଇନ୍ଧନର ଦାମ କମିବା ପରେ ଯାତ୍ରୀଙ୍କ ଭଡାରେ ମଧ୍ୟ ହ୍ରାସ ପାଇପାରେ ବୋଲି ଅନୁମାନ କରାଯାଉଛି ।

Get real time updates directly on you device, subscribe now.