fbpx

Union Budget 2024: ୨୦ଟି ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ, ମୁଦ୍ରା ଋଣର ସୀମା ୨୦ ଲକ୍ଷକୁ ବୃଦ୍ଧି

ନୂଆଦିଲ୍ଲୀ: କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଆଜି ସଂସଦରେ କେନ୍ଦ୍ର ବଜେଟ ଆଗତ କରିଛନ୍ତି । ଅର୍ଥମନ୍ତ୍ରୀଙ୍କ ଘୋଷଣାକୁ ଦେଶର କୋଟି ଜନତା, ବିଭିନ୍ନ କ୍ଷେତ୍ର ସହ ଜଡ଼ିତ ବ୍ୟକ୍ତିବିଶେଷ ଉତ୍ସୁକତାର ସହ ଚାହିଁ ରହିଥିବା ବେଳେ ଏହା ମଧ୍ୟରେ ଶ୍ରୀ ସୀତାରମଣ କରିଛନ୍ତି ଅନେକ ବଡ଼ ଘୋଷଣା । ଚଳିତ ବଜେଟରେ ଅର୍ଥମନ୍ତ୍ରୀ ଆଗାମୀ କିଛି ବର୍ଷ ପାଇଁ ଗୁରୁତ୍ୱ ଦେଇ ରୋଜଗାର, ଦକ୍ଷତା, ଏମଏସଏମଇ ଓ ମଧ୍ୟବର୍ଗଙ୍କ ଉପରେ ଧ୍ୟାନ କେନ୍ଦ୍ରିତ କରିଛନ୍ତି । ବର୍ତ୍ତମାନ ସୁଦ୍ଧା ଅର୍ଥମନ୍ତ୍ରୀ ୨୦ରୁ ଅଧିକ ବଡ଼ ଘୋଷଣା କରିଛନ୍ତି ।

୧- ଆଗାମୀ ୫ ବର୍ଷ ମଧ୍ୟରେ ଦେଶରେ ୪.୧ କୋଟି ଯୁବକଙ୍କୁ ନିଯୁକ୍ତି ଦିଆଯିବ । ଏଥିପାଇଁ ୨ ଲକ୍ଷ କୋଟି ଟଙ୍କା ଖର୍ଚ୍ଚ ହେବ ।

୨- ମୁଦ୍ରା ଲୋନ ପାଇଁ ପୂର୍ବରୁ ରହିଥିବା ୧୦ ଲକ୍ଷ ସୀମାକୁ ଏବେ ୨୦ ଲକ୍ଷକୁ ବୃଦ୍ଧି କରାଯାଇଛି ।

୩- ଉନ୍ନତ ଗ୍ରାମ ଅଭିଯାନ ପାଇଁ ଆଦିବାସୀଙ୍କ ପାଇଁ ୫ କୋଟି ଅନୁଦାନ ଘୋଷଣା ।

୪- ଟପ ୫୦୦ କମ୍ପାନୀଙ୍କରେୁ ୧ କୋଟି ଯୁବକଙ୍କୁ ଇଣ୍ଟର୍ଣ୍ଣଶିପ୍ ସୁଯୋଗ ମିଳିବ ।

୫- ବିହାରରେ ସଡ଼କ ନିର୍ମାଣ ପାଇଁ ୨୬ ହଜାର କୋଟି ଘୋଷଣା ।

୬- ମହିଳା ଓ ଯୁବତୀଙ୍କ ପାଇଁ ୩ ଲକ୍ଷ କୋଟି ଅନୁଦାନ ।

୭- ଶିକ୍ଷା ଋଣର ସୁଧ ଉପରେ ରିହାତି ଘୋଷଣା । ଉଚ୍ଚଶିକ୍ଷା ପାଇଁ ସରକାର ଦେବେ ୧୦ ଲକ୍ଷର ଋଣ ।

୮- ୯ ସୂତ୍ରୀୟ ପାଞ୍ଚଟି ସ୍କିମର ଘୋଷଣା ।

୯- ରୋଜଗାର ଓ କୌଶଳ ପ୍ରଶିକ୍ଷଣ ସହ ଜଡ଼ିତ ସ୍କିମ ପାଇଁ ୨ ଲକ୍ଷ କୋଟି ଅନୁଦାନ ଘୋଷଣା ।

୧୦- ୧ ଲକ୍ଷ ଟଙ୍କାରୁ କମ୍ ବେତନ ଉପରେ ଇପିଏଫଓରେ ପ୍ରଥମ ଥର ପଞ୍ଜିକୃତ ହେଉଥିବା ଲୋକଙ୍କୁ ୩ଟି କିସ୍ତିରେ ୧୫ ହଜାର ଟଙ୍କାର ସହାୟତା ।

୧୧- ଶିକ୍ଷା ଋଣରେ ୩ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ କେନ୍ଦ୍ର ସରକାର ପ୍ରଦାନ କରିବେ । ଏଥିପାଇଁ ଇ-ଭାଉଚର୍ସ ଅଣାଯିବ ଓ ପ୍ରତିବର୍ଷ ୧ ଲକ୍ଷ ଛାତ୍ରଛାତ୍ରୀଙ୍କୁ ଏହା ଦିଆଯିବ ।

୧୨- ୬ କୋଟି କିଷାନଙ୍କ ତଥ୍ୟ ଲ୍ୟାଣ୍ଡ ରେଜିଷ୍ଟ୍ରିରେ ଉପଲବ୍ଧ ରହିବ ।

୧୩- ୫ଟି ରାଜ୍ୟରେ ନୂଆ କିଷାନ କ୍ରେଡିଟ କାର୍ଡ ଜାରି କରାଯିବ ।

୧୪- ବିହାର, ଝାରଖଣ୍ଡ, ପଶ୍ଚିମବଙ୍ଗ, ଓଡ଼ିଶା ଓ ଆନ୍ଧ୍ରପ୍ରଦେଶ ପାଇଁ ଭିତ୍ତିଭୂମିର ବିକାଶ ପାଇଁ ବିଶେଷ ସ୍କିମ ।

୧୫- କିଷାନ, ଯୁବକ, ମହିଳା ଓ ଗରିବଙ୍କ ବିକାଶ ପାଇଁ ଅଲଗା ଅଲଗା ଯୋଜନା ଜରିଆରେ ବେନିଫିଟ ସ୍କିମ ଅଣାଯିବ ।

୧୬- ମୋବାଇଲ ଫୋନ ଓ ଚାର୍ଜର ଶସ୍ତା ହେବ ।

୧୭- ମାଛ ରେଟ୍ ମଧ୍ୟ ଶସ୍ତା ହେବ । ଏଥିସହିତ ଚମଡ଼ା ବ୍ୟାଗ, ସୁନା-ଚାନ୍ଦିରେ ନିର୍ମିତ ଅଳଙ୍କାର ମଧ୍ୟ ଶସ୍ତା ହେବ ।

୧୮- କ୍ୟାନସରର ୩ଟି ମେଡିସିନର କଷ୍ଟମ ଡ୍ୟୁଟିକୁ ଫ୍ରି କରାଯାଇଛି । ଫଳରେ ଏହି ୩ଟି ମେଡିସିନ ଶସ୍ତା ହେବ ।

୧୯- ପ୍ରଧାନମନ୍ତ୍ରୀ ଇଣ୍ଟର୍ଣ୍ଣଶିପ୍ ଯୋଜନାରେ ମାସିକ ୫ ହଜାର ଟଙ୍କା ମାସିକ ଭତ୍ତା ମିଳିବ ।

୨୦- ଆସାମରେ ବନ୍ୟା ନିୟନ୍ତ୍ରଣ ପାଇଁ କେନ୍ଦ୍ର ସରକାର ଆର୍ଥିକ ସହାୟତା ଦେବ ।

Get real time updates directly on you device, subscribe now.