fbpx

ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଲୋକସଭାରେ ଉପସ୍ଥାପନ କଲେ Economic Survey 2023-24, ଆର୍ଥିକ ବର୍ଷ ୨୦୨୪-୨୫ରେ ୬.୫ରୁ ୭ ପ୍ରତିଶତ GDP ଅନୁମାନ

ନୂଆଦିଲ୍ଲୀ: ଆଜି ଅର୍ଥ ମନ୍ତ୍ରୀ ନିର୍ମଳା ସୀତାରମଣ ଆର୍ଥିକ ବର୍ଷ ୨୦୨୩-୨୪ ପାଇଁ ଅର୍ଥନୈତିକ ସର୍ବେକ୍ଷଣ ପ୍ରସ୍ତୁତ କରିଛନ୍ତି । ଭାରତର ଅର୍ଥନୀତି ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ଦସ୍ତାବିଜ୍ ଯାହା ଦେଶର ଆର୍ଥିକ ବିକାଶ ପାଇଁ ନୀତି ନିର୍ଦ୍ଧାରଣ ତଥା ଦିଗ ପ୍ରଦାନ କରିବାରେ ମହତ୍ୱପୂର୍ଣ୍ଣ ଭୂମିକା ତୁଲାଇଥାଏ । ଉକ୍ତ ସର୍ଭେ ରିପୋର୍ଟ ଅନୁଯାୟୀ ଆର୍ଥିକ ବର୍ଷ ୨୦୨୪-୨୫ରେ ଭାରତର ଜିଡିପି ୬.୫ରୁ ୭ ପ୍ରତିଶତ ଏବଂ ସେହିପରି ମୁଦ୍ରାସ୍ଫୀତି ହାର ୪.୫ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ସେହିପରି ଆର୍ଥିକ ବର୍ଷ ୨୦୨୫-୨୬ରେ ମୁଦ୍ରାସ୍ଫୀତି ହାର ୪.୧ ପ୍ରତିଶତ ରହିବା ନେଇ ଆକଳନ କରାଯାଇଛି । ଅର୍ଥନୈତିକ ସର୍ବେକ୍ଷଣରେ ଅର୍ଥନୀତି(economy)କୁ ଗତି ଦେବା ପାଇଁ ଯାହା ବି ପରାମର୍ଶ ଦିଆଯାଇଛି ଏହାର ଝଲକ ବଜେଟରେ ଦେଖିବାକୁ ମିଳିବ ।

ଅର୍ଥନୈତିକ ସର୍ବେକ୍ଷଣରେ ଦର୍ଶାଯାଇଛି ଯେ ସର୍ଭିସ ସେକ୍ଟର ହେଉଛି ସର୍ବାଧିକ ନିଯୁକ୍ତି ସୃଷ୍ଟି କରୁଥିବା କ୍ଷେତ୍ର । ତେଣୁ ଭିତ୍ତିଭୂମିକୁ ମଜବୁତ କରିବା ପାଇଁ ସରକାରଙ୍କ ପ୍ରୟାସ ଦ୍ୱାରା ନିମାର୍ଣ କ୍ଷେତ୍ର(Construction sector) ଦୃତ ଗତିରେ ବିକାଶ କରୁଛି । ନିର୍ମାଣ କ୍ଷେତ୍ରରେ ନିଯୁକ୍ତି ଅସଂଗଠିତ ଏବଂ ଦରମା କମ । ତେଣୁ କୃଷି ଛାଡ଼ି ଲେବର ଫୋର୍ସରେ ଯୋଗ ଦେଉଥିବା ଶ୍ରମିକଙ୍କ ପାଇଁ ନୂତନ ନିଯୁକ୍ତି ସୁଯୋଗର ଆବଶ୍ୟକତା ରହିଛି । କରୋନା ମହାମାରୀ, ଗ୍ଲୋବାଲ ଟେନସନ୍, ସପ୍ଲାଇ- ଚେନ୍ ବିଶୃଙ୍ଖଳା, ଆନ୍ତର୍ଜାତୀୟ ଯୁଦ୍ଧ, ଖରାପ ମୌସୁମୀ ହେତୁ ଭାରତରେ ଖାଦ୍ୟ ସାମଗ୍ରୀ ମହଙ୍ଗା ହୋଇଥିଲା । ଫଳରେ ସାମଗ୍ରୀ ଏବଂ ସେବା କର ମହଙ୍ଗା ହୋଇଥିଲା । କିନ୍ତୁ ପ୍ରଶାସନିକ ଏବଂ ମନିଟରିଂ ପଲିସି ଆକ୍ସନ ମାଧ୍ୟମରେ ଦେଶରେ ମୁଦ୍ରାସ୍ଫୀତି ନିୟନ୍ତ୍ରଣ କରିବାରେ ସଫଳତା ହାସଲ କରାଯାଇଛି । ୨୦୨୨-୨୩ ଆର୍ଥିକ ବର୍ଷରେ ମୁଦ୍ରାସ୍ଫୀତି ହାର ୬.୭ ପ୍ରତିଶତରୁ ୨୦୨୩-୨୪ ଆର୍ଥିକ ବର୍ଷରେ ୫.୪ ପ୍ରତିଶତକୁ ହ୍ରାସ କରିବାରେ ସଫଳତା ମିଳିଛି । କହିରଖୁଛୁ ଜୁଲାଇ ୨୩ରେ ନିର୍ମଳା ସୀତାରମଣ କ୍ରମାଗତ ୭ମ ଥର ପାଇଁ ପୂର୍ଣ୍ଣଙ୍ଗ ବଜେଟ୍ ଉପସ୍ଥାପନ କରିବେ ।

Get real time updates directly on you device, subscribe now.