fbpx

କିଷାନଙ୍କ ପାଇଁ ଅର୍ଥମନ୍ତ୍ରୀଙ୍କ ବଡ଼ ଘୋଷଣା: ବଢ଼ିବ କୃଷକଙ୍କ ଆମଦାନୀ, ଲୋନ୍ ଯୋଗାଇ ଦେବାକୁ ବ୍ୟାଙ୍କକୁ ନିର୍ଦ୍ଦେଶ

ନୂଆଦିଲ୍ଲୀ: କେନ୍ଦ୍ର ସରକାର କୃଷକଙ୍କ ଆମଦାନୀ ବୃଦ୍ଧି ପାଇଁ କ୍ରମାଗତ ଭାବେ ପ୍ରୟାସ କରିଆସୁଛନ୍ତି । ପିଏମ କିଷାନ ସମ୍ମାନ ନିଧି ଏ ଦିଗରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଏହି ଯୋଜନାରେ ୧୦ କୋଟିରୁ ଅଧିକ ଯୋଗ୍ୟ କୃଷକଙ୍କୁ ବାର୍ଷିକ ୨-୨ ହଜାର ଲେଖାଏଁ ତିନୋଟି କିସ୍ତିରେ ମୋଟ ୬ ହଜାର ପ୍ରଦାନ କରାଯାଇଥାଏ । ତେବେ କୃଷକଙ୍କ ଆର୍ଥିକ ସ୍ଥିତିକୁ ମଜବୁତ କରିବା ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ବ୍ୟାଙ୍କମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

କିଷାନ କ୍ରେଡିଡ କାର୍ଡଧାରୀ ଗ୍ରାମୀଣ କୃଷକଙ୍କ ଆମଦାନୀ ବୃଦ୍ଧି ପାଇଁ ସହଜରେ ଋଣ ପ୍ରଦାନ କରିବାକୁ ଅର୍ଥମନ୍ତ୍ରୀ ସରକାରୀ ବ୍ୟାଙ୍କଗୁଡ଼ିକୁ ଅପିଲ କରିଛନ୍ତି । କିଛିଦିନ ପୂର୍ବରୁ ନିର୍ମଳା ପବ୍ଲିକ ସେକ୍ଟର ବ୍ୟାଙ୍କର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ)ଙ୍କ ସହ ଦୀର୍ଘସମୟ ଧରି ଆଲୋଚନା କରିଥିଲେ । ଏଥିପାଇଁ ଆବଶ୍ୟକ ଉନ୍ନତମାନର ଜ୍ଞାନକୌଶଳ ସକାଶେ ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କକୁ ସହାୟତା ଯୋଗାଇ ଦେବାକୁ ସେ କହିଥିଲେ ।

ବୈଠକ ପରେ ଅର୍ଥମନ୍ତ୍ରୀ କିଷାନ କ୍ରେଡିଟ କାର୍ଡ ଯୋଜନାର ରିଭ୍ୟୁ କରିଥିଲେ । ଏଥିସହିତ ମାଛ ଧରିବା ଓ ଦୁଗ୍ଧ ଉତ୍ପାଦନ କ୍ଷେତ୍ରର ଲୋକଙ୍କୁ କିଷାନ କ୍ରେଡିଟ କାର୍ଡ ପ୍ରଦାନ ନେଇ ଚର୍ଚ୍ଚା କରିଥିଲେ । କିଷାନଙ୍କୁ କିପରି ଭାବେ ସଂସ୍ଥାଗତ ଋଣ ଉପଲବ୍ଧ କରାଯିବ ସେ ନେଇ ମଧ୍ୟ ଆଲୋଚନା କରିଥିଲେ । ପ୍ରାୟୋଜକ ବ୍ୟାଙ୍କଗୁଡ଼ିକର ଡିଜିଟାଲୀକରଣ ଓ ପ୍ରାଧ୍ୟୋଗିକୀରେ ସୁଧାର ଆଣିବା ଆବଶ୍ୟକ ବୋଲି ନିର୍ମଳା କହିଥିଲେ ।

Get real time updates directly on you device, subscribe now.